ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା

ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି ରଥକୁ ବିଶ୍ୱବାସୀ ଦେଖି ଓଡ଼ିଆ ଜାତିର କଳା କାରିଗରିକୁ ବାହାବା ଦେଉଛନ୍ତି। ହେଲେ ଏହି ପରଦା ପଛର ନାୟକ କିନ୍ତୁ ଭଙ୍ଗା ଦଦରା ଘରେ ରହୁଛନ୍ତି। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ରଥ ତିଆରି କରୁଥିଲେ ମଧ୍ୟ ନିଜ ସଂସାର ରଥକୁ କିନ୍ତୁ ଗଢିବା ଲାଗି ତାଙ୍କର ଆଉ ଜୁ ପାଉନି। ଆର୍ଥିକ ଅନଟନ ଭିତରେ ପେଷି ହେଉଥିବାବେଳେ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସେ ହେଉଛନ୍ତି ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର। କେବଳ ନରସିଂହ ନୁହନ୍ତି ଏମିତି ଅନେକ ସେବକ ଆଜି ଦୁର୍ଦ୍ଦିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ଦେଖିବାକୁ କେହି ନାହିଁ। ସେବକମାନଙ୍କ ବିକାଶ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏ ନେଇ ସର୍ଭେ ମଧ୍ୟ ହୋଇଥିଲା। ହେଲେ ସର୍ଭେ ରିପୋର୍ଟ ସରକାରୀ ନାଲିଫିତା ତଳେ ଚପି ରହିଗଲା। ଫଳରେ ଏହି ଯୋଜନା ନରସିଂହଙ୍କ ଭଳି ଅନେକଙ୍କ ପାଇଁ ସ୍ବପ୍ନ ପାଲଟିଛି।
ପୁରୀ ଗୁଡ଼ିଆ ସାହିରେ ନରସିଂହଙ୍କ ଘର। ପରିବାର କହିଲେ ସ୍ତ୍ରୀ, ପୁଅ, ବୋହୂ ଓ ନାତିନାତୁଣୀ। ନିଜ ଯାଦୁକରୀ ସ୍ପର୍ଶରେ ତାଳଧ୍ୱଜ ରଥକୁ ଜୀବନ୍ତ କରନ୍ତି ନରସିଂହ। ହେଲେ ନିଜେ ଭଙ୍ଗା ଦଦରା ଘରେ ରହୁଛନ୍ତି। ଦିନରେ ଖରା ଓ ରାତିରେ ତାରା ଦେଖାଯାଉଥିବା ଅଣଓସାରିଆ ଘର ଯେ ଜଣେ ବିଶ୍ୱକର୍ମାଙ୍କର ତାହା ବିଶ୍ୱାସ ନ ହେଲେ ବି ସତ। ଗତବର୍ଷ ପ୍ରଳୟଙ୍କରୀ ବାତ୍ୟା ଫନୀ ତାଙ୍କ ପାଇଁ ଏମିତି ଦୁଃସ୍ଥିତି ଆଣିଥିଲା। ଭାଙ୍ଗି ଯାଇଥିଲା ଘର। ଫଳରେ ଏହି ଘରେ ୧୫ ମାସ ହେଲାଣି ମୁଣ୍ଡ ଗୁଞ୍ଜିଛନ୍ତି ନରସିଂହଙ୍କ ୬ ପ୍ରାଣୀ କୁଟୁମ୍ବ। ଘର ସଜାଡ଼ିବା ଲାଗି ତାଙ୍କ ପାଖରେ ବଳ କି ସମ୍ବଳ ନାହିଁ। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିଲେନି। ତେଣୁ ଆଉ ଦୌଡ଼ିି ନ ପାରି ଚୁପ୍‌ ହୋଇଯାଇଛନ୍ତି ନରସିଂହ। ରଥ ନିର୍ମାଣରେ ଯାହା ଟଙ୍କା ପାଇଥିଲେ ତାହା ତେଲ ଲୁଣ ସଂସାରକୁ ନିଅଣ୍ଟ। ଏବେ ପୁଣି କରୋନା ଯୋଗୁ ଛୋଟ ମୋଟ କାମ ବି ବନ୍ଦ ରହିଛି। ତେଣୁ ନିଜ ଦୁଃଖକଷ୍ଟକୁ ମନରେ ଚାପି ନରସିଂହ ଦିନ କାଟୁଛନ୍ତି।
ସେହିପରି ତାଳଧ୍ୱଜ ରଥର ରୂପକାର ସେବକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ସମାନ ଅବସ୍ଥା। ପାଳ ହରଚଣ୍ଡୀ ସାହିରେ ରହୁଥିବା ପୂର୍ଣ୍ଣଚନ୍ଦ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡିଏ ନାହିଁ। ବାତ୍ୟା ଫନୀରେ ବି ତାଙ୍କ ଘର ଭାଙ୍ଗିଯାଇଥିଲା। ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇପଡ଼ିଲେ। ପରିଣତ ବୟସରେ ପହଞ୍ଚତ୍ଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି, ‘ଘର କେବେ ସଜଡ଼ା ହେବ ସେ କଥା ମହାପ୍ରଭୁଙ୍କ ଉପରେ ଛାଡ଼ି ଦେଇଛି।’ ତେବେ ନରସିଂହ କି ପୂର୍ଣ୍ଣଚନ୍ଦ୍ର ନୁହନ୍ତି ମହାପ୍ରଭୁଙ୍କ ସେବା କରୁଥିବା ଅନେକ ସେବକ ଏମିତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗରିବ ସେବକଙ୍କ ପାଇଁ ସେବକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ତେବେ ଏହି ଯୋଜନା କାହା ପାଇଁ ଓ କିଏ ଏହାର ଫାଇଦା ନେଉଛନ୍ତି ତାହା ଏବେ ପ୍ରଶ୍ନ ପାଲଟିଛି। ମହାପ୍ରଭୁଙ୍କ ସେବା ସହ ଜଡ଼ିତ ସେବାୟତମାନଙ୍କ ଚଳଣି କିପରି? ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କିପରି ରହିଛି। ଶିକ୍ଷା କ୍ଷେତ୍ରରେ ସେମାନେ କେଉଁଭଳି ସୁବିଧା ପାଉଛନ୍ତି। ଏସବୁ ବିଷୟରେ ଜାଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୪-୧୫ରେ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ହେଲା ସିନା କିନ୍ତୁ ଦୁର୍ଦ୍ଦିନରେ ଥିବା ସେବାୟତଙ୍କ ଭାଗ୍ୟ ବଦଳିଲା ନାହିଁ। କାରଣ ସେହି ସର୍ଭେ ରିପୋର୍ଟ ସେମିତି ସରକାରୀ ଫାଇଲରେ ବନ୍ଧା ରହିଲା। ଏବେ ପୁଣିଥରେ ସେବାୟତଙ୍କ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ସର୍ଭେ କରାଯିବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର ନରସିଂହଙ୍କ ଘରକୁ ଯାଇ ବାସ୍ତବ ସ୍ଥିତି ପରଖିଛନ୍ତି। ନିଶ୍ଚିତ ତାଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ମାଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri