Posted inଜାତୀୟ

ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ଆକାଉଣ୍ଟ

ମୁମ୍ବାଇ, ୬।୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ଖବର ଯୋଡ଼ି ହେବାରେ ଲାଗିଛି। ଏବେ ମୁମ୍ବାଇ ପୋଲିସ ପକ୍ଷରୁ ନୂଆ ତଥ୍ୟ ପଦାକୁ ଆସିଛି। ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ ତିଆରି କରାଯାଇଥିଲା। ମୁମ୍ବାଇ ପୋଲିସର ସାଇବର ଟିମ୍‌ ଏହାର ଯାଞ୍ଚ୍‌ କରିଛନ୍ତି। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ନିର୍ଦ୍ଦେଶରେ ସାଇବର ଟିମ୍‌ ପକ୍ଷରୁ ଏନେଇ ଏକ ମାମଲା ଦାଏର କରାଯିବାର ଯୋଜନା ରହିଛି। ଅଧିକାଂଶ ଫେକ୍‌ ଆକାଉଣ୍ଟ୍‌ ବିଦେଶରୁ ଅପରେଟ୍‌ ହେଉଥିବା କମିଶନର କହିଛନ୍ତି। ଇଟାଲୀ, ଜାପାନ, ପୋଲାଣ୍ଡ, ସ୍ଲୋଭାନିଆ, ଇଣ୍ଡୋନେସିଆ, ତୁର୍କି, ଥାଇଲାଣ୍ଡ୍‌, ରୋମାନିଆ ଆଦି ଦେଶରୁ ଫେକ୍‌ ଆକାଉଣ୍ଟ୍‌ ଗୁଡ଼ିକୁ ଅପରେଟ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମ୍‌, ଟୁଇଟର ଏବଂ ଫେସ୍‌ବୁକ୍‌ ସମେତ ଅନ୍ୟ ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମରେ ଏଭଳି ଆକାଉଣ୍ଟ ଗୁଡ଼ିକ ଖୋଲାଯାଇ ମୁମ୍ବାଇ ପୋଲିସ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଅପଲୋଡ୍‌ କରାଯାଉଥିବା ପରମବୀର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଚେତାବାନୀ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/କଟକ,୫।୫: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri