Posted inଜାତୀୟ

୩ ଶ୍ରମ ସଂସ୍କାର ବିଲ୍‌ ସଂସଦରେ ପାରିତ

ନୂଆଦିଲ୍ଲୀ,୨୪।୯(ପି.ଟି.): ପାର୍ଲାମେଣ୍ଟରେ ବୁଧବାର ୩ଗୋଟି ଶ୍ରମ ସଂସ୍କାର ବିଲ୍‌କୁ ଅନୁମୋଦନ ମିଳିଛି। ଏହି ବିଲ୍‌ କମ୍ପାନୀଗୁଡ଼ିକର ପ୍ରତିବନ୍ଧକକୁ ଦୂର କରିବ। ଏଥିସହ ଯେଉଁ କମ୍ପାନୀରେ ୩୦୦ ପର୍ଯ୍ୟନ୍ତ ସଂଗଠିତ ଶ୍ରମିକ କାର୍ଯ୍ୟ କରୁଥିବେ ଛଟେଇ ସମୟରେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ନାହିଁ। ଯାହାଦ୍ୱାରା କମ୍ପାନୀଗୁଡ଼ିକ ଅଧିକ ପୁଞ୍ଜି ନିବେଶ ପ୍ରତି ଆଗ୍ରହ ପ୍ରକାଶ କରିବା ସହ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ମଙ୍ଗଳବାର ଲୋକ ସଭାରେ ଅକୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନସ୍‌ କୋଡ୍‌-୨୦୨୦, ଇଣ୍ଡଷ୍ଟ୍ରିୟାଲ ରିଲେଶନ କୋଡ ବିଲ୍‌-୨୦୨୦ ଏବଂ ସାମାଜିକ ସୁରକ୍ଷା ବିଲ୍‌-୨୦୨୦ଗୃହୀତ ହୋଇଥିଲା। ବୁଧବାର ରାଜ୍ୟ ସଭାରେ କଂଗ୍ରେସ ସମେତ ଟିଏମ୍‌ସି ଏବଂ ବାମଦଳ ଗୁଡ଼ିକ ଗୃହତ୍ୟାଗ କରିଥିବା ସତ୍ତ୍ୱେ ଧ୍ୱନି ମତରେ ଉକ୍ତ ୩ ବିଲ୍‌କୁ ପାରିତ କରାଯାଇଛି। ଉଭୟ ଗୃହରେ ବିଲ୍‌ ପାରିତ ହୋଇଥିବାରୁ ଏହାକୁ ସଂସଦର ଅନୁମୋଦନ ମିଳିଛି। ୨୯ କେନ୍ଦ୍ରୀୟ ଶ୍ରମ ଆଇନ ମିଶ୍ରଣରେ ୪ଟି ଶ୍ରମ କୋର୍ଡ ଗଠନ ହୋଇଛି। ସରକାର ଆଣିଥିବା ନୂଆ ଶ୍ରମ ସଂସ୍କାର ବିଲ୍‌ରେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ ଏବଂ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସଭାରେ ଏହି ବିଲ୍‌ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଥିଲେ ଯେ, ବ୍ୟବସାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଶ୍ରମ ଆଇନରେ ସଂସ୍କାର ଅଣାଯାଇଛି। ଦେଶର ପ୍ରାୟ ୧୬ଟି ରଜ୍ୟରେ ୩୦୦ କର୍ମଚାରୀ ଥିବା କମ୍ପାନୀଗୁଡ଼ିକ ସରକାରଙ୍କ ବିନା ଅନୁମତିରେ ଶ୍ରମିକ ଛଟେଇ ବ୍ୟବସ୍ଥା ଲାଗୁ କରିଛନ୍ତି। ସରକାରଙ୍କ ବିନା ଅନୁମତିରେ କମ୍ପାନୀଗୁଡ଼ିକରେ ଶ୍ରମିକମାନଙ୍କ ଛଟେଇ ସୀମା ୩୦୦କୁ ବୃଦ୍ଧି କରିବାକୁ ପାର୍ଲାମେଣ୍ଟର ଶ୍ରମ ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିଲା। ପୂର୍ବରୁ କମ୍ପାନୀଗୁଡ଼ିକ ସରକାରଙ୍କ ବିନା ଅନୁମତିରେ ୧୦୦ରୁ ଅଧିକ ଶ୍ରମିକ ନିଯୁକ୍ତି କରିପାରୁ ନ ଥିଲେ। ଫଳରେ ଅଣସଂଗଠିତ ନିଯୁକ୍ତି ବଢ଼ି ଚାଲିଥିଲା। ୨୦୧୯ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ରାଜସ୍ଥାନରେ ନିଯୁକ୍ତି ସୃଷ୍ଟିରେ ଉନ୍ନତି ଆସିଥିବାବେଳେ କର୍ମଚାରୀ ଛଟେଇ ହ୍ରାସ ପାଇଥିଲା। ନୂତନ ଶ୍ରମ ସଂସ୍କାର ଆଇନ ହେବା ଦ୍ୱାରା ନିବେଶକଙ୍କୁ ବଡ଼ ଫ୍ୟାକ୍ଟ୍ରି ସ୍ଥାପନ କରିବାଲାଗି ଉତ୍ସାହିତ କରିବା ସହ ବୃହତ୍‌ ପରିମାଣରେ ନିଯୁକ୍ତି ସୃଷ୍ଟିର ସୁବିଧା ହୋଇପାରିବ ବୋଲି ଗଙ୍ଗଓ୍ବାର କହିଥିଲେ। ଏହି ବିଲ୍‌ ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା କରିବା ସହ ସାର୍ବଜନିନ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ। ବିଶେଷକରି କର୍ମଚାରୀ ଭବିଷ୍ୟନିଧି ଏବଂ ରାଜ୍ୟ କର୍ମଚାରୀ ନିଗମର ସୁବିଧା କରିବ। ଏହା ଦ୍ୱାରା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୪୦କୋଟି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୂକ୍ତ କରାଯାଇପାରିବ। ଏହି ଆଲୋଚନାରେ ଭାଗ ନେଇ ବିଜେଡି ଏମ୍‌ପି ସୁବାସ ସିଂ କହିଥିଲେ ଯେ, ଏହି ନୂଆ ବିଲ୍‌ ଶ୍ରମିକ ଆନ୍ଦୋଳନ ନୀତିକୁ ପ୍ରଭାବ ଶୂନ୍ୟ କରିବା ସହ ନିଯୁକ୍ତିିଦାତାଙ୍କୁ ସୁହାଇବା ଭଳି କାର୍ଯ୍ୟ କରିବ। ତଥାପି ଏହି ବିଲ୍‌ରେ ଏକାଧିକ ଶ୍ରମିକ କଲ୍ୟାଣ ବ୍ୟବସ୍ଥା ରଖାଯାଇଛି ବୋଲି ସିଂ କହିଛନ୍ତି। ବିଲ୍‌କୁ ସମର୍ଥନ କରି ଜେଡିୟୁ ଏମ୍‌ପି ଆର୍‌.ସି.ପି ସିଂ କହିଥିଲେ ଯେ ଏହା ଉଭୟ ଶମିକ ଏବଂ ଶ୍ରମଦାତାଙ୍କ ଲାଗି ଫଳପ୍ରଦ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri