ସୋନୁ ସୁଦ୍‌ଙ୍କ ନାମରେ ଓ୍ବେଲ୍ଡିଂ ଦୋକାନ ଖୋଲିଲେ କେନ୍ଦ୍ରାପଡ଼ାର ଯୁବକ: ଅଭିନେତା କହିଲେ ଏପରି..

ଭୁବନେଶ୍ୱର,୧୬।୮: ବଲିଉଡ୍‌ ଅଭିନେତା ସୋନୁ ସୁଡଙ୍କ ନାମରେ ଓଡ଼ିଆ ଯୁବକ ଖୋଲିଲେ ଓ୍ବେଲ୍ଡିଂ ଦୋକାନ। ଶନିବାର ଦୋକାନ ସମ୍ମୁଖରେ ସ୍ବାଧୀନତା ଦିବସ ପାଳନ ଅବସରରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ଅଭିନେତାଜଣଙ୍କ ରିଟୁଇଟ୍‌ କରିବା ସହ ଓଡ଼ିଶାରେ ଥିବା ମୋ ଓ୍ବେଲ୍ଡିଂ ଓ୍ବାର୍କସପ୍‌ରୁ ଆପଣଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ବୋଲି ଲେଖିଛନ୍ତି। ଏହି ଭିଡିଓକୁ ୧୩ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୭ହଜାରରୁ ଅଧିକ ଲୋକ ରିଟୁଇଟ୍‌ କରିଛନ୍ତି।

ମହାମାରୀ କରୋନା ସମୟରେ ଲକ୍‌ଡାଉନ୍‌ ହେତୁ କେରଳରେ ଫସି ରହିଥିଲେ ୧୬୯ଜଣ ଓଡ଼ିଆ ପ୍ରବାସୀ। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୋନୁ। ମେ’ ୨୯ରେ ଓଡ଼ିଶା ଫେରିଥିବା ଉକ୍ତ ପ୍ରବାସୀଙ୍କ ମଧ୍ୟରେ ରହିଥିଲେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚିଞ୍ଚିରି ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ। ସେ କୋଚି ବିମାନବନ୍ଦର ନିକଟରେ ଥିବା ଏକ କମ୍ପାନୀରେ ପ୍ଲମ୍ବର(ପାଇପ୍‌ ମିସ୍ତ୍ରୀ) ଭାବେ କାମ କରୁଥିଲେ। ଦିନକୁ ତାଙ୍କୁ ୭୦୦ ଟଙ୍କା ମିଳୁଥିଲା। ହେଲେ ଲକ୍‌ଡାଉନ୍‌ ପରେ ତାଙ୍କ ଚାକିରି ଚାଲିଯାଇଥିଲା। ତାଙ୍କ ପାଖରେ ଥିବା ଟଙ୍କା ସରି ସରି ଆସିଥିଲା। ସେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିବା ପାଇଁ ଟିକେଟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ହୋଇପାରି ନ ଥିଲା। ଚାରିଆଡ଼ୁ ନିରାଶ ହେବା ପରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ସୋନୁ। ସ୍ବତନ୍ତ୍ର ବିମାନ ଯୋଗେ ସୋନୁ ପ୍ରବାସୀଙ୍କ ଫେରିବାର ବ୍ୟବସ୍ଥା କରିଥିଲେ।

ଘରକୁ ଫେରିବା ପରେ ପ୍ରଶାନ୍ତ ଚାକିରି ଅନ୍ବେଷଣ କରିଥିଲେ। ହେଲେ କିଛିଦିନ ପରେ ସେ ନିଜର ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱରଠାରୁ ୧୪୦ କିମି ଦୂର ହାତିନାଠାରେ ସେ ଏବେ ଏକ ଓ୍ବେଲ୍ଡିଂ ଓ୍ବାର୍କସପ୍‌ ଖୋଲିଛନ୍ତି। ଦୋକାନର ନାଁ ସୋନୁଙ୍କ ନାମରେ ରଖିବାକୁ ସେ ଅନୁମତି ମାଗିଥିଲେ। ସୋନୁ ରାଜି ହେବା ପରେ ପ୍ରଶାନ୍ତ ସୋନୁଙ୍କ ଫଟୋ ସହ ନାମରେ ଦୋକାନ ଖୋଲିଛନ୍ତି। କେବଳ ଏତିକି ନୁହେଁ ପ୍ରଶାନ୍ତଙ୍କୁ ନୂଆ କାମ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡ଼ିଶା ଆସିଲେ ନିଶ୍ଚୟ ପ୍ରଶାନ୍ତଙ୍କ ଦୋକାନକୁ ଯିବେ। ଏପରିକି ନିଜେ ମଧ୍ୟ ଓ୍ବେଲ୍ଡିଂ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri