Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ପ୍ରଭାବରୁ ଆରୋଗ୍ୟ ଲାଭ ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଇଚ୍ଛା ବିରୋଧରେ କୌଣସି କାମକରି ପଶ୍ଚାତ୍ତାପ କରିପାରନ୍ତି ।
ବୃଷ
ବୃଷ

ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ଉପକୃତ ହେବେ। ପରିବାର ମଧ୍ୟରେ ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ବିହିତ ପଦକ୍ଷେପ ନେବା ଭଲ ହେବ। ଠିକ୍ ସମୟରେ ଆପଣଙ୍କୁ ସାହାଯ୍ୟ ମିଳିବ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

ମିଥୁନ
ମିଥୁନ
ପରିବାରରେ ସମସ୍ୟା ଲାଗି ରହିବା କାରଣରୁ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିସ୍ଥିତିକୁ ଲାଘବ କରିବେ। କଳା, ସାହିତ୍ୟ, ସଂସ୍କୁତି, କ୍ରୀଡ଼ା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହେବେ ।
କର୍କଟ
କର୍କଟ
ଦୀର୍ଘଦିନ ପରିଶ୍ରମର ସାର୍ଥକତା ସ୍ବରୂପ ସଫଳତାରେ ଆନନ୍ଦ ଅନୁଭବ କରିବେ। ଆଜିର ଅପରାହ୍ନରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ତର୍କ ଓ ବିବାଦକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ।
ସି˚ହ
ସି˚ହ
ନିଜ ପରିସରରେ ରହୁଥିବା ବ୍ୟକ୍ତିମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ବହୁତ ଦିନରୁ ଆଶା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଛୋଟ ଛୋଟ ଘଟଣାକୁ ଅସାଧାରଣ ମନେକରି ବ୍ୟସ୍ତ ହୁଅନ୍ତୁ ନାହିଁ ।
କନ୍ୟା
ଆପଣଙ୍କ ସରଳତାର ସୁଯୋଗ ନେଇ କୌଣସି ବ୍ୟକ୍ତି କ୍ଷତି ସାଧନ କରିପାରେ। ଅନ୍ୟକୁ ଦେଇଥିବା ଟଙ୍କା ଫେରିପାଇବା ପାଇଁ ବିବାଦ ଭିତରକୁ ଟାଣି ହେବାକୁ ପଡ଼ିବ। ସଭାସମିତି କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ ।
ତୁଳା
ତୁଳା
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇ ଖୁସି ହେବେ। ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ବିଶେଷ ଭଲ ରହି ନ ପାରେ ।
ବିଛା
ବିଛା
ଅତୀତ ଦିନର କେତେକ କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। ସାୟାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।
ଧନୁ
ଧନୁ
ନୂତନଭାବେ ଆରମ୍ଭ କରିଥିବା କାମରେ ପ୍ରତିବନ୍ଧକ ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ସ୍ବାର୍ଥସାଧନରେ ନିରାଶ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଧାରକରଜ କରିବାକୁ ପଡ଼ିପାରେ। ନିଜ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି ।
ମକର
ମକର

ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। ବନ୍ଧୁମାନଙ୍କ କଥାରେ ବିଶ୍ୱାସୀ ହୋଇ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳାଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ନେଇ ବ୍ୟଥିତ ହୋଇପାରନ୍ତି ।

କୁମ୍ଭ
କୁମ୍ଭ
ବନ୍ଧୁବାନ୍ଧବଙ୍କ ସମ୍ପର୍କରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅଫିସରେ ଆଲୋଚନା କାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲନ୍ତୁ, ଅବଶ୍ୟ ଉପକୃତ ହେବେ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ ।
ମୀନମୀନ

ପାଖ ପଡ଼ୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସ୍ନାୟବିକ ଦୁର୍ବଳତା ଅନୁଭବ କରି କର୍ମକ୍ଷେତ୍ରରୁ ଓହରି ଆସିପାରନ୍ତି। ପୂର୍ବ ଆଲୋଚନା ଅନୁଯାୟୀ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ପରିବହନରେ ଝଗଡ଼ାର ସମ୍ଭାବନା ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri