Posted inଜାତୀୟ

ମୋ ଶରୀର ଅସୁସ୍ଥ, ପୁଅର ସବୁ ନିଷ୍ପତ୍ତିକୁ ସମର୍ଥନ କରୁଛି: ରାମବିଳାସ ପାଶଓ୍ବାନ୍‌

ପାଟନା,୧୧।୯: କରୋନା ସଙ୍କଟ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ନେତା ରାମବିଲାସ ପାଶୱାନ ଶୁକ୍ରବାର ଏକ ଟୁଇଟ୍‌ କରିଛନ୍ତି। ଅସୁସ୍ଥତା ହେତୁ ସେ ଡାକ୍ତରଖାନାରେ ଅଛି, ଏଭଳି ପରିସ୍ଥିତିରେ ପୁଅ ଚିରାଗ ପାଶୱାନ ତାଙ୍କ ସହ ଅଛନ୍ତି। ସେ ଦଳ ବିଷୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ପାଶୱାନ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ସେ ଖାଦ୍ୟ ମନ୍ତ୍ରୀ ଭାବରେ ଦେଶର ସେବା ଜାରି ରଖିଛନ୍ତି। ସମସ୍ତଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛି। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା। କିନ୍ତୁ କାମ ଯେମିତି ବ୍ୟାହତ ନ ହେବ ସେଥିପାଇଁ ଡାକ୍ତରଖାନାକୁ ଯାଇ ନ ଥିଲି। ଯେତେବେଳେ ଚିରାଗ ମୋର ଅସୁସ୍ଥତା ଅନୁଭବ କଲେ, ତାଙ୍କ ନିର୍ଦ୍ଦେଶରେ ମୁଁ ଡାକ୍ତରଖାନା ଯାଇ ମୋର ଚିକିତ୍ସା ଆରମ୍ଭ କଲି। ମୁଁ ଖୁସି ଯେ ମୋ ପୁଅ ଚିରାଗ ଏହି ସମୟରେ ମୋ ସହିତ ଅଛନ୍ତି ଏବଂ ମୋର ସମସ୍ତ ସେବା କରୁଛନ୍ତି। ମୋର ଯତ୍ନ ନେବା ବ୍ୟତୀତ ଦଳ ପ୍ରତି ମୋର ଦାୟିତ୍ୱ ମଧ୍ୟ ପୂରଣ କରୁଛି। ପାଶୱାନ ବିହାର ନିର୍ବାଚନ ବିଷୟରେ ଆହୁରି କହିଛନ୍ତିି ଯେ, ମୁଁ ନିଶ୍ଚିତ ଯେ ଚିରାଗଙ୍କ ଯୁବ ଚିନ୍ତାଧାରା ଦଳ ଏବଂ ବିହାରକୁ ନୂତନ ଦିଶା ଦେବ । ମୁଁ ପୁଅର ପ୍ରତ୍ୟେକ ନିଷ୍ପତ୍ତି ସହିତ ଦୃଢ ଭାବରେ ଠିଆ ହେଇଛି। ମୁଁ ଆଶା କରେ ଯେ ମୁଁ ଭଲ ହେବି ଏବଂ ଶୀଘ୍ର ମୋର ପ୍ରିୟଜନଙ୍କ ପାଖକୁ ଆସିବି।
ସୂଚନାଯୋଗ୍ୟ, ବିହାର ନିର୍ବାଚନକୁ ନେଇ ଚିରାଗ ପାଶୱାନ କହିଛନ୍ତି, ନୀତିଶ କୁମାରଙ୍କୁ ତାଙ୍କ ଦଳ କ୍ରମାଗତ ଭାବରେ ବିରୋଧ କରୁଛି। ସେ ଜେଡିୟୁ ସହ ନୁହେଁ ବରଂ ଭାଜପା ସହ ମେଣ୍ଟ କରୁଛନ୍ତି। କେବଳ ଏତିକି ନୁହେଁ, ନିକଟରେ ହୋଇଥିବା ଦଳ ବୈଠକରେ ୧୪୩ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରବିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri