Posted inଖେଳ

ସ୍ମିଥ୍‌ଙ୍କ ମତରେ କୋହଲି ଶ୍ରେଷ୍ଠ

ମାଞ୍ଚେଷ୍ଟର, ୧୧।୯(ପି.ଟି.)-
ସାମ୍ପ୍ରତିକ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇ ସମକକ୍ଷ ବ୍ୟାଟ୍ସମ୍ୟାନ। ଉଭୟ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମାତ୍ର ବର୍ତ୍ତମାନ ବିଶ୍ୱ ଏକଦିବସୀୟ କ୍ରିକେଟରେ କୋହଲି ଶ୍ରେଷ୍ଠ ବୋଲି ସ୍ମିଥ ପ୍ରକାଶ କରିଛନ୍ତି। ଚଳିତମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଏବଂ ଏହାପରେ ଭାରତ-ଅଷ୍ଟ୍ରେଲିଆ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ ପରସ୍ପର ବିପକ୍ଷରେ ଖେଳିବେ। ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ସ୍ମିଥ ଏବେ ଇଂଲଣ୍ଡରେ ଅଛନ୍ତି। ଗୁରୁବାର ପ୍ରଶଂସକଙ୍କ ସହ ଇନ୍‌ଷ୍ଟାଗ୍ରାମ ସେସନ ଅବସରରେ ଏକଦିବସୀୟ ପାଇଁ କୋହଲି ଶ୍ରେଷ୍ଠ ବୋଲି କହିଛନ୍ତି ସ୍ମିଥ। ୩୧ ବର୍ଷୀୟ ସ୍ମିଥଙ୍କୁ ଜଣେ ପ୍ରଶଂସକ ବର୍ତ୍ତମାନ ଦିନିକିଆ କ୍ରିକେଟରେ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନ କରିଥିଲେ। କାଳ ବିଳମ୍ବ ନ କରି କୋହଲିଙ୍କ ନାମ ନେଇଥିଲେ ସ୍ମିଥ।
ଭାରତୀୟ ଅଧିନାୟକ ବର୍ତ୍ତମାନ ସକ୍ରିୟ ଥିବା ଏକଦିବସୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ ସ୍କୋରର ଅଛନ୍ତି। ସେ ୫୯.୩୪ ଆଭରେଜରେ ୧୧୮୬୭ ରନ ସ୍କୋର କରିଛନ୍ତି। ୪୩ଟି ଶତକ ହାସଲ କରି ସାରିଛନ୍ତ। ଏକଦିବସୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ସେ ଆଉ ୭ ଶତକ ଆବଶ୍ୟକ କରୁଛନ୍ତି। ଆଗାମୀ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ସ୍ମିଥ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଲୋକେଶ ରାହୁଲ ଓ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ ବୋଲି ପ୍ରକାଶ କରିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଇଂଲଣ୍ଡର ଜୋସ ବଟଲର ଚମତ୍କାର ଫର୍ମର ପରିଚୟ ଦେଇଥିଲେ। ଆଇପିଏଲରେ ମଧ୍ୟ ତାଙ୍କର ସେହି ଫର୍ମ ଜାରି ରହିବ ବୋଲି ସ୍ମିଥ ଆଶା ରଖିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଚଳିତ ମାସ ୧୬ ତାରିଖରେ ଶେଷ ହେବାପରେ ସ୍ମିଥ ୟୁନାଇଟେଡ ଆରବ ଏମିରେଟ୍ସରେ ରାଜସ୍ଥାନ ରୟାଲ୍ସ ଦଳସହ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri