ମାଟିରେ ମିଶିଯିବ ବଳରାମ ଦାସ ଗୁମ୍ଫା

ପୁରୀ ଅଫିସ,୨୮ା୯: ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ପୁରୀରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ମାଟିରେ ମିଶିଗଲାଣି। ପୁଣି କେତେକ ଐତିହ୍ୟ ରହିଛି ଯାହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ତାହା ବି ମାଟିରେ ମିଶିବାକୁ ବସିଲାଣି। ଏମିତି ଏକ ପ୍ରାଚୀନ ଐତିହ୍ୟ ହେଉଛି ଚକ୍ରତୀର୍ଥ ରୋଡସ୍ଥିତ ଶ୍ରୀନୃସିଂହ ମନ୍ଦିର ପରିସର ବଳରାମ ଦାସ ଗୁମ୍ଫା।
ଓଡ଼ିଶାର ପ୍ରସିଦ୍ଧ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସନ୍ଥ ବଳରାମ ଦାସ। ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବଳରାମ ଥରେ ଅଶୌଚ ଅବସ୍ଥାରେ ରଥଯାତ୍ରା ସମୟରେ ରଥକୁ ଚଢିଯାଇଥିଲେ। ଏହାକୁ ସେବକମାନେ ଗ୍ରହଣ କରି ନ ଥିଲେ। ତେଣୁ ସେମାନେ ବଳରାମଙ୍କୁ ଅପମାନିତ କରି ରଥରୁ ଓହ୍ଲାଇ ଦେଇଥିଲେ। ଏହା ତାଙ୍କୁ ଖୁବ୍‌ ଆଘାତ ଦେଇଥିଲା। ସେ ଅଭିମାନରେ କେବଳ ରଥ ନୁହେଁ, ବଡଦାଣ୍ଡ ଛାଡ଼ି ବାଙ୍କୀ ମୁହାଣ ଅପରପାର୍ଶ୍ୱ ଚକ୍ରତୀର୍ଥ ଘାଟରେ ପହଞ୍ଚତ୍ଥିଲେ। ସେଠାରେ ଥିବା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତିଷ୍ଠିତ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗ ବାଲିପନ୍ତରାରେ ବାଲିରେ ଏକ ରଥ ତିଆରି କରିଥିଲେ। ଏଥିସହ ବାଲିରେ ମହାପ୍ରଭୁଙ୍କ ମୂର୍ତ୍ତି ଗଢି ସେହି ବାଲିରଥରେ ବସାଇଥିଲେ। ସେଠାରେ ମହାପ୍ରଭୁଙ୍କୁ ଉପାସନା କରିଥିଲେ। ଫଳରେ ବଡଦାଣ୍ଡରେ ଆଉ ରଥ ଗଡ଼ି ନ ଥିଲା। ଭକ୍ତର ବିଶ୍ୱାସରେ ମହାପ୍ରଭୁଙ୍କ ସତ୍ତା ବାଲିରଥରେ ଆସି ବିଜେ କରିବା ଫଳରେ ବଡଦାଣ୍ଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା। ପରେ ଗଜପତି ସ୍ବପ୍ନାଦେଶ ପାଇ ଘଟଣା ବିଷୟରେ ଜାଣିବା ପରେ ବଳରାମଙ୍କୁ କ୍ଷମା ମାଗି ପୁନଶ୍ଚ ରଥ ଚାଲିବା ପାଇଁ ନିବେଦନ କରିଥିଲେ। ରଥ ଚାଲିଥିଲା ସତ, କିନ୍ତୁ ବଳରାମ ଆଉ ଚକ୍ରତୀର୍ଥରୁ ଫେରି ନ ଥିଲେ। ସେହି ବାଲିପନ୍ତରାରେ କୁଡ଼ିଆ କରି ରହିଥିଲେ। ପ୍ରାୟ ୫୦୦ ବର୍ଷ ତଳେ ଚୁନ ଓ ଅଠାରେ ନିର୍ମାଣ ହୋଇଥିବା ସେହି କୁଡ଼ିଆ କାଳକ୍ରମେ ଛୋଟ ଗୁମ୍ଫାକୃତି ହୋଇଥିଲା। ଏହା ବଳରାମ ଦାସ ଗୁମ୍ଫା ବୋଲି ଲୋକମୁଖରେ ରହିଆସିଛି। ସିଦ୍ଧସାଧକ ବଳରାମ ଏଠାରେ ପ୍ରାଦେଶିକ ଓଡ଼ିଆ ଭାଷାରେ ଜଗମୋହନ ରାମାୟଣ ରଚନା କରିଥିଲେ। ସନ୍ଥ ବଳରାମଙ୍କ ସ୍ମୃତି ବହନ କରୁଥିବା ଏହି ଐତିହ୍ୟ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି।
ଶ୍ରୀକ୍ଷେତ୍ରର ୫୪ଟି ଐତିହ୍ୟର ବିକାଶ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରେ ବଳରାମ ଦାସ ଗୁମ୍ଫା ମଧ୍ୟ ସ୍ଥାନ ପାଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ଗବେଷକମାନେ ଏହି ସ୍ଥାନ ପରିଦର୍ଶନ କରିଥିଲେ। ଏହାର ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବାସ୍ତବତାର ରୂପ ନେଇ ନ ଥିଲା। ଫଳରେ ପ୍ରାୟ ୫୦୦ ବର୍ଷର ଐତିହ୍ୟକୁ ଜାବୁଡ଼ି ଧରିଥିବା ବଳରାମ ଦାସ ଗୁମ୍ଫା ଆଜି ଇତିହାସ ହେବାକୁ ଯାଉଛି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଏହାର ବିକାଶ ପାଇଁ ରାଜ୍ୟ ପ୍ରନତ୍ତତ୍ତ୍ବ ବିଭାଗକୁ ଅନୁରୋଧ କରାଯିବ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri