ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ ନୂଆ ଦିଶା। ଉନ୍ନତମାନର ରହଣି ସୁବିଧା, ଆତିଥ୍ୟରେ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ଆଞ୍ଚଳିକ ଅର୍ଥନୀତିକୁ ଯୋଗାଇଥାନ୍ତି ବଳ। ହେଲେ କରୋନା ପ୍ରହାରରେ ଦିଗହରା ହୋଇପଡ଼ିଛି ରାଜ୍ୟ ଅର୍ଥନୀତିର ଏହି ଅନ୍ୟତମ ଉତ୍ସ। ପାଖାପାଖି ୬ମାସ ହେଲା ବ୍ୟବସାୟ ବନ୍ଦ। ସବୁକିଛି ସ୍ଥାଣୁ ପାଲଟିଯାଇଛି। ଗ୍ରାହକ ଆସୁଛନ୍ତି ନା ପର୍ଯ୍ୟଟକ। ସୀମା ଟପିଲାଣି କ୍ଷତି। ଏହାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ଶତାଧିକ ହୋଟେଲ ମାଲିକ, କର୍ମଚାରୀ ଏବଂ ଏହା ସହିତ ଜଡ଼ିତ ଅନ୍ୟମାନେ। ଦୀର୍ଘଦିନ ହେଲା ବିପୁଳ କ୍ଷତି ସହୁଥିବା ହୋଟେଲ ମାଲିକ ପାର୍ବଣରେ ବ୍ୟବସାୟ ସୁଧାର ହେବ ବୋଲି ଆଶା ବାନ୍ଧିଥିଲେ। ତେବେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ପାର୍ବଣ ଋତୁ ବି ହାତରୁ ଖସିଯିବା ଆଶଙ୍କା ସୃଷ୍ଟି ହୋଇଛି।
ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଏଠାରେ ରହିଛି ପ୍ରାଚୀନ ଶୈବପୀଠ କପିଳାସ, ପ୍ରକୃତିର ବରଦାନ ସପ୍ତଶଯ୍ୟା, ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ପୀଠ ଯୋରନ୍ଦା, ଐତିହାସିକ କୀର୍ତ୍ତିରାଜି ସରାଙ୍ଗ ବିଷ୍ଣୁଶୟନ ଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏଥିରୁ ବିପୁଳ ଅର୍ଥ ରୋଜଗାର କରିଥାନ୍ତି ହୋଟେଲ ମାଲିକ। ହେଲେ ଚଳିତବର୍ଷ ସବୁକିଛି ବିଗାଡ଼ି ଦେଇଛି କରୋନା। ଜିଲାରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାବେଳେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି। ଜିଲାକୁ ପର୍ଯ୍ୟଟକ ଆସୁନାହାନ୍ତି। ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ହୋଟେଲ ଶିଳ୍ପ। ଗଣେଶ ପୂଜା ସହ ପାର୍ବଣ ଆରମ୍ଭ ହୋଇସାରିଥିବାବେଳେ କଟକଣା କେବେ ହଟିବ ଏବଂ ପରିସ୍ଥିତି ସ୍ବାଭାବିକ ହେବ ତାହାକୁ ନେଇ ଆଶାଆଶଙ୍କାରେ ଅଛନ୍ତି ହୋଟେଲ ମାଲିକ।
ସହରରେ ସୂର୍ଯ୍ୟ, ଦେବକନ୍ୟା, ଆର୍‌.କେ. ରିଜେନ୍ସି, ନିରୁପମା, ଶକୁନ୍ତଳା ଭଳି ବଡ଼ ହୋଟେଲ ସାଙ୍ଗକୁ ବହୁ ଲଜ୍‌ ଏବଂ ଗେଷ୍ଟହାଉସ୍‌ ଅଛି। କପିଳାସରେ ଥିବା ନିରୁପମା ହୋଟେଲ ଏବଂ ରୟାଲ ପ୍ୟାଲେସ୍‌ରେ ବିଦେଶୀ ପର୍ଯ୍ୟଟକଙ୍କ ରହଣି ଲାଗି ସୁବନ୍ଦୋବସ୍ତ ରହିଛି। ତେବେ କରୋନା ପାଇଁ ବନ୍ଦ ହୋଇଯାଇଛି ରୋଜଗାର। ଅପରପକ୍ଷେ କର୍ମଚାରୀଙ୍କ ଦରମା, ବିଦ୍ୟୁତ୍‌ ବିଲ୍‌ରେ ପ୍ରତିମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା ବୋଝ ଉପରେ ନଳିତା ବିଡ଼ା ହୋଇଛି। ଋଣକରି ବ୍ୟବସାୟ କରୁଥିବା ମାଲିକମାନେ କିସ୍ତି ଶୁଝିପାରୁନାହାନ୍ତି, ଯାହା ସେମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲିଦେଇଛି। ଏସବୁ ମଧ୍ୟରେ କଟକଣା ହଟିବା ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି ହୋଟେଲ ମାଲିକ।

ଅବସ୍ଥା ସାଂଘାତିକ
ହୋଟେଲ ଶିଳ୍ପ ଅବସ୍ଥା ସାଂଘାତିକ ହେଲାଣି। ୫ମାସ ହେଲା ବ୍ୟବସାୟ ନାହିଁ। କର୍ମଚାରୀଙ୍କୁ ଛାଡ଼ି ହେଉନି। ବ୍ୟବସାୟ ନ ଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବା ଏବଂ ବିଦ୍ୟୁତ୍‌ ବିଲ୍‌ ବୋଝ ହୋଇଛି। ବସ୍‌, ଟ୍ରେନ୍‌, ବିମାନ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ କେହି ଆସୁନାହାନ୍ତି। ଅଫିସ ବନ୍ଦ ଥିବାରୁ କର୍ମଚାରୀଙ୍କ ଦେଖାମିଳୁନି। ବ୍ୟାଙ୍କ ଋଣ କରି ବ୍ୟବସାୟ କରିଥିବା ମାଲିକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଆଗକୁ ପର୍ଯ୍ୟଟନ ଏବଂ ପାର୍ବଣ ଋତୁ ଥିବାରୁ ସ୍ଥିତି ସୁଧୁରିବ ବୋଲି ଆଶାରେ ରହିଛୁ।
– ଜ୍ଞାନେନ୍ଦ୍ର ବେହେରା, ହୋଟେଲ ମାଲିକ

ପ୍ରୋତ୍ସାହନ ଜରୁରୀ
କରୋନା ସମୟରେ ହୋଟେଲ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତିକରୁଛି। କଟକଣା ଯୋଗୁ ପର୍ଯ୍ୟଟନର ସବୁ ବାଟ ବନ୍ଦ ହୋଇଯାଇଛି। କୋଭିଡ୍‌ ନିୟମକୁ ମାନି କେବଳ ରେଷ୍ଟୁରାଣ୍ଟରୁ କୋଭିଡ୍‌ ଖାଦ୍ୟ ପାର୍ସଲ ଆକାରରେ ଦିଆଯାଉଛି। କମ୍ପାନୀର କର୍ମଚାରୀମାନେ ଆୟର ପ୍ରମୁଖ ଉତ୍ସ ଥିଲେ। ସେମାନେ ‘ଓ୍ବାର୍କ ଫ୍ରର୍ମ ହୋମ୍‌’ରେ ଅଛନ୍ତି। କେହି ଆସୁ ନ ଥିବାରୁ ରୁମ୍‌ ବୁକିଂ ହୋଇପାରୁନି। ସରକାର ଏ ବିଷୟରେ ଚିନ୍ତା କରିବା ଉଚିତ। ହୋଟେଲ ଶିଳ୍ପକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଜରୁରୀ।
– ରାଜେନ୍ଦ୍ର ଦାସ, ହୋଟେଲ ମାଲିକ

ଚଳାଇବା କଷ୍ଟକର
କରୋନା ମାଡ଼ରେ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ ଦୋହଲିଯାଇଛି। ଏହା ସହିତ ସଂଶ୍ଳିଷ୍ଟ ହୋଟେଲ ବ୍ୟବସାୟ ମଧ୍ୟ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନ ଏବଂ ପାର୍ବଣ ସମୟରେ ସବୁବର୍ଷ ଅଗଷ୍ଟରୁ ଆଡ୍‌ଭାନ୍ସ ରୁମ୍‌ ବୁକିଂ ହୋଇଯାଉଥିଲା। ଚଳିତବର୍ଷ ଗୋଟିଏ ରୁମ୍‌ ବୁକିଂ ହୋଇନାହିଁ। କେବଳ ଖାଦ୍ୟ ପାର୍ସଲ ଦେଇ ରେଷ୍ଟୁରାଣ୍ଟ ଚଳାଇବା କଷ୍ଟକର ହୋଇଗଲାଣି। କରୋନା ସ୍ଥିତି ବଦଳିବା ପରେ ହିଁ ସବୁକିଛି ଆଉଥରେ ସ୍ବାଭାବିକ ହେବ।
– ରଞ୍ଜନ ମିଶ୍ର, ଇନଚାର୍ଜ, ଗ୍ରୁପ୍‌ ଅଫ୍‌ ନିରୁପମା


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri