Posted inଜାତୀୟ

‘ବଳାତ୍କାର ଦୋଷୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌’

ମୁଜାଫରନଗର, ୩।୧୦: ଉତ୍ତରାଖଣ୍ଡର ମନ୍ତ୍ରୀ ରାଜେନ୍ଦ୍ର ଅନ୍ଥଓ୍ବାଲ ମୁଜାଫରନଗରରେ ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଚର୍ଚ୍ଚକୁ ଆସିଛନ୍ତି। ହାଥରସ୍‌ ଓ ବଳାରାମପୁର ଘଟଣାରେ ଅପରାଧୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌ ବୋଲି ରାଜେନ୍ଦ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ବଳାତ୍କାର କରନ୍ତି ସେମାନେ ଦରିଦ୍ର ଅଟନ୍ତି। ଏହା ସେମାନଙ୍କ ଲାଗି ଏକମାତ୍ର ଦଣ୍ଡ ହୋଇପାରେ।
ଅନୁଯାୟୀ, ଗୋଟିଏ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇସାରିବା ପରେ ଭାଜପାର ଏହି ମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ଏକ ବିବୃତି ଅବସରରେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ଯେଉଁମାନେ ଏହିଭଳି ଗଣବଳାତ୍କାର କରନ୍ତି ସେମାନଙ୍କ ଲାଗି କେବଳ ଗୋଟିଏ ଦଣ୍ଡ ରହିଛି। ସେମାନଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌। ଆମେ ସମସ୍ତେ ସମାଜର ଲୋକ। କୋର୍ଟ ଉପରେ ଆମର ବିଶ୍ୱାସ ରହିଛି। ଏହି ମାମଲାଗୁଡ଼ିକରେ କୋର୍ଟରେ ଏପରି ବ୍ୟବସ୍ଥା କରିବା ଉଚିତ୍‌, ଯେଉଁମାନେ ଏପରି କାର୍ଯ୍ୟ କରନ୍ତି ସେମାନଙ୍କୁ ସର୍ବନିମ୍ନ ମୃତ୍ୟୁଦଣ୍ଡ ସହ ଦଣ୍ଡ ମିଳିବା ଉଚିତ୍‌। କୋର୍ଟରେ ଏହି ମାମଲାର ଶୀଘ୍ର ଶୁଣାଣି କରାଯିବା ଉଚିତ୍‌। ବେଳେବେଳେ ଶୁଣାଣିରେ ବହୁଦିନ ଲାଗିଯାଇଥାଏ। ଯାହାଫଳରେ ନ୍ୟାୟ ପ୍ରଦାନରେ ବିଳମ୍ବିତ ହୋଇଥାଏ ବୋଲି ରାଜେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri