ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ। ରାଞ୍ଚି ନିକଟବର୍ତ୍ତୀ ଏହି ଦୁଇ ଆଦିବାସୀ ଗାଁରେ ମୋଟରେ ୬୦୦ ଲୋକ ରହନ୍ତି। ସିଦ୍ଧାର୍ଥ ଏମ୍ଜିଏନ୍ଆର୍ଇଜିଏର କମିଶନର ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୭ରେ ସ୍ବତନ୍ତ୍ର ଭାବେ ଏହି ଦୁଇ ଗାଁର ବିକାଶ କାମ ହାତକୁ ନେଇ ଏବେ ସୁଦ୍ଧା ଗ୍ରାମବାସୀଙ୍କ ଆୟ ୫ ଗୁଣ ବଢ଼ାଇପାରିଛନ୍ତି। ଗାଁ ନିଶାମୁକ୍ତ ହୋଇଛି। ଗାଁରୁ ଅନ୍ଧବିଶ୍ୱାସ, ବାଲ୍ୟ ବିବାହ ବି ବନ୍ଦ ହୋଇପାରିଛିି ।
ସବୁ ପିଲା ପଢୁଛନ୍ତି । ଦୁଇ ଗାଁ ପୂରା ସ୍ବଚ୍ଛ ହୋଇଯାଇଛି। ପ୍ରତିଦିନ ଭୋର ୪.୪୦ରେ ଉଠି ଗ୍ରାମବାସୀ ଝାଡୁ ଧରି ସଫା କରିବାରେ ଲାଗି ପଡ଼ନ୍ତିି। ସେମାନେ ଅଳିଆ ଗୋଟାଇ ବାଉଁଶରେ ନିର୍ମିତ ୬୦ଟି ଡଷ୍ଟବିନ୍ରେ ପକାନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ କେତେଜଣ ଟ୍ୟୁଟର ପିଲାମାନଙ୍କୁ ପଢ଼ାନ୍ତି। ଅନ୍ୟମାନେ ସମସ୍ତେ ସେମାନଙ୍କ କ୍ଷେତରେ କାମ କରିବାକୁ ବାହାରି ଯାଆନ୍ତି। ଝରଣା ଉପରେ ପଥର ଖଞ୍ଜି ୧.୭୫ କୋଟି ଟଙ୍କାର ୭୦୦ଟି ଚେକ୍ଡ୍ୟାମ ନିର୍ମାଣ କରିଛନ୍ତି । ୧୮୦ ଜଣ ଗ୍ରାମବାସୀ ଲଗାତର ୭୫ ଦିନ କାମ କରି ଏହା କରିଛନ୍ତି। ଜଳସେଚନ ସୁବିଧା କରିବା ସହ ମୃତ୍ତିକା କ୍ଷୟକୁ ବି ରୋକୁଛି ଏହି ଡ୍ୟାମ୍। ଗାଁର ବିକାଶ କାର୍ଯ୍ୟରେ ଏମ୍ଜିଏନ୍ଆର୍ଇଜିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷି, କୁକୁଡା ଓ ଗୋ ପାଳନ ପାଇଁ ବି ସାହାଯ୍ୟ ଯୋଗାଇ ଦିଆଯାଇଛି ଓ ଏଥିରୁ ସେମାନେ ପ୍ରଚୁର ଆୟ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ସିଦ୍ଧାର୍ଥ ଆଉ କିଛି ଗାଁରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିଛନ୍ତି।
ଏଇ ଭାରତରେ
ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...
ଶିଷ୍ଟାଚାରର ଅଧଃପତନ
ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...
ନୂଆ ନଁାରେ ପୁରୁଣା କୋଠା
କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...
କେବଳ ବାହାନା
ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିଶନ ବିଲ୍, ୨୦୨୫ ଉପରେ ପରାମର୍ଶ...
କେଉଁ ଗଛ ଲଗାଇବା
ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...
ଆଶା ନିରାଶାର ଖେଳ
ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...
ବାହ୍ୟ ସୁରକ୍ଷାର ପୁନର୍ବିଚାର
ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଭାବରେ ପୋର୍ଟ ଲୁଇସ୍ (ମରିସସ୍ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...
ଯଥାର୍ଥ ଦାନ
ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...
Archives


