ଆଇଜରରେ ପଢ଼ିବେ ପାନ ଦୋକାନୀଙ୍କ ପୁଅ

ଚୌଦ୍ୱାର,୨୪ା୧୦(ଡି.ଏନ୍‌.ଏ.): କଠିନ ଅଧ୍ୟବସାୟ ଓ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ମନରେ ଦୃଢ ସଙ୍କଳ୍ପ ରଖିଲେ ମଣିଷ ଅଭାବ ଅନଟନ ଭିତରେ ବି ସଫଳତା ପାଇପାରେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପାନ ଦୋକାନୀଙ୍କ ପୁଅ। ସେ ହେଲେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ ବେହେରା। ରେଭେନ୍‌ଶା କଲେଜର ସୁବାଶିଷ +୨ ବିଜ୍ଞାନ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ତିରୁପତିସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ରିସର୍ଚ୍ଚ (ଆଇଜର୍‌)ରେ ପଢ଼ିବାର ସୁଯୋଗ ହାସଲ କରିଛନ୍ତି। ଏହି ସଫଳତା ତାଙ୍କ ଗ୍ରାମ ଶଙ୍କରପୁର ସହିତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି। ସୁବାଶିଷଙ୍କ ବାପା ପରମାନନ୍ଦ ବେହେରା ଏକ ଛୋଟିଆ ପାନଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ପୁଅ ଏଭଳି ସଫଳତା ପାଇ ତାଙ୍କ ମାନ ରଖିଛନ୍ତି। ପାନ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାରର ୪ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟସାଧ୍ୟ ହେଉଥିଲେ ହେଁ ପୁଅର ପାଠପଢ଼ା ପାଇଁ ସେ ଅଭାବକୁ ସହି ଯାଉଛନ୍ତି ବୋଲି ପରମାନନ୍ଦ କହିଛନ୍ତି। ସୁବାଶିଷ ୨୦୧୮ରେ ଆଗ୍ରାହାଟସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରୁ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ କଟକ ରେଭେନ୍‌ଶା କଲେଜରେ ଅଧ୍ୟୟନ କଲେ। ମେଧାବୀ ଛାତ୍ର ଭାବେ ସେ ଶିକ୍ଷକମାନଙ୍କ ପ୍ରିୟ ହୋଇପାରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଭଲ କୋଚିଂ ସେଣ୍ଟରରେ ପଢି ପାରି ନ ଥିଲେ। କିନ୍ତୁ ବୈଜ୍ଞାନିକ ହେବାର ଅଦମ୍ୟ ନିଶା ତାଙ୍କ ମନରୁ ଦୂରେଇ ଯାଇ ନ ଥିଲା। ସେ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ଜଣେ ବଡ ବୈଜ୍ଞାନିକ ହେବାକୁ ଆଶା ରଖିଛନ୍ତି। ସେ ତାଙ୍କର ଏହି ସଫଳତାର ଶ୍ରେୟ ମା’, ବାପା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି। ପୁଅର ବୈଜ୍ଞାନିକ ହେବା ସ୍ବପ୍ନ ସତ ହେବାକୁ ଯାଉଥିବାରୁ ପରିବାର ଲୋକେ ଖୁସିରେ ଆମତ୍ହରା ହୋଇ ପଡ଼ିଛନ୍ତି। ତିରୁପତିସ୍ଥିତ ଆଇଜର୍‌ରେ ଅଧ୍ୟୟନ କରିବାର ସୁଯୋଗ ମିଳିଥିବାରୁ ସୁବାଶିଷ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri