Posted inଜାତୀୟ

ପିଆଇଏଲ୍‌ ଶୁଣାଣି କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୮: ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ସହ କଂଗ୍ରେସର ଚୁକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ କରାଯାଉ ବୋଲି ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି।
ଆବେଦନକାରୀ ଶଶାଙ୍କ ଶେଖର ଝା ଓ ଖବରଦାତା ସାଭିଓ ରୋଡ୍ରିଗୁଏସ୍‌ଙ୍କ ପକ୍ଷରୁ ବରିଷ୍ଠ ଓକିଲ ମହେଶ ଜେଠମାଲାନି ଏହି ପିଆଇଏଲ୍‌ ଦାଖଲ କରିଥିଲେ। ୨୦୦୮ରେ ବେଜିଂଠାରେ କଂଗ୍ରେସ ଏବଂ ସିପିସି ମଧ୍ୟରେ ଉଚ୍ଚସ୍ତରୀୟ ସୂଚନା ଓ ସହଯୋଗ ଆଦାନପ୍ରଦାନ ନିମନ୍ତେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଭାରତର ଏକ ରାଜନୈତିକ ଦଳ ଚାଇନାର ଏକମାତ୍ର ରାଜନୈତିକ ଦଳ ସହ ଚୁକ୍ତି ସ୍ବାକ୍ଷର କରିବା ଜାତୀୟ ନିରାପତ୍ତା ସହ ଜଡ଼ିତ ଏକ ପ୍ରସଙ୍ଗ। ଦେଶର ସୁରକ୍ଷା ସହ ସାଲିସ୍‌ କରାଯାଇ ପାରିବ ନାହିଁ। ତେଣୁ ଏନ୍‌ଆଇଏ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ମହେଶ ଯୁକ୍ତି ବାଢ଼ିଥିଲେ। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁକ୍ରବାର ଶୁଣାଣି ବେଳେ ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହେଶଙ୍କୁ ଉକ୍ତ ପିଟିଶନ ପ୍ରତ୍ୟାହାର କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ। ଆପଣ ଯାହା ସବୁ ଚାହୁଁଛନ୍ତି, ହାଇକୋର୍ଟ ପ୍ରଦାନ କରିପାରିବେ।

ଶାସକ-ବିରୋଧୀ ମୁହଁ।ମୁହିଁ
ଏଥିପାଇଁ ହାଇକୋର୍ଟ ହିଁ ଉପଯୁକ୍ତ। ତୃତୀୟତଃ ଆମେ ମଧ୍ୟ ହାଇକୋର୍ଟଙ୍କ ରାୟର ସୁବିଧା ପାଇପାରିବୁ ବୋଲି ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିଲେ।
ଚାଇନା ଓ ଏହାର କେତେକ ଫାର୍ମ ସହ ସମ୍ପର୍କକୁ ନେଇ ଶୁକ୍ରବାର ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମୁହଁାମୁହିଁ ହୋଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି। କଂଗ୍ରେସ ଦଳ ଚାଇନା ସରକାର ସହ କିପରି ଏମ୍‌ଓୟୁରେ ସ୍ବାକ୍ଷର କଲା ବୋଲି ସୁପ୍ରିମକୋର୍ଟ ବିସ୍ମୟ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀ ଫାଉଣ୍ଡେଶନ (ଆର୍‌ଜିଏଫ୍‌) ଚାନ୍ଦା ବଦଳରେ ଚାଇନା ପାଇଁ ଭାରତୀୟ ବଜାରକୁ ଖୋଲିଦେଇଥିଲା କି, ଯଦ୍ଦ୍ବାରା ଭାରତୀୟ ବ୍ୟବସାୟ ପ୍ରଭାବିତ ହୋଇଥିଲା ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି। ଏହାସହ ଉକ୍ତ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିବା ସୋନିଆ ଓ ତାଙ୍କ ପୁଅ ରାହୁଲ ଏହା ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାର ଜବାବରେ କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, ଭାଜପା ନିର୍ବାଚନ ସମୟରେ ଚାଇନା କମ୍ପାନୀଗୁଡ଼ିକୁ ବ୍ୟବହାର କରିଥିଲା। ଏଥିଯୋଗୁ କୋଟି କୋଟି ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ସହ ସାଲିସ କରାଯାଇଥିବ। ଶାସକ ଦଳ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସହ ଜଡ଼ିତ ଏକ କମ୍ପାନୀକୁ ଭାରତୀୟ ନିର୍ବାଚନରେ କାହିଁକି ସାମିଲ କରିବାକୁ ବାଧ୍ୟ ହୋଇଥିଲା ବୋଲି ଖେରା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri