Posted inଜାତୀୟ

‘ମସ୍‌ଜିଦ୍‌ ଭଙ୍ଗା ମ୍ୟାଜିକ୍‌ ଥିଲା କି’

ହାଇଦ୍ରାବାଦ,୧ା୧୦: ବାବ୍ରି ମସ୍‌ଜିଦ ଧ୍ୱଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସ୍‌ଜିଦ ଭଙ୍ଗା ଘଟଣା ଯୋଜନାବଦ୍ଧ ନ ଥିଲା, ଆକସ୍ମିକ ଥିଲା ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ପାର୍ଟି ମୁଖ୍ୟ ଅସାଦୁଦ୍ଦିନ ଓୱାଇସି ଗଭୀର କ୍ଷୋଭ ପ୍ରକାଶ କରି ଭାରତୀୟ ନ୍ୟାୟପାଳିକାର କଳାଦିନ ବୋଲି କହିଛନ୍ତି। ‘କୋର୍ଟଙ୍କ ରାୟ କେବଳ ହିନ୍ଦୁତ୍ୱ ବିଚାରକୁ ସନ୍ତୁଷ୍ଟ କରିବ, ଭାରତୀୟ ମୁସଲମାନ ନ୍ୟାୟ ପାଇନାହାନ୍ତି। ମୁଁ ଜଣେ ଭାରତୀୟ ମୁସଲମାନ ଭାବରେ ଆଜି ନିଜକୁ ଅପମାନିତ ଏବଂ ଅସହାୟ ମନେ କରୁଛି। ଠିକ୍‌ ଯେପରି ୧୯୯୨ରେ, ଯେତେବେଳେ ମୁଁ ଯୁବକ ଥିଲି ବୋଲି ଓଓ୍ବାଇସି କହିଛନ୍ତି। ଓଓ୍ବାଇସି କହିଛନ୍ତି ଯେ, ‘ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବା ଆଇନର ଗୁରୁତର ଉଲ୍ଲଂଘନ ବୋଲି ସୁପ୍ରିମ୍‌କୋର୍ଟ ଗତବର୍ଷ ନଭେମ୍ବର ୯ରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ କରି କହିଥିଲେ। ହେଲେ ସୁପ୍ରିମ୍‌କୋର୍ଟଙ୍କ ଉକ୍ତ ରାୟକୁ ବିରୁଦ୍ଧାଚରଣ କରୁଛି ସିବିଆଇ କୋର୍ଟଙ୍କ ଏହି ରାୟ। ସେ ରାୟ ଉପରେ ପ୍ରଶ୍ନ ପଚାରିଛନ୍ତି ଯେ, ମସ୍‌ଜିଦ୍‌ ଭଙ୍ଗାଯିବା, ମୂର୍ତ୍ତି ରଖାଯିବା ଏବଂ ମସ୍‌ଜିଦ ତାଲା ଖୋଲାଯିବା ମ୍ୟାଜ୍‌ ଥିଲା କି? ଲାଲକୃଷ୍ଣ ଆଡ଼ଭାନୀ ସମଗ୍ର ଦେଶରେ ରଥଯାତ୍ରା କରିଥିଲେ। ଫଳରେ ସବୁ ସ୍ଥାନରେ ହିଂସା ହୋଇଥିଲା। ଉମା ଭାରତୀ ସ୍ଲୋଗାନ ଦେଇଥିଲେ ଯେ, ଆଉ ଏକ ଧକ୍କା ଦିଅ ବାବ୍ରି ମସ୍‌ଜିଦ ଭାଙ୍ଗି ଦିଅ। ଯେତେବେଳେ ବାବ୍ରି ମସ୍‌ଜିଦ ଭଙ୍ଗାଯାଉଥିଲା ସେତେବେଳେ ମିଠା ବଣ୍ଟାଯାଉଥିଲା। ଆଡ଼ଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନେ ଖୁସି ମନାଉଥିଲେ। ଏହି ସବୁ କ’ଣ ସତ୍ୟ ନୁହେଁ କି ବୋଲି ଓଓ୍ବାଇସି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବାବ୍ରି ମସ୍‌ଜିଦ୍‌ ଭାଙ୍ଗିଥିବା ନେଇ ଯେଉଁ ଅଭିଯୁକ୍ତ ଭଗବାନ ଗୋୟଲ କୋର୍ଟ ବାହାରେ ସ୍ବୀକାର କରିଛନ୍ତି ତାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ଏକ ଶାୟରୀ ପୋଷ୍ଟ କରିଛନ୍ତି ଯେ, ‘ଓ୍ବହି କାତିଲ୍‌ ଓ୍ବହି ମୁନ୍‌ସିଫ୍‌ ଅଦାଲତ ଉସ୍‌ କି ଓ୍ବ ଶାହିଦ୍‌, ବହୁତ ସେ ଫୈସଲେଁା ମୈ ଅବ୍‌ ତରଫ-ଦାରୀ ଭି ହୋତି ହେ’।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri