Posted inଖେଳ

୨୦ ବର୍ଷ ହେବ ଅକ୍ଷୟ କୁମାରଙ୍କ ଅପେକ୍ଷାରେ ଥିଲେ ଏହି ଯୁବତୀ, ମିଳିଲା ଏମିତି ଉତ୍ତର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି। ନିକଟରେ ଅକ୍ଷୟଙ୍କ ବାର୍ତ୍ତାକୁ ୨୦ ବର୍ଷ ଅପେକ୍ଷା କରିଥିବା ଜଣେ ପ୍ରଶଂସକ ଟୁଇଟରରେ ଅଭିନେତାଙ୍କୁ ମେସେଜ କରିଥିଲେ। ଶେଷରେ, ଅକ୍ଷୟ ଏହି ପ୍ରଶଂସକଙ୍କୁ ଏକ ମେସେଜ୍‌ ପଠାଇଥିଲେ। ପ୍ରଶଂସକଙ୍କ ସହିତ ଅକ୍ଷୟଙ୍କ ଏହି ବାର୍ତ୍ତାଳାପ ଲୋକଙ୍କ ହୃଦୟ ଜିତିଛି। ଦେବାଶ୍ରୀ ନାମକ ଏହି ପ୍ରଶଂସକ ଲେଖିଛନ୍ତି- ‘ପ୍ରିୟ ଅକ୍ଷୟ କୁମାର ସାର୍‌, ଇତିମଧ୍ୟରେ ପ୍ରାୟ ୨୦ ବଷ ଅତିବାହିତ ହୋଇଛି। ଏହା ସବୁ ଆପଣଙ୍କ ଘର ଠିକଣାକୁ ଚିଠି ଲେଖିବା ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ମୁଁ ମଧ୍ୟ ଆପଣଙ୍କ ପାଇଁ ଟୁଇଟରକୁ ଆସିଛି। ଆଶାକରେ ଆପଣ ମୋର ଅପାର ପ୍ରେମକୁ ବୁଝିବେ। ଦୟାକରି ଆଜି ମୋ ଇଚ୍ଛା ପୂରଣ କର ଏବଂ ମୋ ମୁହଁରେ ହସ ଦିଅ .. ଆଜି ମୋର ଜନ୍ମଦିନ। ପ୍ରଶଂସକଙ୍କ ଏହି ମେସେଜରେ ଅକ୍ଷୟ ଉତ୍ତର ଦେଇଛନ୍ତି- ‘ଦେବାଶ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ, ମୁଁ ଆଶା କରେ ଏହା ଆପଣଙ୍କ ମୁହଁରେ ହସ, ପ୍ରେମ ଏବଂ ପ୍ରାର୍ଥନା ସବୁବେଳେ ଆଣୁଥାଉ। ଏପରି ମେସେଜ କରି ଦେବାଶ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅକ୍ଷୟ।

ଅକ୍ଷୟ କୁମାରଙ୍କ ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ ନଜର ଆସିବେ। ଏହା ବ୍ୟତୀତ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ରକ୍ଷାବନ୍ଧନଏବଂ ଅତରଙ୍ଗୀରେ ନଜର ଆସିବେ। ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ଲକ୍ଷ୍ମୀ ବମ, ପ୍ରୀତିରାଜ, ବଚ୍ଚନ ପାଣ୍ଡେ ଏବଂ ବେଲ ବଟମ ସାମିଲ ଅଛି। କିଛି ଚଳଚ୍ଚିତ୍ର ଚଳିତ ବର୍ଷ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଆଉ କିଛି ୨୦୨୧ରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri