Posted inଖେଳ

ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୬ତମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଉଇକେଟ ବିନିମୟରେ ୨୨୮ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୨୧୦ ରନ କରି ପରାସ୍ତ ହୋଇଛି। ଏଥିସହ ଦିଲ୍ଲୀ ମୋଟ ୬ ପଏଣ୍ଟ ହାସଲ କରି ଉନ୍ନତ ରନ୍‌ ରେଟ୍‌ରେ ତାଲିକାର ଶୀର୍ଷକୁ ଉଠିଛି। ଚଳିତ ସେସନରେ ଦିଲ୍ଲୀ ନିଜର ସର୍ବାଧିକ ସ୍କୋର ହାସଲ କରିଛି ଓ ଏହା କୋଲକାତା ବିପକ୍ଷରେ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଅପେକ୍ଷାକୃତ ଏହି ଛୋଟ ଗ୍ରାଉଣ୍ଡରେ ଛକା, ଚୌକାର ବୃଷ୍ଟି ହୋଇଥିଲା। ୨୨୯ ରନର କଷ୍ଟସାଧ୍ୟ ଟାର୍ଗେଟର ପିଛା କରି କୋଲକାତା ଅବଶ୍ୟ ସଂଘର୍ଷ କରିଥିଲା। ଦଳ ତରଫରୁ ନୀତୀଶ ରାଣା ୫୮, ଶୁବମନ ଗିଲ୍‌ ୨୮, ଆନ୍ଦ୍ରେ ରସେଲ ୧୩, ଅଧିନାୟକ ଦୀନେଶ କାର୍ତ୍ତିକ ୬, ପ୍ୟାଟ୍‌ କୁମିନ୍ସ ୫, ସୁନୀଲ ନାରିନ ୩, ଇଅନ ମୋର୍ଗାନ ଦ୍ରୁତ ୪୪, ରାହୁଲ ତ୍ରିପାଠୀ ୩୬ ରନକରି ଆଉଟ ହୋଇଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ଅନରିଚ୍‌ ନୋର୍ଜ ୩, ହର୍ଷଲ ପଟେଲ ୨, କାଗିସୋ ରାବାଡା, ମାର୍କସ ଷ୍ଟୋଇନିସ୍‌ ଓ ଅମିତ ମିଶ୍ରା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ତରଫରୁ ଦୁଇ ଓପନର ଶିଖର ଧାଓ୍ବନ ଓ ପୃଥ୍ବୀ ଶ ଦ୍ରୁତ ଗତିରେ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ। ଅଭିଜ୍ଞ ଧାଓ୍ବନ ୧୬ ବଲରୁ ୨ ଚୌକା ଓ ୨ ଛକା ସହ ୨୬ ରନକରି ବରୁନ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଯୁବ ଓପନର ପୃଥ୍ବୀ ୪ ଚୌକା ଓ ୪ ଛକା ସହ ୪୧ ବଲରୁ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି କମଳେଶ ନାଗରକୋଟିଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶୁବମନ ଗିଲଙ୍କୁ କ୍ୟାଚ୍‌ ଦେଇଥିଲେ। ଉଇକେଟକିପର ରିଷଭ ପନ୍ତ ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରି ୧୭ ବଲରୁ ୫ ଚୌକା ଓ ୧ ଛକା ସହ ୩୮ ରନ କରିଥିବା ବେଳେ ଆନ୍ଦ୍ରେ ରସେଲଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶିବମ୍‌ ମାଭିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମାର୍କସ ଷ୍ଟୋଇନିସ୍‌ ୧ ରନକରି ରସେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶିମରନ ହେଟମେୟର ୭ ରନ କରି ଅପରାଜିତ ରହିଥିଲେ। ପୁରା ଇନିଂସରେ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଘଟଣା ଥିଲା। ଆୟାର ମାତ୍ର ୩୮ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୬ ଛକା ସହ ଦ୍ରୁତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ପଡିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଅନ୍ତିମ ଓଭରରେ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ରହିବାରୁ ସେ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ବୋଲିଂରେ କୋଲକାତା ତରଫରୁ ରସେଲ ୨, ବରୁଣ ଚକ୍ରବର୍ତ୍ତୀ ଓ ନାଗରକୋଟି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୮/୪
(ଆୟାର- ୮୮*, ପୃଥ୍ବୀ- ୬୬, ପନ୍ତ- ୩୮, ଧାଓ୍ବନ- ୨୬, ରସେଲ- ୨/୨୯, ନାଗରକୋଟି- ୧/୩୫, ବରୁଣ ଚକ୍ରବର୍ତ୍ତୀ-୧/୪୯)।
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୧୦/୮
(ରାଣା- ୫୮, ମୋର୍ଗାନ- ୪୪, ତ୍ରିପାଠି- ୩୬, ଶୁବମନ- ୨୮, ହର୍ଷଲ- ୨/୩୪, ରାବାଡା- ୧/୫୧, ନୋର୍ଜ- ୩/୩୩, )


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri