ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ ଯେଭଳି ଭଲ ଖାଦ୍ୟ ମିଳିବ, ସେଥିପାଇଁ ପ୍ରଶାସନ, ପୋଲିସ, ମ୍ୟୁନିସିପାଲଟି ପକ୍ଷରୁ ମିଳିତ ଭାବେ ଶନିବାର ଚଢ଼ାଉ ହୋଇଥିଲା। ମୁଖ୍ୟ ସଡ଼କରେ ବ୍ୟବସାୟ କରୁଥିବା ଉଠା ବ୍ୟବସାୟୀଙ୍କୁ ଆଜି ଉଚ୍ଛେଦ କରାଯାଇଥିଲା। ଏଥିସହ ଯେଉଁ ସ୍ଥାୟୀ ଦୋକାନୀ ଆଗକୁ ମାଡ଼ି ବସି ବ୍ୟବସାୟ କରିବେ ସେମାନଙ୍କ ବିରୋଧରେ ଆଗକୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦିଆଯାଇଛି। ସହରର ଅନେକ ଛୋଟ ବଡ଼ ହୋଟେଲରେ ବାସିଖାଦ୍ୟ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଏଥିସହ ନିମ୍ନମାନର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ଏନେଇ ପ୍ରସାଶନ ପାଖରେ ଅନେକ ସମୟରେ ଅଭିଯୋଗ ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଅନ୍ୟ ବିଭାଗ ସହଯୋଗରେ ମିଳିତ ଭାବେ ହୋଟେଲ ଉପରେ ଚଢ଼ାଉ ହୋଇଥିଲା। ଏହି ସମୟରେ ଅନେକ ହୋଟେଲରୁ ବାସି ଖାଦ୍ୟ ଫ୍ରିଜ ଭିତରୁ ଜବତ କରାଯାଇଥିଲା। ଏନେଇ ସମ୍ପୃକ୍ତ ହୋଟେଲ ଉପରେ ଜରିମନା ସହ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ବେନିୟମ ପଲିଥିନ କାରବାର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ଟ୍ରେଡ ଲାଇସେନ୍ସ ଯାଞ୍ଚ ହୋଇଥିଲା। ଯେଉଁଠି ବେନିୟମ କାର୍ଯ୍ୟ ଧରାପଡ଼ିବ ସେହି ଦୋକାନକୁ ସିଲ କରାଯିବ। ଚଢାଉ ସରିବା ପରେ ଚୂଡ଼ାନ୍ତ ରିପୋର୍ଟ ଆସିବ। ଏହାପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି। ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଅବିନାଶ ମହାର, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଏସ ଆଇ ସମୀର ସେଠୀ ଏବଂ ଫୁଡ ଇନ୍ସପେକ୍ଟର ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର

ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା…

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

ସାଙ୍ଗକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସାଙ୍ଗ: ଆଉ ତା’ପରେ…

ରାଜନଗର,୩।୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାର ଜରିମୂଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁର ସାଙ୍ଗକୁ ସାଙ୍ଗ ପଛପଟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri