ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି ତାଙ୍କ ବାପା: ଭିଡିଓ ଶେୟାରକରି କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ତୃପ୍ତି ଶଙ୍ଖଧରଙ୍କ ଜୀବନପ୍ରତି ବିପଦ ରହିଛି। ଏ ନେଇ ତୃପ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ହେଲେ ଖାସ୍‌ କଥା ହେଲା, ଜୀବନପ୍ରତି ବିପଦ ତାଙ୍କ ବାପାଙ୍କଠାରୁ ରହିଛି। ନିଜ ବାପାଙ୍କ ଉପରେ ମାରପିଟ ଅଭିଯୋଗ ଆଣିଛନ୍ତି ତୃପ୍ତି। ଖୁବ୍‌ଶୀଘ୍ର ଏହାର ସମାଧାନ କରା ନ ଗଲେ ତାଙ୍କ ସହ ତାଙ୍କ ମା’ଙ୍କ ଜୀବନ ଚାଲିଯିବ ବୋଲି ମଧ୍ୟ ସେ କହିଛନ୍ତି। ଏଥିପାଇଁ ସେ ଘରୁ ନିଜ ମା’ଙ୍କ ସହ ଚାଲିଯାଇଛନ୍ତି।
ତୃପ୍ତିଙ୍କ ବାପା ହେଉଛନ୍ତି ରତନ ଶଙ୍ଖଧର। ସେ ଝିଅ ତୃପ୍ତିଙ୍କୁ ମୁମ୍ବାଇ ପଠାଇଥିଲେ। ଇତିମଧ୍ୟରେ ତାଙ୍କର ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଛି। ଏବେ ସେ ଝିଅର ବିବାହ କରିଦେବାକୁ ଚାହୁଁଛନ୍ତି। ଏଥିପାଇଁ ଝିଅକୁ ନିର୍ଯାତନା ମଧ୍ୟ ଦେଉଥିଲେ। ବିବାହ ନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ତୃପ୍ତି କହିଛନ୍ତି। ମା’ଙ୍କୁ ମଧ୍ୟ ସେ ସବୁବେଳେ ମାଡ ମାରୁଥିଲେ। ଏଥିପାଇଁ ତୃପ୍ତି ପୋଲିସକୁ ଜଣାଇଥିଲେ। ମାତ୍ର କିଛି ଲାଭ ହେଲା ନାହିଁ। ତେଣୁ ସେ ମା’ଙ୍କ ସହ ଘର ଛାଡି ଚାଲିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତୃପ୍ତି ୨ଟି ଭିଡିଓ ପୋଷ୍ଟକରି ଏହା କହିଛନ୍ତି। ହେଲେ ପରେ ସେ ଉକ୍ତ ଭିଡିଓକୁ ଡିଲିଟ୍‌ କରିଦେଇଛନ୍ତି।
ତୃପ୍ତି ଏକତା କପୁରଙ୍କ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏଥିସହ ସେ ଦେବ୍‌-୨, ପରମାତ୍ମା ଶ୍ରୀକୃଷ୍ଣ, ଜିନ୍ଦେଗି ୟୁ ଟର୍ଣ୍ଣ, କସୌଟି ଜିନ୍ଦେଗୀ କି-୨ ଆଦି ଧାରାବାହିକରେ କାମ କରିଛନ୍ତି। ସେ ଫିଲ୍ମ ‘ଜଜ୍‌ମେଣ୍ଟଲ ହୈ କ୍ୟା’ରେ କାମ କରିଛନ୍ତି। ଏଥିରେ ରାଜକୁମାର ରାଓ ଏବଂ କଙ୍ଗନା ରନାଓ୍ବତ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri