Posted inଖେଳ

ଘରୋଇ କୋଚ୍‌ ପ୍ରସ୍ତାବକୁ ଭେଙ୍କଟେଶ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ, ୬।୮(ପି.ଟି.)-  ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆଗାମୀ କିଛି ବର୍ଷ ପାଇଁ ଜାତୀୟ ଫୁଟବଲ ଦଳଲାଗି ଜଣେ ଘରୋଇ କୋଚ୍‌ଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ଚିନ୍ତା କରୁଛି। ଏହାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ଭେଙ୍କଟେଶ୍‌ ଶନ୍ମୁଗମ୍‌। ସମ୍ପ୍ରତି ଶୀର୍ଷସ୍ତରର ଘରୋଇ କ୍ଲବ ଗୁଡ଼ିକରେ କାର୍ଯ୍ୟ କରୁଥିବା କୋଚ୍‌ଙ୍କର ଏହି ପଦଲାଗି ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଜଣେ ଭାରତୀୟଙ୍କୁ ଆଗାମୀ ୫ ବର୍ଷ ପାଇଁ ଜାତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରିବା ପାଇଁ ଏଆଇଏଫଏଫ ଚିନ୍ତା କରୁଛି ବୋଲି ଏହାର ସାଧାରଣ ସମ୍ପାଦକ କୁଶାଲ ଦାସ କିଛିଦିନ ତଳେ କହିଥିଲେ।
ସାଧାରଣ ସମ୍ପାଦକଙ୍କଠାରୁଏପରି କଥା ଶୁଣିବା ଉତ୍ସାହଜନକ ବୋଲି ଏବେ ଭାରତୀୟ ଫୁଟବଲ ଦଳର ସହକାରୀ କୋଚ୍‌ ଥିବା ଶନ୍ମୁଗମ୍‌ ପ୍ରକାଶ କରିଛନ୍ତି। ” ମୋ ମତରେ ୫ ବର୍ଷ ବହୁତ ଲମ୍ବା ସମୟ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ଓ ଆଥ-ଲିଗ୍‌ରେ ଅନେକ ଯୁବ ଭାରତୀୟ କୋଚ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି ଏହିସ୍ଥାନ ପାଇଁ ଉପଯୁକ୍ତ ହେଇପାରିବେ। ତେବେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଘରୋଇ କୋଚ୍‌ମାନଙ୍କୁ ଅପ୍‌ଡେଟ ହେବାକୁ ପଡ଼ିବ। ”ଏହା ସହଜ ନୁହେଁ, ବଡ଼ ଚ୍ୟାଲେଞ୍ଜ। ଜଣେ କୋଚ୍‌ଭାବେ ଜ୍ଞାନର ପରିସୀମାକୁ ବଢ଼ାଇବାକୁ ପଡ଼ିବ ଏବଂ ଅପ୍‌ଡେଟ ରହିବାକୁ ହେବ। କ୍ଲବରେ କୋଚିଂ ଦେବା ଏବଂ ଜାତୀୟ ଦଳକୁ କୋଚିଂ ଦେବାରେ ଭିନ୍ନତା ରହିଛି। କମ୍‌ ସମୟ ମଧ୍ୟରେ ଜାତୀୟ ଦଳକୁ ପ୍ରସ୍ତୁତ କରିବା ବହୁତ କଷ୍ଟସାଧ୍ୟ“ ବୋଲି ଏହି ୪୧ ବର୍ଷୀୟ ପୂର୍ବତନ ମିଡ୍‌ଫିଲ୍ଡର ପ୍ରକାଶ କରିଛନ୍ତି। ଜଣେ କୋଚ୍‌ଙ୍କର ମ୍ୟାନ ମ୍ୟାନେଜମେଣ୍ଟ ଦକ୍ଷତା ଥିବା ଆବଶ୍ୟକ। ପିଲାଙ୍କ ମନୋବୃତ୍ତିକୁ ଦେଖି ସେମାନଙ୍କ ଯନତ୍ ନେବା ସହ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ। ସମସ୍ତଙ୍କ ଆଗରେ ଜଣେ ଖେଳାଳିଙ୍କୁ ଉଚ୍ଚଭାଷାରେ କହିବା ଠିକ୍‌ ନୁହେଁ। ବ୍ୟକ୍ତିଗତ ଆଲୋଚନା ବିଶ୍ୱାସ ବୃଦ୍ଧି କରିଥାଏ। ଖେଳାଳିଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୁଝାମଣା ଭିତ୍ତିରେ ଏହା ହେବା ଆବଶ୍ୟକ। ଏହା ହେଲେ ଯାଇ ଜଣେ ଖେଳାଳି ନିକଟରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିହେବ ବୋଲି ଶନ୍ମୁଗମ୍‌ କହିଛନ୍ତି। ୨୦୦୨ରେ ଏଆଇଏଫଏଫ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଥିବା ଶନ୍ମୁଗମ୍‌ କୋଚ୍‌ମାନଙ୍କ ପାଇଁ ଏଜୁକେଶନ ସିଷ୍ଟମକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri