Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ
କୋଣଭାବସ୍ଥ ଧନାଧିପତିଙ୍କ ସଂସ୍ଥାନରୁ ଅର୍ଥନୈତିକ ଉଉତ୍କର୍ଷତା ମୁହଁରେ ହସ ଫୁଟାଇବ । କିନ୍ତୁ ଏମିତି କେତେକ କାମ ରହିଛି ଯାହା କି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡିବେ । ପାରିବାରିକ ସୌଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।
ବୃଷ
ବୃଷ

ପାପଯୁକ୍ତ ଚନ୍ଦ୍ରଙ୍କ ଅଶୁଭ ପ୍ରଭାବରେ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ବନ୍ଧୁ ମାନେ ସାମୟିକ ସହଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି । କିନ୍ତୁ ପରିବାରରେ ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ ।

ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ପାଖ,ପଡୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟା ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍ସଙ୍ଗ ସୁଯୋଗ ପାଇବେ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।
କର୍କଟ
କର୍କଟ
ମୁଖଭାବସ୍ଥ ଶୁକ୍ରଜନିତ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ । ଆନୁଷ୍ଠାନିକ କାର୍ଯ୍ୟ ସହ ଜଡିତ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି ।
ସି˚ହ
ସି˚ହ
ଆଜି ବୃହସ୍ପତିଙ୍କ ସୁପ୍ରଭାବରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥହେବ । ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ପାଇବେ ।
କନ୍ୟା
ଧନାଧିପ ଏକାଦଶ୍ଥ ଯୋଗୁଁ ଆର୍ଥିକ ସଂକଟ ଦୂରୀଭୂତ ହୋଇଯିବ । କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ଉଚ୍ଚ ପ୍ରଶଂସିତ ହେବେ । ଗଠନମୂଳକ କିମ୍ବା ସାମୂହିକ କାମରେ ନିଜର ପତିଆରା ଜାହିର୍ କରିପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ପଛରେ ନେଇ ନାନାଦି କଥା କହିପାରନ୍ତି ।
ତୁଳା
ତୁଳା
ଭାଗ୍ୟସ୍ଥାନ ଗୁରୁଦୃଷ୍ଟ ଯୋଗୁଁ ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବା ସହ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ । ସାମ୍ବାଦିକତା ଓ ଏଜେନ୍ଶିପ୍ କ୍ଷେତ୍ରରୁ ଉପକୃତ ହେବେ ।
ବିଛା
ବିଛା
ଆଜି ଆପଣ ଯାହା କରନ୍ତୁନା କାହିଁକି ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ବୃହସ୍ପତିଙ୍କ କୃପାରୁ ଆପଣଙ୍କର ଯୁକ୍ତିଯୁକ୍ତ କଥା ମିତ୍ରତା ବୃଦ୍ଧିରେ ସହାୟକ ହେବ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରଶଂସିତ ହେବେ। ବିବାଦୀୟ ଘଟଣା କିମ୍ବା ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି ।
ଧନୁ
ଧନୁ
ଶନି ଦ୍ୱିତୀୟସ୍ଥ ଯୋଗୁ ନିକଟ ସମ୍ପର୍କୀୟଙ୍କୁ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି । ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିପାରନ୍ତି । ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ଉତ୍ତେଜନାପୂର୍ଣ୍ଣ ମାନସିକ ସ୍ଥିତି ଲାଗିରହିବ ।
ମକର
ମକର

ଗଣତନ୍ତ୍ରର ପ୍ରତୀକ ଶନିଶ୍ଚର ସ୍ବରାଶିରେ ଥିବାରୁ ଗଣମାଧ୍ୟମ ସମ୍ବନ୍ଧିତ ବ୍ୟକ୍ତି କିମ୍ବା ଆଇନଜ୍ଞଙ୍କ ସକାଶେ ଦିନଟି ଭଲ । ବୈରାଗ୍ୟକାରକ ଶନି ହେତୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ । ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟିର ଆଶଙ୍କା ରହିଛି ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରସ୍ଥ ବୃହସ୍ପତି ହେତୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । କିନ୍ତୁ ନୀଚରାଶିସ୍ଥ ପାପଯୁକ୍ତ ଚନ୍ଦ୍ରଙ୍କ ଯୋଗୁଁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସୀ ହୋଇପାରିବେ ନାହିଁ । ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିବ । ପ୍ରଶାସନ ଓ ଆନୁଷ୍ଠାନିକ କାମରେ ସମସ୍ୟାର ସମାଧାନ କରିପାରିବେ ।
ମୀନମୀନ

ଅଷ୍ଟମସ୍ଥ ବୁଧ ହେତୁ ପରିବାରକୁ ନେଇ ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି । ଆଜି ଆପଣ କୈାଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ହୋଇପାରେ । ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା କାରଣରୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri