Posted inଖେଳ

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା କୁହାଯାଉଛି। ଏହି କାରଣରୁ ଚ୍ୟାନେଲ ସେଭେନ ୪୫୦ ନିୟୁତ ଡଲାର ମୂଲ୍ୟର କରିଥିବା ଚୁକ୍ତିରୁ ଓହରିଯିବା ଲାଗି ଧମକ ଦେଇଛି। ଚ୍ୟାନେଲ ସେଭେନ ୨୦୧୮ରେ କ୍ରିକେଟ ଅଷ୍ଟ୍ରେଲିଆ ସହ ୬ ବର୍ଷ ପାଇଁ ୪୫୦ ନିୟୁତ ଆମେରିକୀୟ ଡଲାରର ଏକ ଚୁକ୍ତି କରିଛି। ବ୍ରଡକାଷ୍ଟିଂ ସଂସ୍ଥା ଯଦି ଚୁକ୍ତିରୁ ଓହରିଯାଏ ତେବେ କ୍ରିକେଟ ଅଷ୍ଟ୍ରେଲିଆର ଆର୍ଥିକ ଅବସ୍ଥା ଆହୁରି ସଙ୍ଗୀନ ହୋଇ ପଡ଼ିବ। କୋଭିଡ୍‌-୧୯ ମହାକାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟସୂଚୀରେ ଅନେକ ପରିବର୍ତ୍ତନ ଘଟିଛି। ଚ୍ୟାନେଲ ସେଭେନ ସିଜନର କ୍ୱାଲିଟିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ବିଶେଷ କରି ଭ୍ରମଣ କଟକଣା ଯୋଗୁ ବିଗ୍‌ ବାଶ୍‌ ଲିଗ୍‌ ପାଇଁ ଅନ୍ତର୍ଜାତୀୟ ଖେଳାଳିମାନେ ଉପଲବ୍ଧ ହେବେ ନାହିଁ। ବୋର୍ଡର କାର୍ଯ୍ୟସୂଚୀ ଅନୁସାରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାଛଡ଼ା ମହିଳା ଓ ପୁରୁଷ ବିଗ୍‌ବାଶ୍‌ ଟୁର୍ନାମେଣ୍ଟ ରହିଛି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଟକଣା ଉପରେ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଅଧିକ ସ୍ପଷ୍ଟ କରାଯିବା ଉଚିତ୍‌। ମ୍ୟାଚ ଓ ଟୁର୍ନାମେଣ୍ଟ ବେଳେ କ’ଣ ସବୁ କଟକଣା ରହିବ ସେ ନେଇ ପ୍ରତିଦିନ ଖବରକାଗଜରେ ଭିନ୍ନ ଭିନ୍ନ କଥା ପ୍ରକାଶ ପାଉଛି। ଅଷ୍ଟ୍ରେଲିଆର ଟି୨୦ ଓ ଦିନିକିଆ ଅଧିନାୟକ ଗୋଟିଏ କଥା କହୁଥିବା ବେଳେ କୋଚ୍‌ ଅନ୍ୟ ଏକ କଥା କହୁଛନ୍ତି। ଏଥର ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ବିବିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଲୋଚନା କରୁଛନ୍ତି। ଚ୍ୟାନେଲ ସେଭେନ ମୁଖ୍ୟ ଜେମ୍ସ ଓ୍ବାରବର୍ଟନ ପୁଣି କହିଛନ୍ତ ଯେ, ଅଧିକ ମ୍ୟାଚ ଆୟୋଜନ କରିଦେଲେ ହେବନାହିଁ ଏହାର କ୍ୱାଲିଟି ଦରକାର। ଅନ୍ୟପକ୍ଷରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ୍‌ ହକ୍‌ଲି କହିଛନ୍ତି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟ ବେଳେ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସଦୃଶ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri