ଏସ୍‌ସିଏସ୍‌ରେ ଚାଇନାର କ୍ଷେପଣାସ୍ତ୍ର ମାଡ଼

ଓ୍ବାଶିଂଟନ, ୨୮।୮(ଆଇଏଏନ୍‌ଏସ୍‌):ଆମେରିକା ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ସଦସ୍ୟ ଦକ୍ଷିଣ ଚାଇନା ସାଗରର ସାମରିକୀକରଣ ଲାଗି ଚାଇନା ସରକାରୀ ସଦସ୍ୟମାନଙ୍କୁ ଦାୟୀ କରି ଆମେରିକା ସେମାନଙ୍କ ଭିଜାକୁ ନିଷିଦ୍ଧ କରିଛି। ଏହାର କିଛି ସମୟ ପୂର୍ବରୁ ବେଜିଂ ବିବାଦୀୟ ସାଗର ମଧ୍ୟକୁ ଦୁଇଟି କ୍ଷେପଣାସ୍ତ୍ର ଛାଡ଼ିଥିଲା। ବିମାନବାହୀ ରଣତରୀକୁ ଧ୍ୱଂସ କରିବା କ୍ଷମତା ଉକ୍ତ କ୍ଷେପଣାସ୍ତ୍ରର ରହିଛି।
ଦକ୍ଷିଣ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ ଚାଇନା ବୁଧବାର କିଙ୍ଘାଇ ପ୍ରଦେଶରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ ମିଶାଇଲ୍‌ ଡିଏଫ୍‌-୨୬ବି ଏବଂ ଝେଜିଆଙ୍ଗରୁ ଡିଏଫ୍‌-୨୧ଡି ବାଲିଷ୍ଟିକ୍‌ ମିଶାଇଲ ସମୁଦ୍ର ମଧ୍ୟକୁ ଛାଡ଼ିଥିଲା। ଫଳରେ ଆମେରିକାକୁ ଚାଇନା କମ୍ୟୁନିଷ୍ଟ ପାର୍ଟି ସରକାର, ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏବଂ ଏହାର କାରବାର ଉପରେ ଅଭୂତପୂର୍ବ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି। ସମୁଦ୍ର ମଧ୍ୟରେ ଯେକୌଣସି ଗତିଶୀଳ ଟାର୍ଗେଟକୁ ଧ୍ୱଂସ କରିଦେବା ପାଇଁ ଡିଏଫ୍‌-୨୬ବି ସକ୍ଷମ ବୋଲି ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି। ସେଥିପାଇଁ ଏହାର ନାଁ ରଖାଯାଇଛି ‘ଏୟାରକ୍ରାଫ୍ଟ-କ୍ୟାରିୟର କିଲର’। ଏହାର ଲକ୍ଷ୍ୟଭେଦ କ୍ଷମତା ୪,୫୦୦ କିଲୋମିଟର ହୋଇଥିବାରୁ ଏହା ପଶ୍ଚିମ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ଗୁଆମ୍‌ରେ ଥିବା ଆମେରିକୀୟ ନୌସେନା ଘାଟି, ଡିଏଗୋ ଗାର୍ସିଆର ବ୍ରିଟିଶ ଆଇଲାଣ୍ଡ ଏବଂ ଏପରିକି ଅଷ୍ଟ୍ରେଲିଆର ଡାର୍‌ଓ୍ବିନ ସହରରେ ପହଞ୍ଚତ୍ପାରିବ। ଡିଏଫ୍‌-୨୧ଡି ମଧ୍ୟ ଏକ ଜାହାଜ ବିଧ୍ୱଂସୀ ମିଶାଇଲ ସିଷ୍ଟମ।
ଆମେରିକାର ଗୁପ୍ତଚର ବିମାନ ଚାଇନା ବାୟୁସୀମା ଅତିକ୍ରମ କରିବା ପରେ ବେଜିଂ ହୈନାନ ପ୍ରଦେଶ ଓ ବିବାଦୀୟ ପାରାସେଲ ଆଇଲାଣ୍ଡ୍‌ସ ଅଞ୍ଚଳ ମଧ୍ୟରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି। ଏସୀୟ ଦେଶଗୁଡ଼ିକର ଲାଇଫ୍‌ଲାଇନ ଭାବେ କାର୍ଯ୍ୟ କରୁଥିବା ଦକ୍ଷିଣ ଚାଇନା ସାଗରରେ ଚାଇନା ନିଜର ସାର୍ବଭୌମତ୍ୱ ଜାହିର କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି। ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସମ୍ପର୍କରେ ବେଜିଂ ତଥ୍ୟ ଲୁଚାଇବାରୁ ଏହା ସାରା ବିଶ୍ୱକୁ ବ୍ୟାପିଲା। ଏହି ମହାମାରୀ ପାଇଁ ଆମେରିକା ଚାଇନାକୁ ଦାୟୀ କରିଆସୁଛି। ସେବେଠାରୁ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri