Posted inଫୁରସତ

ଏମିତି ଗାଁ ଯେଉଁଠି ପ୍ରତିବର୍ଷ ଦିଆଯାଏ ମାଗଣା ଆମ୍ବ ପାର୍ଟି, ମଜା ନେଇଥାନ୍ତି ହଜାର ହଜାର ଲୋକ

ଲୋକେ ନିଜ ବାଡ଼ିବଗିଚାରେ ଚାଷ କରି ବର୍ଷକ ଯାଏ ଚାହିଁ ରହିଥାନ୍ତି ଅମଳ ହେଲେ ବିକି୍ରି କରି ଦୁଇ ପଇସା ରୋଜଗାର କରିବେ। କିନ୍ତୁ ଏମିତି ଜଣେ କୃଷକ ଅଛନ୍ତି ଯିଏ ନିଜ ବଗିଚାରେ ଲଗାଇଥିବା ଆମ୍ବ ଗଛରୁ ଯାହା ଅମଳ ହୁଏ ସେସବୁ ନ ବିକି ଲୋକଙ୍କୁ ଡାକି ଘରେ ମାଗଣାରେ ଆମ୍ବ ପାର୍ଟି କରନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ଜିଲା ଶାହପୁରର ଚୁଡ଼ିଆ ନାମକ ଏକ ଗାଁରେ। ଏହି ଗାଁର ଜଣେ କୃଷକ ନିଜ ବଗିଚାରେ ଲଗାଇଥିବା ଆମ୍ବଗଛରୁ ଯାହା ଫଳ ମିଳେ ସେ ଗାଁ ଲୋକଙ୍କୁ ଡାକି ଆମ୍ବ ପାର୍ଟି ଦିଅନ୍ତି। କୃଷକଙ୍କ ନାଁ ହେଲା ରାମକିଶନ ଯାଦବ। ସେ ତାଙ୍କର ତିନି ଏକର ଜମିରେ ୧୫୦ଟି ଆମ୍ବଗଛ ଲଗାଇଛନ୍ତି। ଏଥିରୁ ଯାହା ଅମଳ ହୁଏ ପ୍ରତିବର୍ଷ ଗ୍ରାମବାସୀଙ୍କୁ ଡାକି ଘରେ ଆମ୍ବ ପାର୍ଟି ଦିଅନ୍ତି। ବୁଧବାର ସେ ଲୋକଙ୍କୁ ଡାକି ଏକ ଆମ୍ବ ପାର୍ଟି ଦେଇଛନ୍ତି। ଯେଉଁଥିରେ ୨୦ ପ୍ରକାରର ଆମ୍ବର ସ୍ବାଦ ଚାଖିଛନ୍ତି ହଜାର ହଜାର ଲୋକ। ଏହି ପାର୍ଟିରେ ସାଧାରଣ ଲୋକ, ରାଜନେତା, ସମାଜସେବୀ ଏକାଠି ବସି ଆମ୍ବ ଖାଇଥାନ୍ତି। ଏହି ପାର୍ଟି ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାରିବାରିକ ତଥା ସାମାଜିକ ସମ୍ପର୍କ ସୁଦୃଢ଼ କରିବା। ରାମକିଶନ ପ୍ରାୟ ୬ ବର୍ଷ ହେଲା ଏମିତି ପାର୍ଟିର ଆୟୋଜନ କରି ଆସୁଛନ୍ତି। ପ୍ରାୟ ୨୦ କିସମର ୮ କ୍ୱିଣ୍ଟାଲ ଆମ୍ବ ଏହି ପାର୍ଟିରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ। ଆୟୋଜିତ ଏହି ଆମ୍ବ ପାର୍ଟିରେ ପୂର୍ବତନ ବିଧାୟକ ବିନୋଦ ଡାଗା, ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ, ରାଜେନ୍ଦ୍ର ଜୟଶଓ୍ବାଲ, ପ୍ରବୀଣ ଗୁଗ୍‌ନାନୀ, ଅନୀଲ ସିଂହଠାକୁର, ଅଜିତ୍‌ ପଟେଲଙ୍କ ସମେତ ବହୁ ରାଜନେତା ସାମିଲ ହୋଇ ଆମ୍ବର ସ୍ବାଦ ଚାଖିଥିଲେ। ରାମକିଶନ କୁହନ୍ତି, ବଗିଚାରେ ଫଳୁଥିବା ଆମ୍ବକୁ ସେ କେବେ ବିକନ୍ତି ନାହିଁ। ତାଙ୍କର ଜେଜେବାପା କୁହନ୍ତି, ଆମ୍ବ ଖାଇବା ପାଇଁ କାହାକୁ ମନା କରିବନି। ତେଣୁ ସେ ଜେଜେବାପାଙ୍କ କଥାକୁ ଆଜିପର୍ଯ୍ୟନ୍ତ ମାନି ଆସିଛନ୍ତି। ଆମ୍ବ ପାର୍ଟିର ଆୟୋଜନ କରାଯିବା ଦ୍ୱାରା ବନ୍ଧୁ ପରିଜନଙ୍କ ଏକାଠି ହେବାର ଏକ ସୁଯୋଗ ମିଳିଥାଏ। ପାରିବାରିକ ମାହୋଲ ଏକ ପ୍ରକାର ହସଖୁସିରେ ଭରିଯାଏ ବୋଲି ରାମକିଶନ କୁହନ୍ତି। ଆମ୍ବ ପାର୍ଟି ସହିତ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥାଏ। ରାମକିଶନଙ୍କ ପୁଅ ଯୋଗେଶ କୁହନ୍ତି, ସେ ମଧ୍ୟ ଏହି ପରମ୍ପରା ଆଗକୁ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଭେନେଜୁଏଲା ଆକ୍ରମଣ

ଆମେରିକା ୩ ଜାନୁଆରୀ ୨୦୨୬ରେ ଭେନେଜୁଏଲା ଉପରେ ସଂଘଟିତ ଆକ୍ରମଣ କରିଛି। ସ୍ଥାନୀୟ ସମୟ ଅନୁସାରେ ମଧ୍ୟରାତ୍ରି ପ୍ରାୟ ୨ଘଟିକା ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍‌...

ପ୍ରମୁଖ ଲେଖନୀରୁ ନାରୀସ୍ବର

ସାହିତ୍ୟ ଆକାଶର ପ୍ରାଜ୍ଞ, ବିଜ୍ଞ, ବିଶେଷଜ୍ଞଗଣ- ଉଇଲିଅମ ସେକ୍ସପିଆର, ଲିଓ ଟଲଷ୍ଟୟ, ଅରନେଷ୍ଟ ହେମିଙ୍ଗ୍‌ୱେ କିମ୍‌ୱା, ଭାରତୀୟ ଆଦର୍ଶ ଚେତନ ଭଗତ ପ୍ରମୁଖଙ୍କ ଲେଖାରେ ମହିଳା...

ଆଜି ବନକଲାଗି: ୫ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି): ମାଘ କୃଷ୍ଣପକ୍ଷ ଚତୁର୍ଥୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ।...

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‌ ଦେଶର ୫ମ

ଭୁବନେଶ୍ୱର,୭।୧(ଅନୁରାଧା ମହାରଣା): ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଉଛି ବୋଲି ନିକଟରେ ନୀତି ଆୟୋଗଙ୍କ ରିପୋର୍ଟ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣଙ୍କ ପରେ ଜଣେ କରିଥିଲେ ବଳାତ୍କାର: ୩ ଜଣ ଜଣଙ୍କୁ ଅଟକ ରଖି…

ରାୟଗଡ଼ା/ଗୁଡ଼ାରି,୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଛି। ଜଣେ ୧୮ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ମାନସିକ ଦୁରବସ୍ଥା ଥିବାରୁ...

ଓଟିଇଟି ପରୀକ୍ଷାକୁ ନେଇ ବଡ଼ ଖବର: : ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର…

ଭୁବନେଶ୍ୱର,୭।୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ: ମାର୍ଚ୍ଚ ୮ ସୁଦ୍ଧା ବାଳିକାଙ୍କ…

ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାର୍ଚ୍ଚ ୮ ପୂର୍ବରୁ ଯେପରି ଶୌଚାଳୟ ସୁନିଶ୍ଚିତ ହେବ ସେନେଇ ମୁଖ୍ୟ...

ରାଜା ଜିତାମିତ୍ର ସିଂଦେଓଙ୍କୁ ଶ୍ରଦ୍ଧାଞ୍ଜଳି

ଖଡ଼ିଆଳ, ୭ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳର ରାଜା ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri