ମୃତ୍ୟୁର ମୃତ୍ୟୁ

”ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା ‘ମନ୍ଦ’ ଜିନ୍‌ଗୁଡିକୁ ସୁସ୍ଥ ଜିନ୍‌ରେ ପରିଣତ କରିଦିଆଯିବ। ଶରୀରରୁ ମୃତ ଜୀବକୋଷଗୁଡିକୁ ବହିଷ୍କାର କରି ଦିଆଯିବ, କ୍ଷତିଗ୍ରସ୍ତ ଜୀବକୋଷଗୁଡିକୁ ମରାମତି କରିଦିଆଯିବ, ଚିକିତ୍ସାରେ ପ୍ରାଧାନ୍ୟ ପାଇବ ଷ୍ଟେମସେଲ ଏବଂ ସଂଶ୍ଳେଷିତ ହେବ ତ୍ରିପରିସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନ।“
ଜେନେଟିକ୍‌ ଇଞ୍ଜିନିୟରମାନେ ଦାବି କଲେଣି ଯେ ଆଉ ୨୫ବର୍ଷ ପରେ, ୨୦୪୫ ମସିହା ସୁଦ୍ଧା ମୃତ୍ୟୁ ହୋଇଯିବ ମଣିଷ ଇଚ୍ଛାଧୀନ। ସେହିପରି ଜରାବସ୍ଥାକୁ ମଧ୍ୟ ପଛେଇ ଦେଇହେବ।
ଜୋସ ଲୁଇସ୍‌ କାର୍ଡେଇରୋ ଏବଂ ଡାଭିଡ ଉଡ୍‌ଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଡେଥ୍‌ ଅଫ ଡେଥ୍‌’ ବା ‘ମୃତ୍ୟୁର ମୃତ୍ୟୁ’ରେ ଏହିପରି ଦାବି କରିଛନ୍ତି ଉଭୟେ। କୋର୍ଡେଇରୋଙ୍କ ପିତା-ମାତା ସ୍ପାନିଶ ଓ ସେ ଭୂମିଷ୍ଠ ହୋଇଥିଲେ ଭେନେଜୁଏଲାରେ। ଅନ୍ୟପକ୍ଷରେ ଡାଭିଡ୍‌ ଉଡ୍‌ଙ୍କ ଜନ୍ମ ବ୍ରିଟେନ୍‌ରେ। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଜଣେ ଗଣିତଜ୍ଞ। ସେମାନେ କହନ୍ତି ଯେ ଅମରତ୍ୱ ହେଉଛି ଏକ ବାସ୍ତବ ବୈଜ୍ଞାନିକ ବାସ୍ତବତା ଏବଂ ପୂର୍ବରୁ କରାଯାଇଥିବା ଆକଳନର ବହୁ ଆଗରୁ ତାହା ସମ୍ଭବ ହୋଇଯିବ।
ସେତେବେଳକୁ ମଣିଷ କୌଣସି ପ୍ରାକୃତିକ କାରଣରୁ କିମ୍ବା ରୋଗରେ ଆକ୍ରାନ୍ତ ହୋଇ ମରିବନି; ସେ ମରିବ କେବଳ ଆକସ୍ମିକ ଦୁର୍ଘଟଣାରେ। ସେଥିପାଇଁ ବାର୍ଦ୍ଧକ୍ୟକୁ ଏକ ‘ବ୍ୟାସ’ ଭାବରେ ସ୍ବୀକାର କରିନେଇ ତା’ର ଆରୋଗ୍ୟ ନିମନ୍ତେ ଗବେଷଣାକୁ ଅଧିକ ତ୍ୱରାନ୍ବିତ କରାଯିବା ଉଚିତ ଏବଂ ଗବେଷଣା ନିମିତ୍ତ ପର୍ଯ୍ୟାପ୍ତ ଅର୍ଥର ସୁବ୍ୟବସ୍ଥା କରାଯିବା ଆବଶ୍ୟକ।
ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା ‘ମନ୍ଦ’ ଜିନ୍‌ଗୁଡିକୁ ସୁସ୍ଥ ଜିନ୍‌ରେ ପରିଣତ କରିଦିଆଯିବ। ଶରୀରରୁ ମୃତ ଜୀବକୋଷଗୁଡିକୁ ବହିଷ୍କାର କରି ଦିଆଯିବ, କ୍ଷତିଗ୍ରସ୍ତ ଜୀବକୋଷଗୁଡିକୁ ମରାମତି କରିଦିଆଯିବ, ଚିକିତ୍ସାରେ ପ୍ରାଧାନ୍ୟ ପାଇବ ଷ୍ଟେମସେଲ ଏବଂ ସଂଶ୍ଳେଷିତ ହେବ ତ୍ରିପରିସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନ।
ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ମାସାଚୁସେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗବେଷଣା କରୁଥିବା କାର୍ଡେଇରୋ କହିଛନ୍ତି, ‘ମୁଁ ନ ମରିବା ପାଇଁ ସ୍ଥିର କରିଛି ଏବଂ ୩୦ବର୍ଷ ଭିତରେ ଆଜି ମୁଁ ଯାହା ଅଛି, ତାହାଠାରୁ ହୋଇଯିବି ଯଥେଷ୍ଟ କମ୍‌ ବୟସର।
ଜରା ପାଇଁ ଦାୟୀ ହେଉଛି ଡିଏନଏର ଅଶୁଭ ‘ଲାଞ୍ଜମାନ’। ଏହି ଲାଞ୍ଜ ଅଂଶର ନାଅଁା ‘ଟେଲୋମିୟର’। ଟେଲୋମିୟର ହେଉଛି କ୍ରୋମୋଜୋମ୍‌ ବା ଗୁଣସୂତ୍ରର ଅଂଶ ଏହା ଡିଏନଏର ଏକ କ୍ଷୁଦ୍ର ଅଂଶ ବିଶେଷ। ଶରୀରରେ ରହିଥିବା ଲୋହିତ ରକ୍ତକୋଷିକା, ମହିଳାମାନଙ୍କର ଡିମ୍ବାଣୁ ବା ‘ଓଭମ୍‌’ ଓ ପୁରୁଷମାନଙ୍କର ଶୁକ୍ରାଣୁ ବା ‘ସ୍ପାର୍ମାଟୋଜୋଆ’। ଏହି କୋଷଗୁଡିକୁ ଛାଡି ବାକି ସବୁ ଜୀବକୋଷରେ ରହିଥାଏ ଦୁଇ-ତିନି ହଳ ଲେଖାଏଁ କ୍ରୋମୋଜୋମ୍‌। ବୟସ ବଢ଼ି ବଢ଼ି ଗଲେ ଟେଲୋମିୟରର ଦୈର୍ଘ୍ୟ କମି କମି ଯାଏ। ତେଣୁ ଟେଲୋମିୟରକୁ ଲମ୍ବେଇ ଦେଇପାରିଲେ ଜରାପ୍ରକ୍ରିୟା ହୋଇଯିବ ବିପରୀତମୁଖୀ।
ସମୟ ଗଡିଚାଲିବା ସଙ୍ଗେସଙ୍ଗେ ଟେଲିମିୟର କ୍ଷତିଗ୍ରସ୍ତ ହୋଇ ଏହା କ୍ଷୁଦ୍ର ହୋଇଯାଏ। ଶରୀର ଭିତରକୁ ବିଷାକ୍ତ ଉପାଦାନ ପ୍ରବେଶ କଲେ ଟେଲୋମିୟରର ଏହି କ୍ଷୟ ପ୍ରକ୍ରିୟା ହୋଇପଡେ ତ୍ୱରାନ୍ବିତ। ବିଶେଷ କରି ଧୂମପାନ କଲେ, ମଦ୍ୟପାନ କଲେ ଏବଂ ଶ୍ୱାସକ୍ରିୟାରେ ଦୂଷିତ ବାୟୁ ସେବନ କଲେ ବୃଦ୍ଧିପାଏ କ୍ଷୟ ପ୍ରକ୍ରିୟା। ଏହାର ପରିଣାମରେ ଜରା ପ୍ରକ୍ରିୟା ଦ୍ରୁତ ହୋଇଥାଏ। କାର୍ଡେଇରୋ ଏବଂ ଉଡ୍‌ଙ୍କର ବିଶ୍ୱାସ ଯେ ମାତ୍ର ୧୦ବର୍ଷ ଭିତରେ କ୍ୟାନସରକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଇପାରିବ। କାରଣ ସେମାନେ ଏବେ ଅନୁଭବ କରିବାକୁ ଆରମ୍ଭ କଲେଣି ଯେ ଜରାର ଆରୋଗ୍ୟ ସମ୍ଭବ।
ମାଇକ୍ରୋସଫଟ୍‌ କମ୍ପାନୀ ଏକ ନିମ୍ନତାପ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଘୋଷଣା କରିସାରିଲାଣି। ସେଠାରେ ଜଣେ ବୈଜ୍ଞାନିକ ଅବସ୍ଥାପିତ ହୋଇ ଆସନ୍ତା ଏକ ଦଶକ ମଧ୍ୟରେ କ୍ୟାନସରକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଦେବା ସମ୍ଭାବନା ସମ୍ପର୍କରେ ଗବେଷଣା ଚଳାଇଛନ୍ତି।
କାର୍ଡେଇରୋ ଓ ଉଡ୍‌ ବ୍ୟାଖ୍ୟା କରି ବୁଝେଇଛନ୍ତି ଯେ ଯଦିଓ ଜନସାଧାରଣ ଏ ବିଷୟରେ ଜାଣିନାହାନ୍ତି, ତଥାପି କ୍ୟାନ୍‌ସର କୋଷଗୁଡିକ ଅମର ବୋଲି ୧୯୫୧ ମସିହାରେ ଆବିଷ୍କୃତ ହୋଇଥିଲା। ସେହିବର୍ଷ ହେନେରିଏଟା ଲାକସ ନାମକ ଜଣେ ମହିଳା ସର୍ଭିକ୍ସର କ୍ୟାନସର (ଗର୍ଭାଶୟ କ୍ୟାନସର)ରେ ମୃତ୍ୟୁବରଣ କରିଥିଲେ। ସର୍ଜନମାନେ କ୍ୟାନସର ଆକ୍ରାନ୍ତ ସେହି ସର୍ଭିକ୍ସକୁ ଉଚ୍ଛେଦ କରିଦେଲେ ଏବଂ ସଂରକ୍ଷଣ କରି ରଖିଦେଲେ। ମାତ୍ର ବଡ ଆଶ୍ଚର୍ଯ୍ୟର କଥା ଯେ ସର୍ଭିକ୍ସର ସେହି କୋଷଗୁଡିକ ଆଜି ପର୍ଯ୍ୟନ୍ତ ବଞ୍ଚତ୍ ରହିପାରିଛନ୍ତି।
ବୈଜ୍ଞାନିକମାନେ କହୁଛନ୍ତି ଯେ, ମୃତ୍ୟୁକୁ ଜୟ କରିଦେଲେ ବା ମଣିଷ ଅମର ହୋଇଗଲେ ପୃଥିବୀ ମଣିଷମାନଙ୍କ ଦ୍ୱାରା ଭରିଯିବ ବୋଲି ଭାବିନେବା ଠିକ୍‌ ନୁହେଁ। କାରଣ ବିପୁଳ ଜନସଂଖ୍ୟାକୁ କୋଳରେ ଧରିବା ପାଇଁ ପୃଥିବୀରେ ପର୍ଯ୍ୟାପ୍ତ ସ୍ଥାନ ରହିଛି। କାରଣ ବିଗତ ଦଶକଗୁଡିକରେ ଲୋକମାନଙ୍କର ଥିଲେ ଯଥେଷ୍ଟ ସନ୍ତାନ। ମାତ୍ର ଏବେ ଅନେକ ଦମ୍ପତିଙ୍କ ସନ୍ତାନ ସଂଖ୍ୟା ଏକ କିମ୍ବା ଦୁଇରେ ସୀମିତ। ତାହାଛଡା ନିକଟ ଭବିଷ୍ୟତରେ ମଣିଷ ବସତି ସ୍ଥାପନ କରିବ ମହାକାଶରେ ଏବଂ ସମୁଦ୍ର ଶଯ୍ୟାରେ ମଧ୍ୟ।
କାର୍ଡେଇରୋଙ୍କ ଆଶଙ୍କା ଯେ ସଂପ୍ରତି ଜାପାନ ଓ କୋରିଆରେ ଦମ୍ପତିମାନେ ସନ୍ତାନ ଜନ୍ମ ଦେବା ପ୍ରତି ସତେ ଯେମିତି ବିମୁଖ। ଏହି ଧାରା ପ୍ରଚଳିତ ରହି ଚାଲିଲେ ମାତ୍ର ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀ ଗ୍ରହରେ ଜଣେ ହେଲେ ବି ଜାପାନିଜ କି କୋରିଆନ୍‌ ଦେଶବାସୀ ମିଳିବେନି। ସେମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ।
କିନ୍ତୁ ଏହି ପଦ୍ଧତି ଦ୍ୱାରା ଜାପାନିଜ ଏବଂ କୋରିଆନ୍‌ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବାର ପ୍ରଶ୍ନ ହିଁ ଉଠିବନି। କାରଣ ସେମାନେ ସବୁଦିନ ପାଇଁ ବଞ୍ଚ ରହିଥିବେ ଏବଂ ରହିଥିବେ ଅଖଣ୍ଡ ଯୁବାବସ୍ଥା ଉପଭୋଗ କରି।
ଆଚ୍ଛା, ଜରାବିରୋଧୀ ଚିକିତ୍ସା କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଯାହା ଖର୍ଚ୍ଚ ଲାଗିବ ତାହା ଗୋଟିଏ ସ୍ମାର୍ଟ ଫୋନ୍‌ ଦାମ୍‌ ସହ ସମାନ। ଅବଶ୍ୟ ପ୍ରଥମ ଅବସ୍ଥାରେ ଏହା ବ୍ୟୟବହୁଳ ହେବ। ମାତ୍ର ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କର ଉପକାର ହେବା କାରଣରୁ ଅନେକ ସଂସ୍ଥା ଏହି ଚିକିତ୍ସା ସେବା ବଜାରକୁ ପ୍ରବେଶ କରିବା ପାଇଁ ପ୍ରତିଯୋଗିତା ଚଳେଇବେ।
ଯେ କୌଣସି ପ୍ରଯୁକ୍ତି ତାହାର ପ୍ରାରମ୍ଭିକ ଅବସ୍ଥାରେ ଥାଏ ଅନୁନ୍ନତ ଏବଂ ଅତ୍ୟନ୍ତ ବ୍ୟୟବହୁଳ। ମାତ୍ର ପରିଶେଷରେ ଏହା ମୁଖ୍ୟଧାରା ପ୍ରାପ୍ତ ହୋଇ ଉନ୍ନତ ଅବସ୍ଥା ପ୍ରାପ୍ତ ହୁଏ ଏବଂ ହୋଇପଡେ ସୁଲଭ। ପରିଶେଷରେ ‘ଡେଥ ଅଫ ଡେଥ’ ବା ‘ମୃତ୍ୟୁର ମୃତ୍ୟୁ’ ପ୍ରଥମେ ଚାରିଟି ଭାଷାରେ (ସ୍ପାନିଶ, ଇଂଲିଶ, ପର୍ତ୍ତୁଗୀଜ ଓ କୋରିଆନ୍‌) ପ୍ରକାଶ ପାଇବ ଏବଂ ଏହାର ବିକ୍ରୟ ଲବ୍ଧ ଅର୍ଥ ଲେଖକଙ୍କ ଗବେଷଣା ପାଣ୍ଠିରେ ଗଚ୍ଛିତ ରହିବ।

ଡା. ନିତ୍ୟାନନ୍ଦ ସ୍ବାଇଁ
ଏହି ଅଭିନବ ବୈଜ୍ଞାନିକ ଆବିଷ୍କାର ନିଶ୍ଚିତ ଭାବରେ ଅତ୍ୟନ୍ତ ବିସ୍ମୟକର ଏବଂ ଖୁବ୍‌ ସମ୍ଭବ ମଧ୍ୟ।
-‘ଅଭୀପ୍ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri