Posted inଜାତୀୟ

ପାର୍ଲାମେଣ୍ଟ ଅଧିବେଶନ:ଚାଇନା, ଫେସ୍‌ବୁକ୍‌ ପ୍ରସଙ୍ଗ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ, ୨୧ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବା ଆଶା କରାଯାଉଥିବା ବେଳେ ଚାଇନା ସହ ସୀମା ବିବାଦ ଏବଂ ଫେସ୍‌ବୁକ୍‌ ସହ ଶାସକ ଦଳର ସମ୍ପର୍କ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିବ ବୋଲି ଜଣାପଡ଼ିଛି। ଏଥିସହିତ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା, ଆର୍ଥତ୍କ ସଙ୍କଟ, ଚାକିରିରୁ ଛଟେଇ ଏବଂ କୃଷି ସମସ୍ୟାକୁ ନେଇ ମଧ୍ୟ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି। ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ବିବୃତି ରଖିବାକୁ ଦାବି କରିବ ବୋଲି ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି। ଜୁନ୍‌ ୧୯ ସର୍ବଦଳୀୟ ବୈଠକରେ ମୋଦି କହିଥିଲେ, ଭାରତୀୟ ଅଞ୍ଚଳରେ ଚାଇନା ସୈନ୍ୟ ଅନୁପ୍ରବେଶ କରିନାହାନ୍ତି। ଏହା ଉପରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଚାହିଁବ। ସ୍ବାଧୀନତା ଦିବସ ଅଭିଭାଷଣରେ ମଧ୍ୟ ପ୍ରଧାନମନ୍ତ୍ରୀ ଚାଇନାର ନାଁ ନେଇ ନ ଥିଲେ।
ସୀମାରେ ସ୍ଥିତାବସ୍ଥା ଜାରି ରଖିବା ଲାଗି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜୁନ୍‌ ୧୫ରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲଦାଖ ଅନ୍ତର୍ଗତ ବିବାଦୀୟ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ସେହିପରି ଫେସ୍‌ବୁକ୍‌ର ଭାରତୀୟ କର୍ମଚାରୀ ଭାଜପା ନେତାମାନଙ୍କ ଘୃଣା ତଥା ହିଂସା ଉଦ୍ରେକକାରୀ ଭାଷଣକୁ ଅଣଦେଖା କରୁଥିବା ଓ୍ବାଲ୍‌ ଷ୍ଟିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ସହ ଭାଜପାର ଭିତିରି ସମ୍ପର୍କ ରହିଥିବା କଂଗ୍ରେସ ଅଭିଯୋଗ କରିଥିଲା। ଏହାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବାକୁ ବିରୋଧୀ ଦଳ ଦାବି କରିବ।
ଦେଶରେ କରୋନା ମହାମାରୀ ମାଡ଼ି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଲକ୍‌ଡାଉନ୍‌ ଲାଗୁ କରିବାରେ ଭୁଲ୍‌ ନିଷ୍ପତ୍ତି ଯୋଗୁ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି ଓ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ଏନେଇ ବିରୋଧୀ ଦଳ ସରକାରଙ୍କୁ ଜବାବ ମାଗିବ । ଏହାବ୍ୟତୀତ ପିଏମ୍‌ କେୟାର୍ସ ପାଣ୍ଠି ସମ୍ପର୍କିତ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମନା କରୁଥିବାରୁ ଏହା ଉପରେ ଆଲୋଚନା ଦାବି କରିବ କଂଗ୍ରେସ। ଏହା ଦେଶର ପାଣ୍ଠି ହୋଇଥିବାରୁ ଏଥିରେ ସ୍ବଚ୍ଛତା ପାଇଁ ଦଳ ଦାବି କରିବ ବୋଲି ନେତା ଜଣକ କହିଛନ୍ତି। କରୋନା ମହାମାରୀ ଭଳି ବିପର୍ଯ୍ୟୟର ମୁକାବିଲା ଓ ଜନସାଧାରଣଙ୍କୁ ସହାୟତା ଲାଗି ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଠିରେ କେତେ ଅର୍ଥ ସଂଗ୍ରହ ହେଲାଣି ତାହା ଜଣାପଡୁନାହିଁ। ଏନ୍‌ଡିଆର୍‌ଏଫ୍‌ ଥିଲାବେଳେ ପିଏମ୍‌ କେୟାର୍ସ ପାଣ୍ଠି ଗଠନର ଆବଶ୍ୟକତା କ’ଣ ଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସେହିପରି ୩୨ଟି ରାଷ୍ଟ୍ରାୟତ୍ତ କମ୍ପାନୀର ବିକ୍ରି ଏବଂ ରେଲଓ୍ବେ ଓ ବିମାନବନ୍ଦରକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇବ। ଉପରୋକ୍ତ ପ୍ରସଙ୍ଗରେ ସରକାରଙ୍କୁ ପାର୍ଲାମେଣ୍ଟରେ ମିଳିତ ଭାବେ ଘେରିବା ପାଇଁ କଂଗ୍ରେସ ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri