କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ ବାଧ୍ୟହୋଇ ଖର୍ଚ୍ଚ କମାଇବେ। ରାଜ୍ୟ ସ୍ତରରେ ମୋଟ୍‌ ୩.୪ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ କମିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏଭଳି ଖର୍ଚ୍ଚ କମିଲେ ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ମୋଟ ରାଜ୍ୟ ଜିଡିପିର ୪.୨୫%ରୁ ୫.୫୨% ରହିପାରେ। ନିବେଶ ସେବା ଯୋଗାଣ କରୁଥିବା ଏଜେନ୍ସି ଇକ୍ରା ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।
ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ ମୋଟ ୩ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଲୋଡ଼ା ପଡୁଛି। ଜିଏସ୍‌ଟି ସେସ୍‌ରୁ ସରକାର ୬୫ ହଜାର କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଏହି ଅବଧି ମଧ୍ୟରେ ୨.୩୫ ଲକ୍ଷ କୋଟି ଟଙ୍କା ନିଅଣ୍ଟ ହେବା ନେଇ ଆକଳନ କରାଯାଇଛି। ଜିଏସ୍‌ଟି କ୍ଷତିପୂରଣ ସରକାରଙ୍କ ଆକଳନଠାରୁ ଅଧିକ ହୋଇପାରେ ବୋଲି ଇକ୍ରାର ରିପୋର୍ଟରେ କୁହାଯାଇଛି। ଇକ୍ରାର କହିବା ମୁତାବକ ଏହା ୨.୯୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। କ୍ଷତିପୂରଣର ନିଅଣ୍ଟିଆ ସ୍ଥିତିକୁ ସମ୍ଭାଳିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ପ୍ରଥମ ବିକଳ୍ପରେ କେନ୍ଦ୍ର ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରିବ। ସେହିଭଳି ରାଜ୍ୟଗୁଡିକ ରିଜର୍ଭ ବ୍ୟାଙ୍କଠାରୁ ଋଣ କରିପାରିବେ।
ଇକ୍ରା ପୂର୍ବାନୁମାନ ମୁତାବକ, ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜ୍ୟଗୁଡିକୁ ମିଳିବାକୁ ଥିବା କେନ୍ଦ୍ରୀୟ ଟିକସ ୫ ଲକ୍ଷ କୋଟି ଟଙ୍କା ହୋଇପାରେ। ସରକାର ବଜେଟରେ ନିର୍ଦ୍ଧାରିତ କରିଥିବା ୭.୮ ଲକ୍ଷ କୋଟି ତୁଳନାରେ ୨.୮ ଲକ୍ଷ କୋଟି ଟଙ୍କା କମ୍‌। କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଥିବାରୁ ଟିକସ ସଂଗ୍ରହ ଉପରେ ଏହାର ପ୍ରଭାବ ପଡୁଛି। କ୍ଷତିପୂରଣ ପ୍ରଦାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ। ଏହା ଅକ୍ଟୋବର ୫ରେ ହେବ ବୋଲି ଜଣାପଡିଛି। ସେପ୍ଟେମ୍ବର ୧୯ରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା। ମାତ୍ର ବୈଠକ ୫ରେ ହେବ ବୋଲି ଶୁକ୍ରବାର ଏହା ଜଣାପଡିଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ ପାର୍ଲାମେଣ୍ଟରେ ସ୍ଥାନିତ ହେବା ସମ୍ଭାବନା ରହିଛି। ସଂସଦ ଅଧିବେଶନ ଚଳିତ ମାସ ୧୪ରୁ ଆରମ୍ଭ ହେଉଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ଶୁଣାଯାଉଛି। କ୍ଷତିପୂରଣ ପ୍ରସଙ୍ଗ ଉପରେ ଅଗଷ୍ଟ ୨୭ରେ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୨ଟି ବିକଳ୍ପ ପ୍ରଦାନ କରିଥିଲେ। ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ର ଓ୍ବିଣ୍ଡୋ ଦ୍ୱାରା ବଜାରରୁ ପୁଞ୍ଜି ଉଠାଣ ମଧ୍ୟ ସାମିଲ ହୋଇଛି। ପ୍ରଥମଟିରେ ୯୭ ହଜାର କୋଟି ଟଙ୍କାର ପୁଞ୍ଜି ରିଜର୍ଭ ବ୍ୟାଙ୍କରୁ ଋଣ ଏବଂ ଦ୍ୱିତୀୟଟିରେ ୨.୩୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବଜାରର ଉଠାଇବା ନେଇ ପ୍ରସ୍ତାବ ରହିଛି। ଏହି ପ୍ରସଙ୍ଗରେ ଅନେକ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri