Posted inବରଗଡ଼

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ସ୍ବାମୀର ଆତ୍ମହତ୍ୟା

ବିଜେପୁର,୨୩।୮ (ଡି.ଏନ.ଏ.)-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀ ଓ ୧୨ବର୍ଷର ଝିଅକୁ ଜୋରଜବରଦସ୍ତ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ା ମୃତକ ହେଲେ ରଥ ମହାନନ୍ଦ (୪୫), ସ୍ତ୍ରୀ କୁମୁଦିନୀ (୪୦) ଓ ଝିଅ କବିତା (୧୨) । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ଗୋଟଏ ଜୁଇରେ ୩ ମୃତଦେହକୁ ଦାହ କରାଯାଇଛି ା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ା
ପୋଲିସର ସୂଚନା ଅନୁଯାୟୀ, ଶନିବାର ରଥ ମହାନନ୍ଦଙ୍କ ପରିବାରରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ା ଧୀରେ ଧୀରେ ସେହି କଳି ଉଗ୍ରରୂପ ଧାରଣ କରିଥିଲା ା ଫଳରେ ରଥ ନିଜ ମାନସିକ ଭାରସାମ୍ୟ ହରାଇ କୁମୁଦିନୀଙ୍କୁ ବିଷ ପିଆଇ ଦେଇଥିଲେ । ଏପରି ଘଟଣା ଦେଖି ଝିଅ କବିତା ବାପାଙ୍କୁ ବାରଣ କରିଥିଲେ ା ହେଲେ ରଥ ଏତେ ଉତ୍ତେଜିତ ହୋଇପଡିଥିଲେ ଯେ, କବିତାଙ୍କୁ ବି ବିଷ ପିଆଇ ଦେଇଥିଲେ । ଏହାର କିଛି ସମୟ ପରେ ବିଷକ୍ରିୟାରେ ମା’ ଝିଅ ଛଟପଟ ହୋଇଥିଲେ ା ନିଜ ଆଖି ସାମ୍ନାରେ ଏହି ଦୃଶ୍ୟ ଦେଖି ରଥ କ’ଣ କରିବେ କିଛି ଚିନ୍ତା କରି ପାରି ନ ଥିଲେ ା ଶେଷରେ ସେ କୌଣସି ଉପାୟ ନ ପାଇ ନିଜେ ବିଷ ପିଇ ଦେଇଥିଲେ । ଏହି ଖବର ପାଇବା ପରେ ଆତ୍ମୀୟସ୍ବଜନ ସେମାନଙ୍କୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଝିଅ କବିତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ରଥ ଓ କୁମୁଦିନୀଙ୍କୁ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଉଭୟଙ୍କୁ ବୁର୍ଲା ଭିମ୍‌ସାର ପଠାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଦିଲୀପ ମହାନନ୍ଦଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା(ନଂ.୧୭୪/୨୦) ରୁଜୁ କରିଛି । ଏ ନେଇ ତଦନ୍ତ ଚାଲିଥିବା ଆଇଆଇସି ରାଜେନ୍ଦ୍ର ସିଆଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri