Posted inଖେଳ

କୋହଲି, ଧୋନୀ, ରୋହିତଙ୍କଠାରୁ ନେତୃତ୍ୱ ନେବାର କଳା ଶିଖିଛି: ରାହୁଲ

ନୂଆଦିଲ୍ଲୀ,୩।୯(ପି.ଟି.): ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ନିଯୁକ୍ତ କରାଯାଇଛି। ପ୍ରଥମଥର ପାଇଁ ତାଙ୍କ ଏଭଳି ଏକ ହାଇପ୍ରୋଫାଇଲ ଦଳରେ ନେତୃତ୍ୱ ପ୍ରଦାନ କରାଯାଇଛି। ନୂଆ ଦାୟିତ୍ୱ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ବିରଟ୍‌ କୋହଲି, ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କଠାରୁ ନେତୃତ୍ୱ ନେବାର କଳା ଶିକ୍ଷା କରିଛି ବୋଲି ରାହୁଲ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି କ୍ରିକେଟରମାନେ ପ୍ରେରଣାଦାୟୀ ସାବ୍ୟସ୍ତ ହୋଇଛନ୍ତି। ଏହି ମହାନ ଖେଳାଳିଙ୍କ ନେତୃତ୍ୱରେ ଖେଳି ବହୁତ କିଛି ଶିକ୍ଷା କରିଛି ବୋଲି ସେ କହିଛନ୍ତି।
କୋହଲି ଓ ଧୋନୀଙ୍କ ମଧ୍ୟରେ ବହୁତ ଫରକ ରହିଛି। ଦଳକୁ ଏମାନେ ଭିନ୍ନ ଢଙ୍ଗରେ ନେତୃତ୍ୱ ପ୍ରଦାନ କରିଥାନ୍ତି। କିନ୍ତୁ ଦଳ ପ୍ରତି ଉଭୟଙ୍କର ଭଲ ପାଇବା ଓ ଅଙ୍ଗୀକାରବଦ୍ଧତା ପ୍ରାୟ ସମାନ ବୋଲି ସେ କହିଛନ୍ତି। ଦୁହେଁ ଦଳକୁ ଏକାଠି ରଖିବା ସହ ବିଜୟୀ ହେବାକୁ ଚାହିଁଥାନ୍ତି। ଏହି ଆଭିମୁଖ୍ୟକୁ ଗ୍ରହଣ କରିବା ସହ ଏହାର ବ୍ୟବହାର କରିବାକୁ ଚାହେଁ। ଆଗରେ ରହି ଦଳକୁ ଦୃଢ ନେତୃତ୍ୱ ପ୍ରଦାନ କରିବାକୁ ଚାହେଁ ବୋଲି ସେ କହିଛନ୍ତି। ଏପରିକି ପ୍ରତିପକ୍ଷ ଦଳର ଅଧିନାୟକଙ୍କଠାରୁ ମଧ୍ୟ ଶିକ୍ଷା କରିବାର ଆବଶ୍ୟକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ବହୁତ କିଛି ଶିକ୍ଷା କରିଛି। ୨୦୧୮ ଏସିଆ କପ୍‌ରେ ମଧ୍ୟ ରୋହିତ ଦଳର ନେତୃତ୍ୱ ନେଇଥିଲେ।
ଅଧିନାୟକ ଭାବେ କେନ୍‌ ଓ୍ବଲିୟମସନଙ୍କଠାରୁ ମଧ୍ୟ ବହୁତ କିଛି ଶିକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଆଇପିଏଲ୍‌ରେ ଓପନିଂ ବ୍ୟାଟିଂ କରିବା ସହ ଉଇକେଟକିପିଙ୍ଗ୍‌ କରି ରଣନୀତି ପ୍ରସ୍ତୁତ କରିବାର ଗୁରୁଦାୟିତ୍ୱ ରାହୁଲଙ୍କ ଉପରେ ରହିଛି। ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଥିଲେ ମଧ୍ୟ ରାହୁଲ ଏହି ଦାୟିତ୍ୱ ନେବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ନେତୃତ୍ୱକୁ ଉପଭୋଗ କରିବାକୁ ଚାହେଁ। ହେଡ୍‌ କୋଚ୍‌ ଅନିଲ କୁମ୍ବଲେ ସହ କାର୍ଯ୍ୟକରିବାର ସୁଯୋଗ ମିଳିବା ଏକ ବଡ଼କଥା। ତାଙ୍କର ବହୁତ ଅଭିଜ୍ଞତା ରହିଛି ବୋଲି ସେ କହିଛନ୍ତି। ଦଳର ଭଲ ପ୍ରଦର୍ଶନ ନେଇ ସେ ଆଶାବାଦୀ ଅଛନ୍ତି। ଦୁବାଇ, ଆବୁଧାବି ଓ ଶାରଜା ପିଚ୍‌ଗୁଡିକ ମନ୍ଥର ହେବ। ତେଣୁ ସବୁ ଦଳ ସେହିଅନୁସାରେ ପ୍ରସ୍ତୁତି କରିଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri