ଯୋଜନାରେ ସୀମିତ ସ୍ମାର୍ଟ ପ୍ରକଳ୍ପ

ଭୁବନେଶ୍ୱର,୧୯ା୯ (ବ୍ୟୁରୋ): ଗତ ୨୦୧୬ ଜାନୁୟାରୀ ମାସରେ ଭୁବନେଶ୍ୱରକୁ ଦେଶର ସ୍ମାର୍ଟସିଟି ମାନ୍ୟତା ମିଳିଥିଲା। ହେଲେ ସ୍ମାଟସିଟିର ସ୍ମାର୍ଟ ପ୍ରକଳ୍ପ ଆଜିଯାଏ ଅପହଞ୍ଚ। ପ୍ରଥମେ ହକି ବିଶ୍ୱକପ୍‌ ପରେ ବାତ୍ୟା ଫନୀ ଓ ଏବେ କରୋନା ପାଇଁ ଅଧାପନ୍ତରିଆ ପଡ଼ିଛି ସ୍ମାର୍ଟ ପ୍ରକଳ୍ପ। କେବଳ ଟଣା ଓଟରା, ଖୋଳା ପୋତାରେ ସମୟ କଟୁଛି ପଛେ ସ୍ମାର୍ଟସିଟି ସ୍ମାର୍ଟ ପ୍ରକଳ୍ପର ଚିହ୍ନ ବର୍ଣ୍ଣ ମିଳୁନାହିଁ। ସେ ସ୍ମାର୍ଟ ଜନପଥ ହେଉ କିମ୍ବା ମାଗଣା ୱାଇଫାଇ ସେବା, ଲେକ୍‌ ଜୋନ୍‌ କିମ୍ବା ବହୁତଳ ମଲ୍ଟି ତଥା ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ହେଉ ସ୍ମାର୍ଟସିଟିର ସ୍ମାର୍ଟ ଲୋକଙ୍କ ପାଖରେ ତାହା ଏବେ ବି ଅପହଞ୍ଚ। ଦିନ ପରେ ଦିନ ବିତୁଥିବାବେଳେ ସ୍ମାର୍ଟସିଟିର ଯୋଜାନଗୁଡ଼ିକ କେବଳ ଯୋଜନାରେ ହିଁ ସୀମିତ ଥିବା ପରିଲିକ୍ଷିତ ହେଉଛି।
ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା ହେବାର ପାଖାପାଖି ୫ ବର୍ଷ ବିତିଗଲାଣି। ହେଲେ ରାଜଧାନୀବାସୀ ଏପର୍ଯ୍ୟନ୍ତ ତାହାର ଅନୁଭବ କରିପାରିଲେନି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଲୋକଙ୍କୁ ହାତପାହନ୍ତାରେ ସ୍ମାର୍ଟ ସୁବିଧା ଯୋଗାଇଦେବା ପାଇଁ ସ୍ମାର୍ଟ କିଓସ୍କକୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ହେଲେ ନା ଲୋକମାନେ ତା’ର ବ୍ୟବହାର ଜାଣିଲେ, ନା ତାହା ବ୍ୟବହୃତ ହୋଇପାରିଲା। ସବୁ ପେମେଣ୍ଟଠାରୁ ଆରମ୍ଭ କରି ହାତପାହାନ୍ତାରେ ସେବା ଯୋଗାଇବା ପାଇଁ ସହରର ପାଖାପାଖି ୨୫ ସ୍ଥାନରେ ଏହି କିଓସ୍କ ରଖାଯାଇଛି। ହେଲେ ସେଗୁଡ଼ିକ ଏବେ ଖତ ଖାଉଥିବାର ନଜରକୁ ଆସୁଛି। ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚରେ ରାଜଧାନୀରେ ସ୍ମାର୍ଟ ପାର୍କ, ସ୍ମାର୍ଟ ଜନପଥ ଓ ମାଗଣା ଓ୍ବାଇ ଫାଇ ସେବା ଯୋଗାଇବା ପ୍ରକଳ୍ପର ବିକାଶ କାର୍ଯ୍ୟ ଜାରି ରହିଛି। ହେଲେ ଏଯାବତ୍‌ ସରିପାରୁ ନାହିଁ। ଗତ ୪ବର୍ଷ ହେବ ସ୍ମାର୍ଟ ଜନପଥର କାର୍ଯ୍ୟ ଯେମିତି ମନ୍ଥର ଗତିରେ ଚାଲିଛି ତାହା ସରିବାକୁ ଆହୁରି ୨ ବର୍ଷ ଲାଗିବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି।
ଗତ କିଛିଦିନ ତଳେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ସ୍ମାର୍ଟସିଟି ଆଡଭାଇଜରି ଫୋରମ୍‌ (ଉପଦେଷ୍ଟା ଫୋରମ୍‌)ର ଏନେଇ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ କି ମୁଖ୍ୟତଃ ଅଧାପନ୍ତରିଆ ଥିବା ସ୍ମାର୍ଟସିଟି କାର୍ଯ୍ୟ ଓ ପଛରେ ଥିବା ସ୍ମାର୍ଟସିଟି କାର୍ଯ୍ୟ ଉପରେ ବିସ୍ତୃତ୍ୱ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବହୁ ପ୍ରକଳ୍ପ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସ୍ମାର୍ଟ ଜନପଥ କାମରୁ ଆରମ୍ଭ କରି ବହୁତଳ କାର୍‌ ପାର୍କିଂ କାମ ମାର୍ଚ୍ଚ ସୁଦ୍ଧା ଶେଷ କରିବୁ ବୋଲି ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ଅଶ୍ବିନୀ ବିଶ୍ବାଳ କହିଛନ୍ତି। ସେହିପରି କରୋନା ଯୋଗୁ କାମ ପ୍ରଭାବିତ ହୋଇଥିଲେ ହେଁ ଏବେ ପୂର୍ବାପେକ୍ଷା ଜୋରରେ କାମ ଚାଲିଛି। ଆସନ୍ତା ମାସ ମଧ୍ୟରେ ବହୁ କାମ ଶେଷ ହୋଇଯିବ। କିନ୍ତୁ କାମ ୨୦୨୧ ଶେଷ ସୁଦ୍ଧା ସରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୧୮ ଶେଷରେ ହକି ବିଶ୍ୱକପ୍‌, ୨୦୧୯ରେ ବାତ୍ୟା ଫନି, ପରେ ସାଧାରଣ ନିର୍ବାଚନ ଓ ଶେଷରେ ଗତ ମାର୍ଚ୍ଚ ମାସରୁ କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ବିକାଶ କାର୍ଯ୍ୟ ବନ୍ଦ ରହିଥିବା ସ୍ମାର୍ଟସିଟିର ଜନୈକ ଅଧିକାରୀ କହିଛନ୍ତି। ସବୁ କାମ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଛି। ତେଣୁ ସବୁ ପ୍ରକଳ୍ପ ଅବଧି ତିନି ମାସ ଲେଖାଏଁ ବଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଏସ୍‌ସିଏଲ୍‌ ଉଦ୍ୟମ୍‌ କରୁଛି, ହେଲେ ସୀମିତ ଲୋକବଳ ସହ ମହାମାରୀ ପାଇଁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବା ନେଇ ଅନିଶ୍ଚିତତା ଦେଖାଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri