ଖସୁଛି ସଂକ୍ରମଣ ସଂଖ୍ୟା, ଚିନ୍ତା ବଢ଼ାଉଛି ମୃତ୍ୟୁ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୧୦ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏହି ୧୦ଦିନରେ ପଜିଟିଭ୍‌ ହାର ୮.୫୩%ରୁ ୬.୩୨%କୁ ଖସି ଆସିଛି। ସେହିପରି ଦୈନିକ ସଂକ୍ରମଣ କ୍ଷେତ୍ରରେ ସଂଖ୍ୟା ୪,୧୪୧ରୁ ୨,୮୩୩କୁ ଖସିଛି। ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୪ ଜିଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୨୭୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୬୪ଜଣ ଥିବାବେଳେ ସୁନ୍ଦରଗଡ଼ ୧୫୦, କଟକ ୧୪୪, ଅନୁଗୋଳ ୧୩୬, ବାଲେଶ୍ୱର ୧୧୧, ମୟୂରଭଞ୍ଜ ୧୧୦ ଏବଂ ଝାରସୁଗୁଡ଼ାରୁ ୧୦୦ ଜଣ ରହିଛନ୍ତି। ଅନ୍ୟ ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୬,୯୩୭କୁ ବୃଦ୍ଧି ପାଇଛି। ସେପଟେ ମଙ୍ଗଳବାର ରାଜ୍ୟରେ ଆଉ ୨,୭୯୬ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ଆରୋଗ୍ୟ ସଂଖ୍ୟା ୨,୩୨,୯୮୮ରେ ପହଞ୍ଚତ୍ଛି। ଦୈନିକ ସଂକ୍ରମିତ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି। ଗତ କିଛି ଦିନ ହେଲା ଦୈନିକ ମୃତ୍ୟୁ ସଂଖ୍ୟା ୧୫ରୁ ୧୮ ଭିତରେ ରହୁଛି। ଗତ ୨୪ ଘଣ୍ଟାରେ ୧୭ଜଣଙ୍କ ଜୀବନ ଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୩୮,୩୬,୮୨୫ କୋଭିଡ୍‌ ପରୀକ୍ଷା ହୋଇଥିବାବେଳେ ୬.୭% ପଜିଟିଭ୍‌ ବାହାରିଛି। ଗତ ୨୪ଘଣ୍ଟାରେ ୪୦,୦୫୮ ନମୁନା ପରୀକ୍ଷା ହୋଇଛି। ଏକଲକ୍ଷ କୋଭିଡ୍‌ ନମୁନା ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କରି ମହାମାରୀ ବିରୋଧରେ ଓଡ଼ିଶାର ସଂଗ୍ରାମକୁ ସଶକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଲ୍‌ଏସ୍‌କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri