Posted inଖେଳ

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ ପରାଜିତ ହୋଇଥିଲା ରାଜସ୍ଥାନ। ତେଣୁ ରିଟର୍ନ ମ୍ୟାଚରେ ପ୍ରତିପକ୍ଷ ଦଳକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଷ୍ଟିଭ୍‌ ସ୍ମିଥଙ୍କ ରୟାଲ୍ସ। ଚେନ୍ନାଇ ସୁପରକିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇ ସଫଳତାର ସହ ଅଭିଯାନ ଆରମ୍ଭ କରିଥିବା ରାଜସ୍ଥାନ ପରବର୍ତ୍ତୀ ୪ଟି ମ୍ୟାଚରେ କୋଲକାତା, ବାଙ୍ଗାଲୋର, ମୁମ୍ବାଇ ଓ ଦିଲ୍ଲୀ ନିକଟରୁ ପରାଜୟବରଣ କରି ସଂଘର୍ଷ କରିଥିଲା। ଏବେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଉପଲବ୍ଧ ହେବାଦ୍ୱାରା ଦଳ ଅଧିକ ସନ୍ତୁଳିତ ହୋଇଛି। ଗତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦଳ ବିଜୟ ପଥକୁ ଫେରିଛି। ତେଣୁ ଏହି ପ୍ରଦର୍ଶନ ବଜାୟ ରଖି ଦଳ ଦିଲ୍ଲୀକୁ ମାତ୍‌ଦେବାକୁ ଆଶା ବାନ୍ଧିଛି। ରାଜସ୍ଥାନ ୭ ମ୍ୟାଚ ଖେଳି ସାରିଥିବାବେଳେ ୩ ବିଜୟ ଓ ୪ ପରାଜୟ ସହ ୬ ପଏଣ୍ଟ ପାଇଛି।
ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦର୍ଶନ ଏଥର ଉତ୍ସାହଜନକ ରହିଛି। ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଦଳ ୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ସାରିଛି। ଏକାଧିକ ଥର ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ ଏବେ ରନ ହାରରେ ମୁମ୍ବାଇ ଇଣ୍ଡିଆନ୍ସ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚରେ ମୁମ୍ବାଇଠାରୁ ପରାଜୟକୁ ଭୁଲି ଦଳ ଆଗାମୀ ମ୍ୟାଚରେ ପେସାଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ଦିଲ୍ଲୀର ବ୍ୟାଟିଂ ବିଭାଗ ଏଥର ଦ୍ରୁତ ରନ ସଂଗ୍ରହରେ ସମର୍ଥ ହୋଇଥିବାବେଳେ କାଗିଶୋ ରାବାଡ଼ାଙ୍କ ନେତୃତ୍ୱାଧୀନ ବୋଲିଂ ବିଭାଗ ମଧ୍ୟ ଭଲ ପ୍ରଦର୍ଶନ କରି ଆସିଛି। ନିଜେ ରାବାଡ଼ା ଏପର୍ଯ୍ୟନ୍ତ ୧୭ଟି ଉଇକେଟ ନେଇ ନିଜ ଫର୍ମର ପ୍ରମାଣ ଦେଇଛନ୍ତି। ତାଙ୍କୁ ଦକ୍ଷିଣ ଆଫ୍ରିକା ପେସର ଏନରିଚ୍‌ ନର୍ଜେ(୮ ଉଇକେଟ) ଓ ହର୍ଷଲ ପଟେଲ ଉପଯୁକ୍ତ ସହାୟତା ଦେଉଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସ୍ପିନ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଅଲରାଉଣ୍ଡର ମାର୍କୁସ ଷ୍ଟୋଇନ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳକୁ ଫାଇଦାରେ ରଖି ଆସିଛନ୍ତି। ରାଜସ୍ଥାନ ବିପକ୍ଷ ଗତ ମୁକାବିଲାରେ ସେ ହିଁ ଫଳାଫଳରେ ପ୍ରଭେଦ ଆଣିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ସମସ୍ୟା ଯୋଗୁ ଏକ ସପ୍ତାହ ପାଇଁ ଆକ୍ସନରୁ ଦୂରେଇ ଯାଇଛନ୍ତି। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଗତ ମ୍ୟାଚରେ ଶିମରନ ହେଟମେରଙ୍କୁ ବାଦ୍‌ ଦେଇ ଉଇକେଟ କିପର ଆଲେକ୍ସ କାରେଙ୍କୁ ସୁଯୋଗ ଦେଇଥିଲେ। ଫଳରେ ଅଜିଙ୍କ୍ୟ ରାହାନେ ମଧ୍ୟ ପ୍ରଥମ ମ୍ୟାଚ ଖେଳିବା ସୁଯୋଗ ପାଇଥିଲେ। ଶିଖର ଧାଓ୍ବନ ଫର୍ମକୁ ଫେରିଥିବାରୁ ପୃଥ୍ବୀ ଶ’ ଓ ଆୟାରଙ୍କୁ ନେଇ ଦିଲ୍ଲୀର ଟପ୍‌ ଅର୍ଡର ଅଧିକ ମଜଭୁତ ହୋଇଛି।
ବେନ୍‌ ଷ୍ଟୋକ୍ସ ପ୍ରଥମ ୬ଟି ମ୍ୟାଚ ପାଇଁ ଉପଲବ୍ଧ ନ ଥିଲେ। ରାଜସ୍ଥାନର ୭ମ ମ୍ୟାଚରେ ସେ ଦଳ ସହ ଯୋଗ ଦେଇଥିଲେ। ଏଥିରେ ସେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲେ ହେଁ ତାଙ୍କ ଉପସ୍ଥିତିରେ ଦଳ ଉତ୍ସାହୀ ପ୍ରଦର୍ଶନ କରିଥିଲା ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ହରାଇ ୪ ମ୍ୟାଚ ପରାଜୟ ଧାରା ଭାଙ୍ଗିଥିଲା। ଷ୍ଟୋକ୍ସଙ୍କ ଉପସ୍ଥିତିରେ ଦଳୀୟ ସନ୍ତୁଳନ ମଜଭୁତ ହୋଇଛି ବୋଲି ଅଧିନାୟକ ଷ୍ଟିଭ୍‌ ସ୍ମିଥ ପ୍ରକାଶ କରିଛନ୍ତି। ରାଜସ୍ଥାନର ଲୋୟର ଅର୍ଡର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ବିଶେଷ କରି ରାହୁଲ ଟଓ୍ବୋଟିଆଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ଫାଇଦାରେ ରଖି ଆସିଛି। ତେଣୁ ଟପ୍‌ ଅର୍ଡରକୁ ମଜଭୁତ କରିବା ପାଇଁ ଗତ ମ୍ୟାଚରେ ଷ୍ଟୋକ୍ସଙ୍କୁ ଓପନିଂ ଭାର ଦିଆଯାଇଥିଲା। ଆଗାମୀ ଦିନରେ ମଧ୍ୟ ଷ୍ଟୋକ୍ସ ଟପ୍‌ ଅର୍ଡରରେ ଖେଳିବା ଆଶା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜୋସ୍‌ ବଟଲର ୪୪ ବଲ୍‌ରୁ ୭୦ ରନ କରିଥିଲେ। ତେବେ ଅନ୍ୟ ଖେଳାଳିଙ୍କ ଅବଦାନ ଅଭାବରୁ ଦଳ ପରାଜିତ ହୋଇଥିଲା। ଜୋଫ୍ରା ଆର୍ଚର ବୋଲିଂ ବିଭାଗର ନେତୃତ୍ୱ ନେଉଥିବାବେଳେ ଟଓ୍ବୋଟିଆ ଓ ଶ୍ରେୟାସ ଗୋପାଳଙ୍କ ସ୍ପିନ୍‌ ବୋଲିଂ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ଗୋଟିଏ ଗ୍ରୁପ୍‌ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ

ଦୁବାଇ, ୫ା୫:ଚଳିତବର୍ଷ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ୯ମ ସଂସ୍କରଣ ଅନୁଷ୍ଠିତ ହେବ। ରବିବାର ଅନ୍ତର୍ଜାତୀୟ କ୍ରିକେଟ...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri