କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…

କଟକ ଅଫିସ୍‌, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା ଏ ସହର, ସେତିକି ପୁରୁଣା ଏଠାକାର ପରମ୍ପରା ଆଉ ଦୁଗର୍ର୍ାପୂଜା। ପ୍ରତିବର୍ଷ କାରିଗର ହାତରେ ସମାନ ଆଉ ସୁନ୍ଦର ମୂର୍ତ୍ତି ତିଆରି ହୁଏ। ଯେସନ ଦେଖ ସମାନ ଦିଶିବ। ଏବେ ମା’ଙ୍କ ମୂର୍ତ୍ତିକୁ ନେଇ ବିବାଦ ଆଗେଇଛି। ହେଲେ ଗୋଟିଏ ପ୍ରଶ୍ନ ଏବେ କାଠଗଡ଼ା ନୁହେଁ କଟକବାସୀଙ୍କ ପ୍ରାଣକୁ ଆନ୍ଦୋଳିତ କଲାଣି। ଯେଉଁମାନେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ ନ କରି ବଡ଼ମୂର୍ତ୍ତି ନିର୍ମାଣ କରିଛନ୍ତି, ସେମାନେ କ’ଣ ମୂର୍ତ୍ତିକୁ ଭାଙ୍ଗିବେ? ଏଥିରେ ଐତିହ୍ୟନଗରୀର ମୂଳ ପରମ୍ପରା ବଞ୍ଚିବ ନା ମୂର୍ତ୍ତି ଭଗ୍ନ ହେବ ?

କଟକ ଦଶହରାକୁ ନେଇ ଏବେ ବିବାଦ କଚେରି, ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣଙ୍କ ଭିତରେ ମଧ୍ୟ ଦେଖାଦେଲାଣି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୪ ଫୁଟ ବଦଳରେ ପୂର୍ବଭଳି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଥିଲେ। ହେଲେ ଧୀରେ ଧୀରେ ଏହି ଘଟଣା ଜଟିଳ ପରିସ୍ଥିତି ଭିତରକୁ ଠେଲି ହୋଇ ପଶିଲାଣି। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ଘଟଣାକୁ ବିଚାରକୁ ନେଇ ସହରର ସମସ୍ତ ପୂଜା କମିଟିର ମୂର୍ର୍ତ୍ତିି ଉଚ୍ଚତା ଯାଞ୍ଚ କରିଥିଲା। ୯ଟି ପୂଜା କମିଟି ଏବେ ଗାଇଡ୍‌ଲାଇନକୁ ନ ମାନି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ମୂର୍ତ୍ତି ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ତାଗିଦ ହୋଇଥିବା ଜଣାପଡ଼ିଛି ।

ଧର୍ମକୁ ନ ଜାଣି ନିର୍ଦ୍ଦେଶ ଠିକ୍‌ ନୁହେଁ
ପୋଲିସ କମିଶନର ମହୋଦୟ ଧର୍ମକୁ ନ ଜାଣି ନିର୍ଦ୍ଦେଶ ଦେଇଛନ୍ତି। କହିଦେଲେ ସିନା ମୂର୍ତ୍ତିକୁ ଭାଙ୍ଗିଦିଅ। ହେଲେ ଏଥିରେ କଟକବାସୀଙ୍କ ଭାବନାକୁ କେତେ ଆଞ୍ଚ ଆସିବ ତାହା ଜାଣିପାରିଲେ ନାହିଁ। ସୋମବାର ହାଇକୋର୍ଟରେ ରିଟ ପିଟିଶନ ଫାଇଲ କରିବୁ। କଟକ ମହାନଗର ଶାନ୍ତି କମିଟି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ମୁଁ ସହମତ ନ ଥିଲି । ସିପିଙ୍କ ନାଁରେ ଅଦାଲତ ଅବମାନନା ମାମଲା ମଧ୍ୟ କରାଯିବ।
-ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ସଭାପତି, ବାଲୁବଜାର ପୂଜା କମିଟି

କଟକିଆଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇଦେଲେ
କଟକରେ ଆଉ ପରମ୍ପରା ରହିଲା କୋଉଠି। ଯେଉଁମାନଙ୍କୁ ମୁରବି ଭାବିଥିଲୁ ସେମାନେ ଚୁପ୍‌ ହୋଇ ବସିଛନ୍ତି। କଟକ ଓ କଟକବାସୀଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇଦେଲେ। ଆମ ପରମ୍ପରା ଜାଣି ନ ଥିବା ବ୍ୟକ୍ତିବିଶେଷ ମୂର୍ର୍ତ୍ତିି ଭାଙ୍ଗିବାକୁ କହୁଛନ୍ତି। ମା’ଙ୍କ ଉପରେ ଏମାନଙ୍କର କ’ଣ ରାଗ ରହିଛି ତାହା ଆମେ ପ୍ରଶ୍ନ କରିବାକୁ ଚାହୁଁ। ମୂର୍ତ୍ତି ଭାଙ୍ଗିଲେ ସମଗ୍ର ବିଶ୍ୱକୁ ମହାସଙ୍କଟ ମାଡ଼ି ଆସିବ।
– ନରେଶ ସାହୁ, ସମ୍ପାଦକ, ଫିରିଙ୍ଗିବଜାର ପୂଜା କମିଟି

ମୂର୍ତ୍ତି ଭଙ୍ଗାଯିବା ସହିପାରିବୁ ନାହିଁ
ଭୁଲ୍‌ ହୋଇଛି। ହେଲେ ତା’ ମାନେ ନୁହେଁ ଯେ ମୂର୍ତ୍ତି ଭଙ୍ଗାଯିବ। ଭାଇଚାରାର ଏହି ସହରରେ ଆମେ ମୂର୍ତ୍ତି ଭାଙ୍ଗିବାକୁ ବିରୋଧ କରୁଛୁ। ଖୋଦ କଟକିଆ ଭାବେ ଦେବୀଙ୍କ ମୂର୍ତ୍ତି ଭଙ୍ଗାଯିବା ସହିପାରିବୁ ନାହିଁ। ଯେଉଁମାନେ ମୂର୍ତ୍ତି ନିର୍ମାଣ କରି ନାହାନ୍ତି, ସେମାନେ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରିବେ। ଦେବୀଙ୍କ ମୂର୍ତ୍ତି ଭଙ୍ଗାଯିବା ଅସମ୍ଭବ। ଏବେ ବିକଳ୍ପ ଖୋଜାଯାଉ।
– ଜଗନ୍ନାଥ ସାହୁ, ସମ୍ପାଦକ, କଲେଜଛକ ପୂଜା ପ୍ରତିଷ୍ଠାନ
ଭାବାବେଗକୁ ଆଘାତ କରିବା ଅନୁଚିତ
ସହରବାସୀଙ୍କ ଭାବାବେଗକୁ ଆଘାତ କରିବା ସପକ୍ଷରେ ମୁଁ ନାହିଁ। ଏହା ଧର୍ମର କଥା, କଟକ ପରମ୍ପରାର କଥା। ସରକାରଙ୍କ ଗାଇଡ୍‌ଲାଇନ ପାଳନ କରି ନ ଥିବା ହେତୁ ସେମାନଙ୍କୁ କିଛି ଶାସ୍ତି ଦିଆଯାଉ। ହେଲେ ମୂର୍ତ୍ତି ଭାଙ୍ଗିବା ଆଦୌ ଉଚିତ ନୁହେଁ ।
ବଳକା ପୂଜା କମିଟି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ।
– ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ

 

କୁମାରଶ୍ରୀ ସାହୁ

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri