Posted inଖେଳ

ପେରେଜ ପୁଣି ପଜିଟିଭ୍‌

ସିଲଭରଷ୍ଟୋନ୍‌, ୮ା୮ (ଏପି)-ସର୍ଗିଓ ପେରେଜଙ୍କର ପୁଣି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ଆସିଛି। ଫଳରେ ରବିବାର ସିଲ୍‌ଭରଷ୍ଟୋନ୍‌ରେ ହେବାକୁଥିବା ଦ୍ୱିତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ସେ ଭାଗ ନେଇ ପାରିବେ ନାହିଁ। ମେକ୍ସିକୋର ଏହି ଡ୍ରାଇଭର ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ରେସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରିଥିଲେ। ମାତ୍ର ଶୁକ୍ରବାର ସକାଳେ ତାଙ୍କର ହୋଇଥିବା କୋଭିଡ୍‌ ଡେଷ୍ଟରେ ପଜିଟିଭ ଆସିଥିବା ତାଙ୍କ ଟିମ୍‌ ରେସିଂ ପଏଣ୍ଟ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ସେ କ୍ରମେ ଆରୋଗ୍ୟ ଲାଭ କରୁଥିବା ତାଙ୍କ ଟିମ୍‌ କହିଛି। ଫଳ ସ୍ବରୂପ ରବିବାର ହେବାକୁଥିବା ଫର୍ମୁଲା ଓ୍ବାନ୍‌ର ୭୦ତମ ବାର୍ଷିକୀ ରେସ୍‌ରେ ଜର୍ମାନର ଭେଟେରାନ ନିକୋ ହକେନବର୍ଗ ପେରେଜଙ୍କ ସ୍ଥାନରେ ପ୍ରତିଯୋଗିତାରେ ଭାଗ ନେବେ। ହକେନବର୍ଗ ଗତ ସପ୍ତାହରେ ଏହି ଭେନ୍ୟୁରେ ଅନୁଷ୍ଠିତ ବ୍ରିଟିଶ ଗ୍ରାଁ ପ୍ରିରେ ମଧ୍ୟ ପେରେଜଙ୍କ ସ୍ଥାନରେ ଭାଗ ନେଇଥିଲେ। କିନ୍ତୁ ତାଙ୍କ ଇଞ୍ଜିନ୍‌ରେ ସମସ୍ୟା ଦେଖା ଦେବାରୁ ସେ ରେସ୍‌ ଆରମ୍ଭ କରି ପାରି ନ ଥିଲେ। ମହାମାରୀ ଯୋଗୁ ଚଳିତ ବର୍ଷ ଫର୍ମୁଲା ଓ୍ବାନ ସିଜନ ଆରମ୍ଭରେ ବିଳମ୍ବ ଘଟିଛି। ସିଲ୍‌ଭରଷ୍ଟାନ୍‌ରେ ଲଗାତର ଦୁଇ ସପ୍ତାହରେ ଦୁଇଟି ରେସ୍‌ର ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri