ଅନିଶ୍ଚିତତାରେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ

ପୁରୀ ଅଫିସ,୧୧।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରାକୁ ଅଧିକ ସୁଦୂରପ୍ରସାରୀ ତଥା ଲୋକାଭିମୁଖୀ କରିବା ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଇଣ୍ଟରପ୍ରିଟେଶନ ସେଣ୍ଟର (ବ୍ୟାଖ୍ୟାନ କେନ୍ଦ୍ର)ର ପରିକଳ୍ପନା କରାଯାଇଛି। ଓଡ଼ିଶା ତଥା ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଏହି ମହାନ ସଂସ୍କୃତି ଓ ପରମ୍ପରା ବିଷୟରେ ଯେପରି ସହଜରେ ଅବଗତ ହୋଇପାରିବେ ସେଥିଲାଗି କେନ୍ଦ୍ରରେ ବିଭିନ୍ନ କଳାକୃତି, ପେଣ୍ଟିଂ ତଥ୍ୟ ସହ ପ୍ରଦର୍ଶନ କରାଯିବ। ଏଥିପାଇଁ ପଥର ଖୋଦେଇ କରାଯାଇ ବିଭିନ୍ନ ପ୍ରକାର କଳାକୃତି କରାଯାଇଛି। କେନ୍ଦ୍ର ପାଚେରିରେ ଏହି ଖୋଦେଇ ପଥର ଲାଗିଛି। ହେଲେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଥିବାବେଳେ କଳାକୃତିରେ ଅନାବନା ଗଛଲତା ମାଡ଼ିିଗଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଏଠାରେ ଶ୍ରୀମନ୍ଦିର ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ବହୁ ପୁରାତନ ମଠ, ମନ୍ଦିର ରହିଛି। ପୁରୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ଶ୍ରୀଜଗନ୍ନାଥଙ୍କ ଐତିହ୍ୟ, ପରମ୍ପରା ଓ ଶ୍ରୀକ୍ଷେତ୍ରର ସଂସ୍କୃତି ବିଷୟରେ ଭକ୍ତ, ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ବ୍ୟାଖ୍ୟାନ କେନ୍ଦ୍ରର ପରିକଳ୍ପନା କରାଯାଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି କେନ୍ଦ୍ର ପାଇଁ ବହୁବର୍ଷ ହେବ କୋଠା ତିଆରି ସରିଛି। କିନ୍ତୁ ଇଣ୍ଟେରିୟର କାମ ହୋଇ ନ ଥିଲା। ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ସହଯୋଗରେ ଇଣ୍ଟେରିୟର କାମ ଆରମ୍ଭ ପାଇଁ ଗତବର୍ଷ ଫେବୃୟାରୀ ୫ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିଥିଲା। ୨୦୨୦ ଜାନୁୟାରୀ ସୁଦ୍ଧା ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। କେନ୍ଦ୍ରରେ ବିଶେଷକରି ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ହେବ। ସେହିପରି ଶ୍ରୀମନ୍ଦିରର ନିର୍ମାଣ, ଇତିହାସ, ପରମ୍ପରା, ସେବା ପୂଜା, ରୀତିନୀତି, ପର୍ବପର୍ବାଣି, ରଥଯାତ୍ରା ଏବଂ ଅନ୍ୟାନ୍ୟ କଳା ସ୍ଥାପତ୍ୟ ପ୍ରଦର୍ଶନ ପାଇଁ ଯୋଜନା ରହିଛି। ଏଥିସହ ପୁରୀର ବିଭିନ୍ନ ଖାଦ୍ୟ, ପାରମ୍ପରିକ ସାହିଯାତ ସମ୍ପର୍କରେ ଯେପରି ପର୍ଯ୍ୟଟକ ଜାଣିପାରିବେ ତାହାର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ଏକ ଛୋଟ କଳାକୃତି କେନ୍ଦ୍ରର ଶୋଭା ବର୍ଦ୍ଧନ କରିବ। ଥ୍ରୀ ଡି ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କ ବିଷୟରେ ଅନେକ କିଛି ଦେଖିପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ଏ ସବୁ କ୍ଷେତ୍ରରେ ଯେପରି ଭୁଲ୍‌ ଭଟକା ନ ରହିବ ସେଥିଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଗବେଷକଙ୍କୁ ନେଇ ୫ଜଣିଆ ସଦସ୍ୟ ବିଶିଷ୍ଟ ଏକ ସବ୍‌କମିଟି ଗଠନ ହୋଇଥିଲା। ଏହାର କାରୁକାର୍ଯ୍ୟ ତଥା ଇଣ୍ଟେରିୟର କାମ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା। ସମ୍ପୃକ୍ତ ସଂସ୍ଥା କାମ ପାଇଁ ମାପଚୁପ କରିଥିଲା। ତେବେ କିଛି କାମ ପରେ ବନ୍ଦ ରହିଛି। ଗତବର୍ଷ ବ୍ୟାଖ୍ୟାନ କେନ୍ଦ୍ର ପାଚେରୀକୁ ଆକର୍ଷଣୀୟ ଭାବେ ସଜାଯାଇଥିଲା। ଐତିହ୍ୟ ଓ ପରମ୍ପରା ଉପରେ ଆଧାରିତ ପଥର ଖୋଦେଇ କଳାକୃତି ପାଚେରୀ କାନ୍ଥରେ ଲଗାଯାଇଥିଲା। ହେଲେ ଏଥିରେ ଗଛଲତା ମାଡ଼ି ଏହା ଲୁଚିଗଲାଣି। ଅନ୍ୟପକ୍ଷରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅବଢା ଯୋଜନାରେ ପିଲିଗ୍ରିମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ। ଏଠାରେ ୧୦୦୦ କାର୍‌ ପାର୍କିଂ କରିପାରିବା ଭଳି ବହୁମୁଖୀ ପାର୍କିଂ, ଧ୍ୟାନକେନ୍ଦ୍ର ଆଦି ନିର୍ମାଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ରଥଙ୍କୁ ପଚାରିବାରେ କହିଛନ୍ତି, ମୁଁ ନୂଆକରି ଏଠାରେ ଯୋଗଦେଇଛି। ଉକ୍ତ ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ଶୁଣିଥିଲି, କିନ୍ତୁ ଏ ନେଇ ମୁଁ ସ୍ପଷ୍ଟ ନାହିଁ। ଫାଇଲ ଦେଖିବା ପରେ ଯାହା କିଛି କହିପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri