Odisha Elections 2024
Posted inଖେଳ

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ବିଶ୍ୱବ୍ୟାପୀ କ୍ରିକେଟ ଖେଳ ପ୍ରଭାବିତ ହୋଇଥିବାରୁ ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିିଆ ମହିଳା ବିଶ୍ୱକପ୍‌ ୨୦୨୨ ଫେବୃୟାରୀ-ମାର୍ଚ୍ଚକୁ ଘୁଞ୍ଚାଇ ଦିଆଯାଇଥିବା ଆଇସିସି କହିଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହନେ କହିଛନ୍ତି, ଆଇସିସିର ଭବିଷ୍ୟତ ଇଭେଣ୍ଟଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ କରିଦିଆଯାଇଛି। ଏହାଦ୍ୱାରା ଆମର ସମସ୍ତ ସଦସ୍ୟମାନେ ସେମାନଙ୍କ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରଣ କରିପାରିବେ। ୨୦୨୦ ସଂସ୍କରଣ ଲାଗି ଯେଉଁ ଫର୍ମାଟ ଥିଲା ୨୦୨୧ରେ ତାହା ଅପରିବର୍ତ୍ତିତ ରହିବ। ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଦଳ ଭାରତରେ ହେବାକୁଥିବା ୨୦୨୧ ସଂସ୍କରଣରେ ଭାଗ ନେଇ ପାରିବେ। ଅଷ୍ଟ୍ରେଲିଆରେ ହେବାକୁଥିବା ୨୦୨୨ ସଂସ୍କରଣ ପାଇଁ କିନ୍ତୁ ଏକ ନୂଆ କ୍ୱାଲିଫିକେଶନ ପ୍ରକ୍ରିୟା ଆରମ୍ଭ ହେବ। ଆଇସିସି ବୋର୍ଡର ଜଣେ ସଦସ୍ୟ କହିଥିଲେ ଯେ, କୋଭିଡ୍‌-୧୯ ମହାମାରୀ ଯୋଗୁ ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କ୍ୱାଲିଫାୟର୍ସ ଆୟୋଜନ କରିବା କଷ୍ଟସାଧ୍ୟ। ଖବର ଅନୁସାରେ ଭାରତ ୨୦୨୩ରେ ୫୦ ଓଭର ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବାରୁ ପଛକୁ ପଛ ଦୁଇଟା ଇଭେଣ୍ଟ କରିବାକୁ ରାଜି ହୋଇ ନ ଥିଲା। ତେଣୁ ୨୦୨୨ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ପ୍ରସ୍ତାବକୁ ଏଡାଇ ଦେଇଥିଲା। ଅନ୍ୟପକ୍ଷରେ ମହିଳା ବିଶ୍ୱକପ୍‌ ସ୍ଥଗିତ ରଖାଯିବା ଦ୍ୱାରା ମିଥାଲି ରାଜ ଓ ଝୁଲଣ ଗୋସ୍ବାମୀଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ସମ୍ଭବତଃ ୨୦୨୧ରେ ସେମାନଙ୍କର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ ଖେଳିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri