Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ନାଡାଲ- ସ୍ବାର୍ଜମ୍ୟାନ ସେମିଫାଇନାଲ

ପ୍ୟାରିସ୍‌,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୧୨ଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଇଟାଲୀର ୧୯ ବର୍ଷୀୟ ଖେଳାଳି ଜାନିକ ସିନରଙ୍କୁ ୭-୬, ୬-୪, ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ୭୫ମ ର଼୍ୟାଙ୍କର ସିନର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ଖେଳିଥିଲେ। ଏଥିସହିତ ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ନାଡାଲ ରେକର୍ଡ ୧୩ଥର ପାଇଁ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ ରାତି ୧.୩୦ରେ ଶେଷ ହୋଇଥିଲା। ପ୍ୟାରିସ୍‌ର ପାଗ ଏବେ ବେଶ୍‌ ଥଣ୍ଡା ରହିଛି। ଫଳରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ନାଡାଲ କହିଛନ୍ତି। ଏଥର ସଫଳ ହେଲେ ନାଡାଲ କ୍ୟାରିୟରର ୧୩ତମ ଫ୍ରେଞ୍ଚ୍‌ ଓପନ ଓ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହିତ ରୋଜର ଫେଡରରଙ୍କ ସମକକ୍ଷ ହେବେ। ଫ୍ରେଞ୍ଚ୍‌ ଓପନ୍‌ରେ ନାଡାଲ ୯୮ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ମାତ୍ର ୨ଟି ରେ ପରାସ୍ତ ହୋଇଛନ୍ତି। ପୁଣି ସେମିଫାଇନାଲ ଓ ଫାଇନାଲ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନାଡାଲ ସବୁ ୨୪ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ଆଦୌ ପରାସ୍ତ ହୋଇନାହାନ୍ତି। ତେବେ ସିନରଙ୍କ ପ୍ରଦର୍ଶନକୁ ନାଡାଲ ପ୍ରଶଂସା କରିଛନ୍ତି। ସେ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଓ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି।
ନାଡାଲ ସେମିଫାଇନାଲରେ ଆର୍ଜେଣ୍ଟିନାର ଦ୍ୱାଦଶ ସିଡ୍‌ ଖେଳାଳି ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ଭେଟିବେ। ସ୍ବାର୍ଜମ୍ୟାନ ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରିଆର ତୃତୀୟ ସେଟ୍‌ ଖେଳାଳି ଡୋମିନିକ୍‌ ଥିମ୍‌ଙ୍କୁ ମରାଥନ ୭-୬, ୫-୭, ୬-୭, ୭-୬, ୬-୨ ସେଟ୍‌ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବାର୍ଜମ୍ୟାନ ତାଙ୍କ କ୍ୟାରିୟରର ପ୍ରଥମ ସେମିରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ତାଙ୍କ ୫ ଘଣ୍ଟା ସମୟ ଲାଗିଥିଲା। ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମରେ ୨୮ ବର୍ଷୀୟ ସ୍ବାର୍ଜମ୍ୟାନ କୌଣସ ଟପ୍‌-୫ ଖେଳାଳିଙ୍କୁ ପରାସ୍ତ କରି ନ ଥିଲେ। ପୂର୍ବରୁ ସେ ବିଭିନ୍ନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ଥିମ୍‌ ବିଜୟୀ ହେବାକୁ ସକ୍ଷମ ହୋଇ ନ ଥିଲେ। ବିଜୟୀ ହୋଇପାରି ନ ଥିବାରୁ ସେ ନୈରାଶ୍ୟ ଜାହିର କରିଛନ୍ତି। ସେମିଫାଇନାଲରେ ଅଭିଜ୍ଞତା ଦୃଷ୍ଟିକୋଣରୁ ନାଡାଲ ଫେଭରାଇଟ୍‌ ବିବେଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri