Posted inଖେଳ

ଆଇ-ଲିଗ୍‌ କ୍ୱାଲିଫାୟର୍ସ : ଏଆଇଏଫ୍‌ଏଫ୍‌ର କୋଭିଡ୍‌ ଗାଇଡ୍‌ ଲାଇନ୍‌

କୋଲକାତା, ୧୮ା୯ (ପି.ଟି.)-ବିଳମ୍ବରେ ହେଲେ ମଧ୍ୟ ଶେଷରେ ଆସନ୍ତା ମାସରେ ଏଠାରେ ଆଇ-ଲିଗ୍‌ କ୍ୱାଲିଫାୟର୍ସ ସହ ଫୁଟବଲ୍‌ ସିଜନ ଆରମ୍ଭ ହେବ। ଇଭେଣ୍ଟ ବେଳେ କୋଭିଡ୍‌-୧୯ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପ୍ରକାଶ କରିଛି। ଆଇ-ଲିଗ୍‌ କ୍ୱାଲିଫାୟର୍ସ ପଶ୍ଚିମବଙ୍ଗର ଦୁଇଟି ଭେନ୍ୟୁରେ ଅକ୍ଟୋବର ୮ରୁ ୧୯ ପର୍ଯ୍ୟନ୍ତ ହେବ। ଏଥିରେ ୫ଟି ଦଳ ପରସ୍ପର ସହିତ ରାଉଣ୍ଡ ରବିନ ଫର୍ମାଟରେ ଖେଳିବେ। ସମସ୍ତ ଟିମ୍‌ ଏବଂ ଅଫିସିଆଲଙ୍କ ରହଣୀ ଲାଗି କୋଲକାତାସ୍ଥିତ ଏକ ୫ ତାରକା ହୋଟେଲରେ ଜୈବ-ସୁରକ୍ଷିତ ବବଲ ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ ମହାମାରୀ ପରିସ୍ଥିତି ଯୋଗୁ ବହୁ ଦିନ ହେଲା କ୍ରୀଡ଼ା କାର୍ଯ୍ୟକଳାପ ସ୍ଥଗିତ ରହିଥିଲା। ହିରୋ ଆଇ-ଲିଗ୍‌ କ୍ୱାଲିଫାୟର୍ସ ଜରିଆରେ ଆମେ ଭାରତରେ ଫୁଟ୍‌ବଲ ଆରମ୍ଭ କରିବାକୁ ଯାଉଛୁ। ଖେଳାଳି, ଅଫିସିଆଲ, କ୍ଲବ ମ୍ୟାନେଜମେଣ୍ଟ ଏପରିକି ଆମ ପାଇଁ ଏକ ଆଶ୍ୱସ୍ତିର ବିଷୟ ବୋଲି ଲିଗ୍‌ର ସିଇଓ ସୁନନ୍ଦୋ ଧର ପ୍ରକାଶ କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଆମେ ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ କୌଣସି କ୍ଷେତ୍ରରେ ସାଲିସ କରାଯିବ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଭିତ୍ତି କରି ଏଆଇଏଫ୍‌ଏଫ୍‌ ତରଫରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ସମ୍ପୃକ୍ତ ଟିମ୍‌ଗୁଡ଼ିକୁ ଏ ବିଷୟରେ ଅବଗତ କରାଇ ଦିଆଯାଇଛି। ଖେଳାଳି ଓ ଅଫିସିଆଲମାନଙ୍କ ନିୟମିତ କୋଭିଡ୍‌ ଟେଷ୍ଟ ହେବ। ହୋଟେଲରେ ରିପୋର୍ଟିଂ ପୂର୍ବରୁ ୫ଟି ଦଳର ଖେଳାଳିମାନଙ୍କୁ ଆରଟି-ପିସିଆର ଟେଷ୍ଟ ଦେବାକୁ ହେବ। ଉଭୟ ଟେଷ୍ଟରେ ନେଗେଟିଭ ଆସିଲେ ସେମାନଙ୍କୁ ଟିମ୍‌ ହୋଟେଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ହୋଟେଲରେ ପହଞ୍ଚତ୍ବା ପରେ ସମସ୍ତ ଟିମ୍‌ର ସଦସ୍ୟମାନଙ୍କୁ ପରବର୍ତ୍ତୀ ୩ ଦିନ ଆଇସୋଲେଶନରେ ରହିବାକୁ ପଡ଼ିବ। ପ୍ରଥମ ଆରଟି-ପିସିଆର ଟେଷ୍ଟ ସେପ୍ଟେମ୍ବର ୨୮ରେ ହେବ। ପୁନଶ୍ଚ ଏହି ଟେଷ୍ଟ ଅକ୍ଟୋବର ୪, ୯ ଓ ୧୯ରେ ହେବ। ଟେଷ୍ଟ ସମୟରେ ଯଦି କୌଣସି ସଦସ୍ୟ ପଜିଟିଭ୍‌ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଆଇସୋଲେଶନରେ ରହିବାକୁୁ ହେବ। ଅନ୍ୟମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିବ। ନୂଆ ଖେଳାଳିଙ୍କ ସହିତ ଚୁକ୍ତିର ସମୟସୀମା ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଥିବାରୁ ମଝିରେ ଖେଳାଳି ବଦଳ କରିବାକୁ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri