ଏସ୍‌ବିଆଇ ଓଟିପି ଭିତ୍ତିକ ଉଠାଣ ୨୪ ଘଣ୍ଟିଆ ହେଲା

ଭୁବନେଶ୍ୱର, ୧୬।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଓଟିପି ଭିତ୍ତିକ ଏଟିଏମ୍‌ ଉଠାଣ ବ୍ୟବସ୍ଥାକୁ ଚବିଶ ଘଣ୍ଟିଆ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୧୮ରୁ ଲୋକମାନେ ଏହି ସେବା ଲାଭ କରିପାରିବେ। ୨୦୨୦ ଜାନୁୟାରୀ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଣକୁ ସୁରକ୍ଷିତ କରିବା ଲାଗି ବ୍ୟାଙ୍କ ଓଟିପି ଭିତ୍ତିକ ଉଠାଣ ସେବା ରାତି ୮ ରୁ ସକାଳ ୮ ଯାଏ କାର୍ଯ୍ୟକାରୀ କରାଇଥିଲା। ୧୦ ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ଟଙ୍କା ଉଠାଣ ଉପରେ ଫୋନକୁ ଏକ ଓଟିପି ଆସୁଥିଲା। ଏଟିଏମ୍‌ ଉଠାଣ ଠକେଇ ଓ ଅନ୍ୟ ସମସ୍ୟାରୁ ସୁରକ୍ଷା ପାଇଁ ବ୍ୟାଙ୍କ ଏଭଳି ଏକ ବ୍ୟବସ୍ଥାକୁ ଗ୍ରହଣ କରିଛି। ଓଟିପି ସେବା ଜରିଆରେ ଗ୍ରାହକଙ୍କୁ ସୁରକ୍ଷା ଓ ଠକେଇରୁ ମୁକ୍ତି ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୧୮ ସେପ୍ଟେମ୍ବରରୁ କଡ଼ାକଡ଼ି ଭାବରେ ବ୍ୟାଙ୍କର ଏଟିଏମ୍‌ରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଉଠାଣ ସମୟରେ ପ୍ରଥମ ଗ୍ରାହକଙ୍କ ଖାତା ଆଧାରିତ ଫୋନ ନମ୍ବରକୁ ଏକ ଓଟିପି ଆସିିବ। ଉକ୍ତ ନମ୍ବରକୁ ବ୍ୟବହାର କରାଯିବା ପରେ ଟଙ୍କା ଉଠାଣ ହୋଇପାରିବ। ଏହା ଫଳରେ ସୁରକ୍ଷିତ ବ୍ୟାଙ୍କିଙ୍ଗ୍‌ ସେବା ସହ ଠକେଇରୁ ରକ୍ଷା ପାଇହେବ। ଏ ସମ୍ପର୍କରେ ବ୍ୟାଙ୍କର ରିଟେଲ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ନିର୍ଦ୍ଦେଶକ ସି.ଏସ୍‌. ସେଟ୍ଟୀ କହିଛନ୍ତି, ଗ୍ରାହକଙ୍କ ସୁରକ୍ଷାକୁ ବ୍ୟାଙ୍କ ସର୍ବଦା ଗୁରୁତ୍ୱ ଦେଇଛି। ବିଭିନ୍ନ ସମୟରେ ଏଟିଏମ୍‌ ଉଠାଣରେ ଠକେଇ ଘଟଣାକୁ ଆଖି ଆଗରେ ରଖି ଏହି ନୂତନ ସେବାର ବିକଶିତ କରାଯାଇଛି। ଭିନ୍ନ ଢଙ୍ଗରେ ଏଟିଏମ୍‌ ଉଠାଣ ଘଟଣାରୁ ଗ୍ରାହକଙ୍କୁ ସୁରକ୍ଷିତ ପ୍ରଦାନ କରାଯାଇପାରିବ। ଏହି ୨୪ ଘଣ୍ଟିଆ ସେବା ଫଳରେ ଗ୍ରାହକମାନେ ମଧ୍ୟ ଉପଯୁକ୍ତ ବ୍ୟାଙ୍କ ବ୍ୟବସ୍ଥା ସହ ସୁରକ୍ଷିତ ଟଙ୍କା ଉଠାଣର ଲାଭ ଉଠାଇପାରିବେ ବୋଲି ସେ ଆଶା କରିଛନ୍ତି। ନିରନ୍ତର ସେବା ପାଇବା ଲାଗି ଫୋନ୍‌ ନମ୍ବରକୁ ଅପ୍‌ଡେଟ କରାଇନେବା ଲାଗି ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri