Posted inଖେଳ

ଇଂଲଣ୍ଡ ଗସ୍ତରେ ଝାଳ ବ୍ୟବହାର ନ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

ସାଉଥାମ୍ପଟନ,୨୮।୮ (ପି.ଟି.) : କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବଲରେ ଲାଳ ବ୍ୟବହାର କରିବା ନେଇ ବାରଣ କରିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଉ ଗୋଟିଏ ପାଦ ଆଗେଇ ଯାଇଛି। ବଲ୍‌ରେ ଝାଳ ଲଗାଇବା ନେଇ ଆଇସିସି ବାରଣ କରି ନ ଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଝାଳ ବ୍ୟବହାର ନ କରିବାକୁ ନିଜ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦେଇଛି। ସୀମିତ ଓଭର ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ମୁଣ୍ଡ, ମୁହଁ ଓ ବେକର ଝାଳ ବ୍ୟବହାର କରିବା ନେଇ ଅଷ୍ଟ୍ରେଲିଆ ପ୍ରତିବନ୍ଧ ଲଗାଇଛି।
କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବନାକୁ କମାଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି। ସ୍ବାସ୍ଥ୍ୟଗତ ନିର୍ଦ୍ଦେଶନାମାକୁ ପାଳନ କରି ବୋର୍ଡ ଖେଳାଳିମାନଙ୍କୁ ମୁହଁ, ନାକରୁ ଝାଳ ବ୍ୟବହାର ନ କରିବାକୁ କହିଛି। ଫଳରେ ଖେଳାଳିମାନଙ୍କ ପାଇଁ ସାଉଥାମ୍ପଟନରେ ସେପ୍ଟେମ୍ବର ୪ରୁ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜରେ ପିଠି କିମ୍ବା ପେଟରୁ ଝାଳ ବ୍ୟବହାର କରିବାର ବିକଳ୍ପ ରହିବ।
ସୀମିତ ଓଭର ଫର୍ମାଟରେ ଏହି ନୂଆ ନିୟମ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ କହିଛନ୍ତି। ତେବେ ଟେଷ୍ଟ ଫର୍ମାଟ୍‌ରେ ଏହାର ପ୍ରଭାବ ନିଶ୍ଚିତ ଭାବେ ରହିବ। ଗତ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଇଂଲଣ୍ଡ ଖେଳାଳିମାନେ ପିଠି ଓ ମଥାରୁ ଝାଳ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଏହି କ୍ରିକେଟ ଅଷ୍ଟ୍ରେଲିଆର ଏହି ନୂଆ ନିୟମ ନେଇ ଆଲୋଚନା ହେବ ବୋଲି ଷ୍ଟାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri