Posted inଜାତୀୟ

ପ୍ରେମିକ ସହ ମିଶି ଝିଅ ସହ ଏମିତି କଲେ ମା’

ବରେଲି,୨୧।୮: ଉତ୍ତର ପ୍ରଦେଶର ବରେଲି ଏକ ଅମାନବୀୟ ଘଟଣା ଘଟିଛି। ମା ପ୍ରେମିକଙ୍କ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଏହି ମାମଲା କରେଲିର ସୁଭାଷ ନଗର ଅଞ୍ଚଳରେ ଘଟିଛି। ବୁଧବାର ରାତିରେ ଘଟିଥିବା ଏହି ହତ୍ୟା ମାମଲାରେ ପୋଲିସ ମା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ସୁଭାଷ ନାଗର ନିବାସୀ ଅବଦୁଲ ମାତିମ ପୋଲିସକୁ ସୂଚନା ଦେଇଥିଲେ ଯେ ତାଙ୍କ ଝିଇ ଉସମାଙ୍କୁ ରାତି ତିନିଟା ବେଳେ ଅଜଣା ବ୍ୟକ୍ତିମାନେ ତଣ୍ଟିଚିପି ହତ୍ୟା କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ମୁକିସ ବାନୋଙ୍କୁ ଏକ ତୀକ୍ଷ୍ଣ ଅସ୍ତ୍ରରେ ଆଘାତ କରିଛନ୍ତି। ଏହି ସୂଚନା ଉପରେ ସୁଭାଷ ନଗର ପୋଲିସ ଷ୍ଟେସନ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଘଟଣାର ଅନୁସନ୍ଧାନ ପାଇଁ ବରେଲି ଏସଏସପି ଶୈଲେଶ କୁମାର ପାଣ୍ଡେ ଏକ ଟିମ୍‌ ଗଠନ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ମାତ୍ର ତିନି ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା। ହତ୍ୟା ମାମଲାରେ ମୃତକଙ୍କ ମା ମୁକିସ ବାନୋ ଏବଂ ତାଙ୍କ ପ୍ରେମିକ କୌଶରଙ୍କୁ ପୋଲିସ ଗିରଫ କରିଛି।
ପ୍ରେମିକ କୌଶର ସ୍ବୀକାର କରି କହିଛନ୍ତି ଯେ ସେ ଉସମାଙ୍କୁ ତାଙ୍କ ମା ମୁକିସଙ୍କ ସହ ମିଶି ହତ୍ୟା କରିଛନ୍ତି। ଅଭିଯୁକ୍ତ କହିଛନ୍ତି ମୁକିସ ଙ୍କ ସହ ମୋର ପ୍ରେମ ସମ୍ପର୍କ ଅଛି। କିଛି ଦିନ ପୂର୍ବେ ମୃତ ଉସମାଙ୍କ ସହ ତାଙ୍କର ଅନେତିକ ସମ୍ପର୍କ ଥିଲା, ଯାହା ମୋ ସ୍ତ୍ରୀ ମଧ୍ୟ ଜାଣିଥିଲେ। ପୋଲିସର ସୂଚନାନୁସାରେ, ପ୍ରେମୀ କୌଶର ବିବାହିତ ଏବଂ ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ଉସମା କୌଶରଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ। ଏହା ପରେ କୌଶର ଉସମାଙ୍କ ମା ମୁକିଶ ବାନୋଙ୍କ ସହ ମିଶି ଉସମାଙ୍କୁ ଗଳା କାଟି ହତ୍ୟା କରିଥିଲେ। କେହି କାଳେ ସନ୍ଦେହ କରିବ ସେଥିପାଇଁ ଉସମାଙ୍କ ମା ମୁକିସଙ୍କ ବେକକୁ ଛୁରୀରେ କାଟି ବାମ ହାତର ଏକ ଛୋଟ ଆଙ୍ଗୁଠିରେ ଆଘାତ ମଧ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri