Posted inଖେଳ

ସେରେନା ଜିତିଲେ, ଭେନସ ହାରିଲେ

ନୁୟର୍କ, ୩।୯(ଏପି)- ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସ ବିଜୟୀ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଭେନସ ପରାଜିତ ହୋଇଛନ୍ତି। ଚଳିତ ମାସରେ ୩୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସେରେନା ପ୍ରଥମ ରାଉଣ୍ଡରେ କ୍ରିଷ୍ଟି ଆହନ୍‌ଙ୍କୁ ୭-୫, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୟୁଏସ ଓପନରେ ଏହାଥିଲା ତାଙ୍କର ୧୦୨ତମ ବିଜୟ। ଏଥିସହ ପେସାଦାର ଯୁଗରେ ସେ ସର୍ବାଧିକ ମ୍ୟାଚ ବିଜୟରେ କ୍ରିସ୍‌ ଏଭର୍ଟଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଅନ୍ୟପକ୍ଷରେ ୪୦ ବର୍ଷୀୟା ଭେନସ ନିଜର ୨୨ଥର ପଦାର୍ପଣରେ ପ୍ରଥମଥର ପାଇଁ ପ୍ରଥମ ରାଉଣ୍ଡରେ କାରୋଲିନା ମୁଚୋଭାଙ୍କଠାରୁ ୩-୬, ୫-୭ ସେଟ୍‌ରେ ହାରି ଯାଇଛନ୍ତି। ଗତ ୫ଟି ଗ୍ରାଣ୍ଡସ୍ଲାମରୁ ୪ର୍ଥ ଥରପାଇଁ ଭେନସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି ଦୀର୍ଘ ୮ ବର୍ଷ ପରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା କିମ୍‌ କ୍ଲାଇଷ୍ଟର୍ସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେ ଏକ୍‌ଟେରିନା ଆଲେକ୍ସାଣ୍ଡ୍ରୋଭାଙ୍କଠାରୁ ୬-୩, ୫-୭, ୧-୬ ସେଟ୍‌ରେ ପରାଜିତ ହୋଇଛନ୍ତି। ପୂର୍ବତନ ଚାମ୍ପିୟନ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ କିନ୍ତୁ ନିଜର ପ୍ରଥମ ରାଉଣ୍ଡ ମ୍ୟାଚରେ ରୋମାନିଆର ମିହାଲା ବୁଜାର୍ନେସ୍କୁଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ୨୦୧୭ରେ ସ୍ଲୋଆନେ ଏଠାରେ ଟାଇଟଲ ହାସଲ କରିଥିଲେ।
ମୁରେଙ୍କ କଷ୍ଟସାଧ୍ୟ ବିଜୟ
ବ୍ରିଟେନର ଆଣ୍ଡି ମୁରେ କଷ୍ଟସାଧ୍ୟ ବିଜୟ ସହ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ପାଖାପାଖି ୨୦ ମାସପରେ ପ୍ରଥମ ଗ୍ରାଣ୍ଡସ୍ଲାମ ଖେଳୁଥିବା ମୁରେ ପ୍ରଥମ ୨ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥିଲେ। ଆର୍ଥର ଆଶ୍‌ ଷ୍ଟାଡିୟମରେ ୪ ଘଣ୍ଟା ୩୯ ମିନିଟଧରି ଚାଲିଥିବା ମ୍ୟାଚରେ ଜାପାନର ୟୋଶିହିତୋ ନିଶିଓକାଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇବାପରେ ସେ ୪-୬, ୪-୬, ୭-୬(୫), ୭-୬(୪), ୬-୪ ସେଟ୍‌ରେ ବିଜୟ ହାସଲ କରିଥିଲେ। ମ୍ୟାଚ ପରେ ମୁରେ ଆଇସ୍‌ ବାଥ୍‌ କରିଥିଲେ। ଗତବର୍ଷ ଏହି ପ୍ରତିଯୋଗିତାରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଡାନିଲ ମେଡଭେଡେଭ ଏଥର ପ୍ରଥମ ରାଉଣ୍ଡରେ ଫେଡରିକୋ ଡେଲବୋନିସଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri