Posted inଜାତୀୟ

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ ତଳେ ରହିଥିବା ରାମଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ମନ୍ଦିର ଲାଗି ତ୍ୟାଗ କରିଥିବା ସମସ୍ତ ବ୍ୟକ୍ତି ସମ୍ମାନାସ୍ପଦ। ରାମଙ୍କ ଅସ୍ତିତ୍ୱକୁ ଲିଭାଇଦେବା ପାଇଁ ଅତୀତରେ ଅନେକ ଅପଚେଷ୍ଟା ହୋଇଥିବା ସତ୍ତ୍ୱେ ସେ ଆମର ହୃଦୟରେ ଅଛନ୍ତି। ରାମ ଆମର ସଂସ୍କୃତିର ଆଧାର ଏବଂ ବିବିଧତା ମଧ୍ୟରେ ଏକତାର ସୂତ୍ରଧର। ତାଙ୍କ ମନ୍ଦିର ନିର୍ମାଣ ଦେଶକୁ ଏକାଠି କରିବା ପାଇଁ ଏକ ବଡ଼ ଅସ୍ତ୍ର। ଏହା କେବଳ ଅଯୋଧ୍ୟା ନୁହେଁ, ବରଂ ସମଗ୍ର ଅଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ। ଏଥିପାଇଁ ଆମକୁ ପାରସ୍ପରିକ ପ୍ରେମ ଓ ଭାତୃଭାବ ସହ ପଥର ଯୋଡ଼ିବାକୁ ପଡ଼ିବ। ସମସ୍ତଙ୍କ ଭାବାବେଗକୁ ସମ୍ମାନ ଦେବାକୁ ପଡ଼ିବ ବୋଲି ବୁଧବାର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ମତବ୍ୟକ୍ତ କରିଛନ୍ତି। ରାମମନ୍ଦିର ଆଧାରଶିଳା ରଖାଯିବା ସହ ୩ ଦଶନ୍ଧି ଧରି ଜାତୀୟ ରାଜନୀତିକୁ ପ୍ରଭାବିତ କରିଆସିଥିବା ଭାଜପାର ମନ୍ଦିର ଆନ୍ଦୋଳନର ଯବନିକା ପଡ଼ିଛି। ଏହାକୁ ଦଳ ମତ ନିର୍ବିଶେଷରେ ଅଧିକାଂଶ ନେତା ସ୍ବାଗତ କରିଛନ୍ତି।
ସୁନେଲି ରଙ୍ଗର ପାରମ୍ପରିକ କୁର୍ତ୍ତା ଓ ଧୋତି ପରିଧାନ କରିଥିବା ପ୍ରଧାନମନ୍ତ୍ରୀ କାନ୍ଧରେ ଗାମୁଛା ପକାଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁହଁରେ ମାସ୍କ ପିନ୍ଧିଥିଲେ। ଶିଳାନ୍ୟାସ ପରେ ‘ଜୟ ସିୟା ରାମ’ ଧ୍ୱନିରୁ ମୋଦି ଭାଷଣ ଆରମ୍ଭ କରି ୩୫ ମିନିଟ ଧରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସେ ଏକ ଫଳକ ଅନାବରଣ କରିବା ସହ ରାମଙ୍କ ଉଦ୍ଦେଶ୍ୟରେ ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ହେଲିକପ୍ଟରରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୧୧ଟା ୩୦ରେ ସେ ଅଯୋଧ୍ୟାର ସାକେତ ମହାବିଦ୍ୟାଳୟ ହେଲିପ୍ୟାଡ୍‌ରେ ପହଞ୍ଚତ୍ଥିଲେ। ତାଙ୍କ ସୁରକ୍ଷାରେ ଆଉ ଦୁଇଟି ହେଲିକପ୍ଟର ମଧ୍ୟ ଯାଇଥିଲା। କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ସେଠାରୁ ମୋଦି ହନୁମାନ ଗଡ଼ି ମନ୍ଦିରକୁ ଯାଇ ପରମ୍ପରା ଅନୁସାରେ ପ୍ରଥମେ ବଜରଙ୍ଗବଳୀଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ପରିକ୍ରମା କରିଥିଲେ। ସେଠାରେ ସେ ପାରିଜାତ ଚାରା ରୋପଣ କରିଥିଲେ।

୧୨ଟା ୪୪ ମିନିଟ ୮ ସେକେଣ୍ଡରେ ଭୂମି ପୂଜନ ଆରମ୍ଭ ହୋଇଥିଲା। ୧୯୮୯ରେ ସାରାଦେଶରୁ ଆସିଥିବା ୨ ଲକ୍ଷ ୭୫ ହଜାର ଶିଳା ମଧ୍ୟରୁ ୯ ଶିଳାର ପୂଜନ କରାଯାଇଥିଲା। ପୁରୋହିତଙ୍କ ବୈଦିକ ମନ୍ତ୍ରପାଠ ସହ ପ୍ରଧାନମନ୍ତ୍ରୀ ମୋଦି ଯଜମାନ ଭାବେ ଗଣେଶଙ୍କୁ ସ୍ମରଣ ପୂର୍ବକ ଅନୁଷ୍ଠାନ ସମ୍ପନ୍ନ କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ରାଓ ଭାଗବତ, ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚାସୀନ ଥିଲେ।
୫୦୦ ବର୍ଷର ସଂଘର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ବୁଦ୍ଧିମତ୍ତା ଯୋଗୁ ଆଜି ସ୍ବପ୍ନ ସାକାର ହେବାକୁ ଯାଉଛି। ଭାରତର ଗଣତନ୍ତ୍ର ଓ ନ୍ୟାୟପାଳିକା ଶାନ୍ତିପୂର୍ଣ୍ଣ ଉପାୟରେ ରାମମନ୍ଦିର ନିର୍ମାଣର ବାଟ ଫିଟାଇଛନ୍ତି ବୋଲି ଯୋଗୀ ନିଜ ସ୍ବାଗତ ଭାଷଣରେ କହିଥିଲେ। ଆର୍‌ଏସ୍‌ଏସ୍‌ ପ୍ରମୁଖ ଭାଗବତ ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଓ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ସିଂଘଲଙ୍କୁ ସ୍ମରଣ କରି କହିଥିଲେ, ଭାରତକୁ ବୈଭବଶାଳୀ କରିବାର ଶୁଭାରମ୍ଭ ଏବେ ଆରମ୍ଭ ହେଲା। ଆଜି ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ଯେଉଁମାନେ ବ୍ୟକ୍ତିଗତ ଭାବେ ଆସିପାରି ନାହାନ୍ତି, ସେମାନେ ସୂକ୍ଷ୍ମ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୭୫ ଜଣ ଅତିଥି ଯୋଗଦେଇଥିଲେ। ମହାମାରୀ କରୋନା ଯୋଗୁ ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା।
ସୂଚନାଯୋଗ୍ୟ, ୧୯୯୦ ଦଶକରୁ ଭାଜପା ରାମମନ୍ଦିରକୁ ନେଇ ରାଜନୀତି କରି ଆସୁଛି। ୧୯୯୨ ଡିସେମ୍ବର ୬ରେ କାରସେବକମାନେ ଷୋଡ଼ଶ ଶତାବ୍ଦୀର ବାବ୍ରି ମସ୍‌ଜିଦକୁ ଭାଙ୍ଗିଦେଇଥିଲେ। ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୦ରେ ହାଇକୋର୍ଟ ୨.୭୭ ଏକର ଭୂମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବେ ବଣ୍ଟନ କରି ରାୟ ଦେଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା। ଦୀର୍ଘ ଆଇନଗତ ଲଢ଼େଇ ପରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କ ସେହି ରାୟକୁ ଖାରଜ କରିଥିଲେ। ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମଲାଲା ପକ୍ଷଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମସ୍‌ଜିଦ ନିର୍ମାଣ ପାଇଁ ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ସହ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri