ଦୁର୍ଦ୍ଦିନରେ ଟସର ବୁଣାକାର

ବାଲେଶ୍ୱର ଅଫିସ, ୧୩।୮-ଟସରରେ ପ୍ରସ୍ତୁତ ଧୋତି, ଶାଢ଼ି, ଯୋଡ଼, ସ୍କାର୍ଫ, ଉତ୍ତରୀୟ, ଶାର୍ଟ କପଡ଼ା, ଚାଦର ଆଦି ତିଆରି କରି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁଣାକାର ଏବେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଗତ ୪ ମାସ ଧରି ମହାମାରୀ କରୋନାର ପ୍ରଭାବ ସେମାନଙ୍କ ବ୍ୟବସାୟ ଉପରେ ପଡିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକଡ଼ିଆ ଗ୍ରାମର ୪ଶହରୁ ଊର୍ଦ୍ଧ୍ୱ ଟସର ବୁଣାକାର ପରିବାର ଜୀବିକାକୁ କଷ୍ଟେମଷ୍ଟେ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି।
ଉକ୍ତ ଗ୍ରାମରେ ମାକଡ଼ିଆ ଟସର ତନ୍ତବାୟ ସହଯୋଗ ସମିତି ଓ ଝଗଡ଼େଶ୍ୱର ଟସର ତନ୍ତବାୟ ସହଯୋଗ ସମିତି ମାଧ୍ୟମରେ ୪୫୦ କାରିଗର ପରିବାର କାର୍ଯ୍ୟ କରୁଛନ୍ତି। ୩୦୦ରୁ ଊର୍ଦ୍ଧ୍ୱ ମେଶିନ ମହଜୁଦ ରହିଛି। ଏସବୁ ତନ୍ତ ଉପରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଗାଁର ୪ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ନିର୍ଭର କରେ। ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ବୁଣାକାରମାନଙ୍କୁ ଉକ୍ତ ୨ସମିତି ଓ ୫ଜଣ ମହାଜନଙ୍କ ଜରିଆରେ ରିହାତି ଦରରେ ଟସର ଯୋଗାଇବା ସହ ଆଧୁନିକ ଜ୍ଞାନକୌଶଳରେ ଟସର କାମ ପାଇଁ ବିଭିନ୍ନ ପ୍ରକାର ସହାୟତା କରିଥାନ୍ତି। ଓଡ଼ିଶାର ବୟନିକା, ସେରିଫେଡ୍‌, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଆଦି ବ୍ୟବସାୟ ପ୍ରତିଷ୍ଠାନ ଏଠାରୁ ଉତ୍ପନ୍ନ ଟସର ସାମଗ୍ରୀକୁ ନେଇ କୋଟି କୋଟି ଟଙ୍କାର ବେପାର କରିଥାନ୍ତି। କୋଲକାତା, ବିଷ୍ଣୁପୁର, ରଘୁନାଥପୁର, ହାଇଦ୍ରାବାଦ, ସୁରଟ, ବନାରସ, ଚେନ୍ନାଇ, ମୁମ୍ବାଇ, ନୂଆଦିଲ୍ଲୀ, ଲକ୍ଷ୍ନୌ ଆଦି ସ୍ଥାନକୁ ମଧ୍ୟ ସ୍ଥାନୀୟ ବେପାରୀଙ୍କ ଜରିଆରେ ଏଠାରୁ ଉତ୍ପାଦିତ ଟସର ସାମଗ୍ରୀ ପଠାଯାଏ। ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଟସର ଲୁଗା ଅନ୍ୟତ୍ର ଯାଇପାରୁନାହିଁ । ପୂର୍ବରୁ ବୁଣାକାରମାନଙ୍କୁ ଟସର ସମେତ ଅନ୍ୟ କଞ୍ଚାମାଲ ଦିଆସରିଥିବାରୁ ସେମାନେ ବୁଣାବୁଣି କାମ ଜାରି ରଖିଛନ୍ତି। କିନ୍ତୁ ମାଲ ବିକ୍ରି ହେଉ ନ ଥିବାରୁ ସମିତି ଓ ମହାଜନମାନେ ବୁଣାକାରମାନଙ୍କୁ ନିୟମିତ ଅର୍ଥ ମଧ୍ୟ ଦେଇପାରୁ ନାହାନ୍ତି। ଏହାକୁ ନେଇ ବୁଣାକାର, ସମିତି ଓ ମହାଜନ ସମସ୍ତେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ରହିଛନ୍ତି। ଗୋଦାମରେ କୋଟି କୋଟି ଟଙ୍କାର ଟସର ବସ୍ତ୍ର ବା ଲୁଗା ପଡ଼ି ରହିଛି। ଏହି କ୍ଷତି ପାଇଁ ବୁଣାକାର, ମହାଜନ ଓ ସମିତିମାନଙ୍କୁ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ସମିତିର ସମ୍ପାଦକ ତାପସ ଚାନ୍ଦ, ବରିଷ୍ଠ ବୁଣାକାର ସତ୍ୟନାରାୟଣ ଦାସ, ଚନ୍ଦନ ସାହୁ, ଗୋପାଳ ଦାସ, ଶଶାଙ୍କ ଦାସ ପ୍ରମୁଖ ଦାବି କରିଛନ୍ତି।
ବୁଣାକାର ସୁଶାନ୍ତ କୁମାର ପାଳଦି କହନ୍ତି, ବଂଶାନୁକ୍ରମରେ ଜେଜେବାପା, ବାପା ଏହି କାର୍ଯ୍ୟ କରିଆସୁଥିଲେ। ପରେ ଆମ୍ଭେ ଦୁଇଭାଇ ଏହି କାମ କରି ପରିବାର ଭରଣପୋଷଣ କରୁଛୁ। ଘରେ ୨ଟି ତନ୍ତ ରହିଛି। ପରିବାରର ସମସ୍ତେ ଟସର ସୂତା ବାହାର କରିବା କାର୍ଯ୍ୟ କରିଥାନ୍ତି। ମାସିକ ୧୫ରୁ ୧୬ହଜାର ଟଙ୍କା ଆୟ ହୋଇଥାଏ। ପୂର୍ବରୁ ପରିବାର ଭରଣପୋଷଣ ଠିକ୍‌ଠାକ୍‌ ଚାଲିଥିଲା। ମହାମାରୀ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ଉତ୍ପାଦନ କରାଯାଇଥିବା ସାମଗ୍ରୀ ବିକ୍ରି ହୋଇପାରୁନାହିଁ । ଗତ ୪ମାସ ହେବ ୪୦ରୁ ୫୦ହଜାର ଟଙ୍କା ଭିତରେ ସାମଗ୍ରୀ ପଡ଼ି ରହିଛି। ଫଳରେ ଆର୍ଥିକ ଅନାଟନ ମଧ୍ୟରେ ସମୟ କଟୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri