ପର୍ଯ୍ୟଟକ ଅପେକ୍ଷାରେ ପ୍ରକୃତିପଥ

ଢେଙ୍କାନାଳ ଅଫିସ, ୨୮।୯:  ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟଟନର ଅନନ୍ୟ ସମ୍ଭାବନା। ଅଭୟାରଣ୍ୟ, ଜଳଭଣ୍ଡାର, ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଗ୍ରାମଗୁଡ଼ିକର ବିକାଶ କରାଗଲେ ବିପୁଳ ରାଜସ୍ବ ଆଦାୟ ହୋଇପାରିବ। କୋଭିଡ୍‌ ମହାମାରୀ ସମୟରେ ଅର୍ଥ ଆଦାୟର ଅଧିକାଂଶ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଟୁରିଜମ୍‌ରୁ ଏହାକୁ କେତେକାଂଶରେ ଭରଣା କରାଯାଇପାରିବ ବୋଲି ଆଶା ସଞ୍ଚାର ହୋଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏବେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କପିଳାସ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବନ ବିଭାଗ ସହାୟତାରେ ନିର୍ମିତ ହୋଇଛି ୫.କି.ମି ଦୀର୍ଘ ପ୍ରକୃତି ବା ପ୍ରାକୃତିକ ଚଲାପଥ। ଏହି ପାଦଚଲା ରାସ୍ତାରେ ପର୍ଯ୍ୟଟକମାନେ ଘନଜଙ୍ଗଲ, ପାହାଡ଼, ସବୁଜିମା ପରିବେଶ ସମେତ ବନ୍ୟଜୀବନକୁ ନିକଟରୁ ଉପଭୋଗ କରିପାରିବେ। କରୋନା କଟକଣା ଉଠିବା ପରେ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୨୫.୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ କପିଳାସ ଅଭୟାରଣ୍ୟ ଭଳିକି ଭଳି ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ। ଏହାର ଶାନ୍ତଶୀତଳ ବାତାବରଣ ହାତୀଙ୍କ ଲାଗି ଭୂସ୍ବର୍ଗ ପାଲଟିଥିବାବେଳେ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। କପିଳାସର ପର୍ଯ୍ୟଟନକୁ ନୂଆ ଦିଗ ଦେବା ଏବଂ ଇକୋ ଟୁରିଜମର ବିକାଶ ଲାଗି ଏହି ପ୍ରକୃତି ଚଲାପଥ ପ୍ରମୁଖ ଭୂମିକା ଗ୍ରହଣ କରିବ। କପିଳାସ ପ୍ରବେଶ ଦ୍ୱାରଠାରୁ ପିଚୁ ରାସ୍ତାରେ ଅଳ୍ପ ଦୂର ଯିବା ପରେ ଅଭୟାରଣ୍ୟ ମଧ୍ୟରେ ତିଆରି ହୋଇଛି ପ୍ରକୃତି ଚଲାପଥ ତୋରଣ। ଏଠାରୁ ଆରମ୍ଭ ହୋଇଥିବା ୫ କିମି ବିଶିଷ୍ଟ ଏହି ପାଦଚଲା ରାସ୍ତା ଘଞ୍ଚଜଙ୍ଗଲ, ପାହାଡ଼ ଦେଇ କପିଳାସ ମନ୍ଦିର ନିକଟରେ ବାହାରିଛି। ଟ୍ରେକିଂରେ ସଉକ୍‌ ରଖୁଥିବା ଲୋକଙ୍କୁ ଏହି ଚଲାପଥ ଆକର୍ଷିତ କରିବ। ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ମନ୍ଦିର ଯାଏ ଯାଇପାରିବେ। ଏଥିଲାଗି ଆବଶ୍ୟକ ସୁବିଧା କରାଯାଇଛି। ଥକ୍କା ମାରିବା, ସାମୟିକ ବିଶ୍ରାମ ନେବା ଲାଗି ପ୍ରତି ଅଧ କିଲୋମିଟର ଦୂରତାରେ କଂକ୍ରିଟ ବେଞ୍ଚ୍‌ ନିର୍ମାଣ କରାଯାଇଛି। ଯାତ୍ରୀ, ପର୍ଯ୍ୟଟକଙ୍କୁ ସୁରକ୍ଷା ଏବଂ ସହାୟତା କରିବା ଲାଗି କର୍ମଚାରୀ ନିଯୁକ୍ତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ଦର୍ଶନିଆ ଭୋଇ କୁହନ୍ତି, ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ପ୍ରକୃତି ଚଲାପଥ ପ୍ରସ୍ତୁତ ହୋଇ ରହିଛି। ଯାତ୍ରୀଙ୍କ ଲାଗି ବିଭିନ୍ନ ସ୍ଥାନରେ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ହେଲେ କରୋନା କଟକଣା ଯୋଗୁ ଏହା ଆରମ୍ଭ ହୋଇନାହିଁ। ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଅଭୟାରଣ୍ୟ ଦେଇ ମନ୍ଦିର ଯାଏ ନିର୍ମିତ ଏହି ଚଲାପଥ କପିଳାସକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏଠାରେ ଇକୋ ଟୁରିଜମର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ଇମ୍ରାନଙ୍କ ସହ ସ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍‌, ଏହି କାରଣ ପାଇଁ କୋର୍ଟ…

ଇସଲାମାବାଦ,୨୦ା୧୨: ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri