ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ ଦେଶର ବଡ଼ ବଡ ସହରରେ ଦୈନିକ ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫ୍ୟାଶନ ଡିଜାଇନରେ ଡିଗ୍ରୀ ଡିପ୍ଲୋମା କରିବାକୁ ଅନେକ ଆଗ୍ରହ ପ୍ରକାଶ କଲେଣି। ଏ କ୍ଷେତ୍ରରେ ଜଣେ ଓଡ଼ିଆ ଯୁବକ ଡ୍ରେସ୍‌ ଡିଜାଇନର ସୌରଭ ସ୍ବରୂପ ଜାତୀୟସ୍ତରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି …

ରାଉରକେଲା ମାଟିର ପୁଅ ସୌରଭ ସ୍ବରୂପଙ୍କୁ ନେଇ ନୂଆଦିଲ୍ଲୀରେ ଅନେକ ଓଡ଼ିଆ ଆଜି ଗର୍ବ ଅନୁଭବ କରୁଛନ୍ତି। ଗତ ୨୦୧୭ରେ ନୂଆଦିଲ୍ଲୀର ଡ୍ରିମ ଜୋନ ଫେଶନ ଇନ୍‌ଷ୍ଟିଚ୍ୟୁଟରୁ ପାସ୍‌ ଆଉଟ ପରେ ସୌରଭ ଆଉ ପଛକୁ ଫେରି ଚାହିଁ ନାହଁ।ନ୍ତି। ମାତ୍ର ଦେଢ ବର୍ଷ ମଧ୍ୟରେ ସେ ଜାତୀୟସ୍ତରରେ ୨୮ରୁ ଊର୍ଦ୍ଧ୍ୱ ପୁରସ୍କାର ହାସଲ କରିଛନ୍ତି। ଗତ ରବିବାର ସୌରଭ ରାଉରକେଲା ବ୍ରାହ୍ମଣୀ କ୍ଲବରେ ଆୟୋଜିତ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଓଡ଼ିଶାରୁ ଜଣେ ମାତ୍ର ଜାତୀୟ ପ୍ରତିଯୋଗୀ ଭାବେ ଏଠାକୁ ଆସିଥିବା ସୌରଭଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ଫର୍ଟିଲାଇଜର ଟାଉନସିପ ବାସିନ୍ଦା ସୌରଭଙ୍କ ବାପା ଶିଶିର ସାହୁ ଜଣେ ବ୍ୟବସାୟୀ। ମା’ ରୀତା ଜଣେ ଶିକ୍ଷୟିତ୍ରୀ। ୮ମ ଶ୍ରେଣୀରୁ ସୌରଭ ଜଣେ ଫେଶନ ଡିଜାଇନର ହେବାକୁ ସ୍ବପ୍ନ ଦେଖିଥିଲେ। ମାତ୍ର ଯୁକ୍ତ ୨ ପଢିଥିବା ସୌରଭ ଫେଶନ ଡିଜାଇନରେ ମାଷ୍ଟର୍ସ ଡିଗ୍ରୀ ଶେଷ କରିବା ପରେ ନୂଆଦିଲ୍ଲୀର ଜଣେ ମଡେଲ ସିମରନ କୌରଙ୍କ ସଂସ୍ପର୍ଶରେ ଆସିଥିଲେ। ସିମରନ ନିଜ ଭାଇ ପରି ତାଙ୍କୁ ଭଲ ପାଉଥିଲେ। ସିମରନଙ୍କ ପରାମର୍ଶ, ସହଯୋଗରେ ଆଜି ମୁଁ ଏତେ ବାଟ ଆସି ପାରିଛି ବୋଲି କହନ୍ତି ସୌରଭ। ଜଣେ ଓଡ଼ିଆ ହିସାବରେ ନୂଆଦିଲ୍ଲୀରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ବାଛିବା କମ କାଠିକର ପାଠ ନୁହେଁ। ଜାତୀୟସ୍ତରରେ ଜଣେ ଉଚ୍ଚ କୋଟିର ଡ୍ରେସ ଡିଜାଇନର ଭାବେ ପ୍ରତିଷ୍ଠା ଲାଭ କରିବା ଥିଲା ମୋର ସ୍ବପ୍ନ। ଯାହା ସାକାର ହୋଇ ପାରିଛି ବୋଲି କହନ୍ତି ସୌରଭ। ନିଜ ମା’ଙ୍କୁ ରୋଲ ମଡେଲ ମାନୁଥିବା ସୌରଭଙ୍କ ଟାଲେଣ୍ଟ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ସ୍ବୀକୃତି ଲାଭ କରିଛି। ମିସ୍‌ ନୋଏଡା ଶୋରେ ଦର୍ଶକ ତାଙ୍କ ଡିଜାଇନରେ ଶତମୁଖ ହୋଇଥିବା ବେଳେ ଚେନ୍ନାଇଠାରେ ଦୀର୍ଘ ୨୫ଘଣ୍ଟା ଧରି ଅନୁଷ୍ଠିତ ଲଙ୍ଗେଷ୍ଟ ଫେଶନ ଶୋରେ ଭାଗ ନେଇ ସୌରଭ ଅନେକ ପ୍ରଶଂସା ସାଉଁଟିଛନ୍ତି। ଗତ ୨୪ ଡିସେମ୍ବର ୨୦୧୮ରେ ଅନୁଷ୍ଠିତ ଏହି ସୋରେ ୪୧୫ ଡିଜାଇନର ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ୨ଟି ପ୍ରଶଂସାପତ୍ର ମିଳିଥିଲା। ଏହା ବ୍ୟତୀତ ସେ ନେପାଳ, ଜୟପୁର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିଆଣା ଓ ନୂଆଦିଲ୍ଲୀ ଭଳି ସ୍ଥାନରେ ଅନୁଷ୍ଠିତ ଫେଶନ ସୋରେ ଭାଗ ନେଇ ନିଜ ଡିଜାଇନକୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଇତିମଧ୍ୟରେ ସୌରଭ ଅନେକ ମଡେଲ, ସିନେ ଓ ଟେଲି ତାରକାଙ୍କ ପାଇଁ ଡ୍ରେସ ଡିଜାଇନ କରି ସାରିଛନ୍ତି। ୟୁନିକ ୱାଲର୍ଡ ରେକର୍ଡ ଭୁକ୍ତ ସୌରଭ ଏବେ ଜଣେ ଉଚ୍ଚ ମାନର ଡ୍ରେସ ଡିଜାନର ଭାବେ ଜାତୀୟସ୍ତରରେ ବହୁ ଅନୁଷ୍ଠାନଠାରୁ ପୁରସ୍କୃତ। ଆଗକୁ ଜଣେ ଓଡ଼ିଆ ହିସାବରେ ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କୁହନ୍ତି ସୌରଭ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri