ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି: ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ବିଏଡ୍‌ ଶିକ୍ଷା କରୁଥିବା ଓଡ଼ିଶାର ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର ସରକାର। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିଏଡ୍‌ ପରୀକ୍ଷାକୁ ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷାକୁ ଫିଜିକାଲ ପରିବର୍ତ୍ତେ ଅନ୍‌ଲାଇନରେ କରିବା ପାଇଁ ଓଡ଼ିଶା ଏଜୁକେଶନ କନସଲ୍‌ଟାନ୍ସି ଫୋରମ(ଓଇସିଏଫ) ରାଜ୍ୟପାଳଙ୍କୁ ନିବେଦନ କରିଥିଲା। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଛି ଏବଂ ଓଡ଼ିଶାରେ ବନ୍ୟା କାରଣରୁ ଛାତ୍ରୀଛାତ୍ର ଓ ଅଭିଭାବକ ଦୟନୀୟ ସ୍ଥିତିରେ ଅଛନ୍ତି। ଏହି ସମୟରେ ଓଡ଼ିଶାରୁ ଛାତ୍ରୀଛାତ୍ରମାନେ ଆନ୍ଧ୍ରପ୍ରଦେଶକୁ ପରୀକ୍ଷା ଦେବା ଲାଗି ଗଲେ ସେମାନଙ୍କ ଗମନାଗମନ, ରହଣି, ସ୍ବାସ୍ଥ୍ୟଯତ୍ନ ଓ ଉପଯୁକ୍ତ ସାନିଟାଇଜେଶନରେ ଗୁୁରୁତର ଅସୁବିଧା ଦେଖାଦେବାର ସମ୍ଭାବନା ରହିଛି। ଏପରିକି ସେମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏନେଇ ଫୋରମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ରାଜ୍ୟପାଳ ହରିଚନ୍ଦନ ବୁଧବାର ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅଧ୍ୟକ୍ଷ ଏବଂ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡକାଇ ବିଚାର ବିମର୍ଶ କରିଥିଲେ। ଉକ୍ତ ଆଲୋଚନାରୁ ଜଣାପଡ଼ିଛି ଯେ, ଅକ୍ଟୋବରରେ ହେବାକୁ ଥିବା ବିଏଡ୍‌ର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଫିଜିକାଲ୍‌ ନ କରାଇ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇଲେ ପରୀକ୍ଷାରେ ସ୍ବଚ୍ଛତା ରହିବନି। ଏହାଛଡ଼ା ବନ୍ୟାବିପନ୍ନ ଅଞ୍ଚଳରେ ପରୀକ୍ଷାର୍ଥୀମାନେ ନେଟ୍‌ୱର୍କ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଉକ୍ତ ପରୀକ୍ଷାକୁ ଆପାତତଃ ନଭେମ୍ବର ମାସକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ଏହି ପରୀକ୍ଷା ଓଡ଼ିଶାର ନିକଟବର୍ତ୍ତୀ ବିଶ୍ୱବିଦ୍ୟାଳୟରେ କରାଇବା ସହିତ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଗଠନମୂଳକ କରିବା ପାଇଁ ସହଜ ବିକଳ୍ପ ଚୟନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ଶୀତ ମଧ୍ୟରେ ଆସୁଛି ଲଘୁଚାପ: ନୂଆବର୍ଷରେ ହେବ ଘନୀଭୂତ

ଭୁବନେଶ୍ୱର,୨୬।୧୨: ଆସନ୍ତା ଡିସେମ୍ବର ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ବାଲେଶ୍ୱର ଦେଶର ସବୁଠୁ ପ୍ରଦୂଷିତ ସହର: ଓଡ଼ିଶାର ୩ ସହରର ବାୟୁ ଗୁଣବତ୍ତା ଅତି ଖରାପ

ଭୁବନେଶ୍ୱର,୨୬।୧୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁସାରେ ଓଡ଼ିଶାର ତିନୋଟି ସହରାଞ୍ଚଳର ବାୟୁକୁ ‘ଅତି ଖରାପ’...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri