କଳାଧନ ମାମଲା ପାଇଁ ସ୍ବତନ୍ତ୍ର କୋର୍ଟ

କଟକ ଅଫିସ, ୧୯।୬: କଳାଧନ ଗଚ୍ଛିତ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ ମାମଲା ପରିଚାଳନା ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ସ୍ଥିତିରେ ଦେଶରେ ଅନେକ ପ୍ରତିବନ୍ଧକ ରହିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯେତେ ପ୍ରଭାବଶାଳୀ କାର୍ଯ୍ୟ କଲେ ମଧ୍ୟ ଆଇନଗତ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହେଉଛି। କଳାଧନ ସମ୍ପର୍କିତ ୧୫ରୁ ୧୬ ହଜାର ମାମଲା ୧୦ ବର୍ଷ ହେବ ପଡ଼ି ରହିଛି। ତେଣୁ ଏହି ସବୁ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କଳାଧନ ପ୍ରସଙ୍ଗରେ ଗଠିତ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌ (ଏସ୍‌ଆଇଟି) ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏହି କଥା କହିଛନ୍ତି।
ମଙ୍ଗଳବାର ଜଷ୍ଟିସ ପଶାୟତଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ କଳାଧନ ସମ୍ପର୍କରେ ଏସ୍‌ଆଇଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶାରେ ମାଇକ୍ରୋ ଫାଇନାନ୍ସରେ ବିନିଯୋଗ ହୋଇଥିବା ୯୦ ଲକ୍ଷ କଳାଟଙ୍କାକୁ ଠାବ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଫଳତା ହାସଲ କରିଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ଯାହାଙ୍କ ପାଖରୁ ଏହି ଟଙ୍କା ମିଳିଛି ତାହା କେଉଁଠୁ ଆସିଲା ଏବଂ କାହା ପାଇଁ ଯାଉଥିଲା ତାହା ଉପରେ ଆଇନଗତ ତର୍ଜମା କରାଯାଇଛି। କିଭଳି ଏହି ଟଙ୍କାକୁ ଇଡି ତଦନ୍ତ ପରିସରଭୁକ୍ତ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା।
ଗତ ନିର୍ବାଚନରେ ୩୮୦୦ କୋଟି ଟଙ୍କା ଜବତ ହୋଇଛି। ସେହିପରି ସୁଇସ୍‌ ବ୍ୟାଙ୍କରେ ଠାବ ଜମା ଟଙ୍କାକୁ ଫେରାଇ ଆଣିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟତଃ ବିଭିନ୍ନ ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଠାବ କରାଯାଉଥିବା ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଟିକସ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଏଥିସହିତ ଟିକସ ଆଦାୟ ନିୟମରେ ସଂଶୋଧନ ଅଣାଯିବା ଆବଶ୍ୟକ। କାରଣ ଆୟ ବହିର୍ଭୂତ ଟଙ୍କା ଉପରେ ଟିକସ ଆଦାୟ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସୁଇଜରଲାଣ୍ଡରେ ଗଚ୍ଛିତ ଥିବା ଟଙ୍କା ଉପରେ ମଧ୍ୟ ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବରୁ ସୁଇଜରଲାଣ୍ଡ ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରୁ ନ ଥିଲା। ଦୁଇ ବର୍ଷ ତଳେ ସୁଇଜରଲାଣ୍ଡ ସହିତ ଏକ ବୈଠକ ଅନୁଷ୍ଠିତ ହେବା ପରେ ଏବେ ସେମାନେ ସୂଚନା ଦେଉଛନ୍ତି। ତେବେ ବାହାରେ ଥିବା ସବୁ ଟଙ୍କା ଯେ କଳାଧନ କହିବା ଠିକ୍‌ ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଦିଆଯିବ। ଯଦି ଆକାଉଣ୍ଟଧାରୀ ଜମା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ତେବେ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ଏସ୍‌ଆଇଟିର ୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଅଦ୍ୟାବଧି ୬ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ୨ ମାସ ମଧ୍ୟରେ ସପ୍ତମ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ବୈଠକରେ ପୋଲିସ ଡିଜି ଡା. ଆର୍‌.ପି. ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି, କମ୍ପାନୀ ପଞ୍ଜୀକରଣ ଅଧିକାରୀ, ସିବିଆଇ ଅଧିକାରୀ, ଆୟକର ଅଧିକାରୀ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ସୂଚନା ଥାଉ କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟିର ଶେଷ ବୈଠକ ଗତ ବର୍ଷ ଜୁନ ୧୬ରେ ହୋଇଥିଲା। ଉକ୍ତ ବୈଠକରେ କଳାଧନରେ ମାଓବାଦୀମାନେ ସେମାନଙ୍କ ସାମ୍ରାଜ୍ୟକୁ ବିସ୍ତାର କରୁଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ମାଓବାଦୀ ନେତାଙ୍କଠାରୁ ନାର୍କୋଟିକ୍‌ସ ଡ୍ରଗ୍‌ସ ଧରାହୋଇଥିବା ବେଳେ ସେମାନଙ୍କର ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ପୂର୍ବ ବୈଠକରେ ନିଷ୍ପତ୍ତି ଅଗ୍ରଗତି ହୋଇଥିବା ଜଷ୍ଟିସ ପଶାୟତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri