ଧାନ ପରେ ପଇସା ଗଲା, ଚାଷୀ ମୁଣ୍ଡରେ ଚଡ଼କ

କେନ୍ଦୁଝର,୨୩ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ୬୮ଜଣ ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଟୋକନ ବ୍ୟବସ୍ଥାରେ ଚାଷୀ ଧାନ ବିକି ରଶିଦ ପାଇଥିଲେ। ଏହା ସତ୍ତ୍ୱେ ଦୀର୍ଘ ୪ମାସ ହେଲା ଏହି ଚାଷୀମାନେ ଧାନ ବାବଦକୁ ୭୨,୧୬ ,୭୯୦ ଟଙ୍କା ପାଇ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିଳମ୍ବରେ ଧାନ ବିକି ବେପାରୀମାନେ ପଇସା ପାଇଥିବା ବେଳେ ସେମାନଙ୍କ ପୂର୍ବରୁ ଧାନ ବିକିଥିବା ଉକ୍ତ ଚାଷୀମାନେ ପଇସା ପାଇ ନ ଥିବାରୁ ନାନା ସନ୍ଦେହ ସୃଷ୍ଟି ହେଉଛି। ଏନେଇ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳ ତଥା ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ହେଁ ଚାଷୀଙ୍କୁ ପଇସା ମିଳୁନାହିଁ। ଧାର କରଜ ଶୁଝି ନ ପାରି ଭୋକ ଉପାସରେ ଚାଷୀମାନେ ରହିଛନ୍ତି। ଚଳିତ ବର୍ଷ କେଉଁଠୁ ପଇସା ଆଣିବେ ଏବଂ ଚାଷ କାର୍ଯ୍ୟ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।
ଗତ ମାର୍ଚ୍ଚ ୨୨ରେ ଲକ୍‌ଡାଉନ ଘୋଷଣା ପାଇଁ ଧାନ କିଣା ବନ୍ଦ କରି ଦିଆଯାଇଥିବାରୁ ବହୁ ଚାଷୀ ଧାନ ବିକି ପାରି ନ ଥିଲେ। ମାର୍ଚ୍ଚ ୨୬ରେ କିପରି ବେପାରୀଙ୍କଠାରୁ ଧାନ କିଣାଯାଇ ପଇସା ଦିଆଗଲା ତାହାର ତଦନ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି। ପ୍ରକାଶ ଯେ, ଗତ ନଭେମ୍ବରରୁ ଖରିଫ ଋତୁ ଧାନ କିଣା ଆରମ୍ଭ ହୋଇଥିଲା। ଏଥିପାଇଁ ଚାଷୀମାନେ ନାମ ପଞ୍ଜୀକରଣ କରିଥିଲେ। ଟୋକନ ପାଇବା ପରେ ଚାଷୀ ଧାନ ନେଇ ଲ୍ୟାମ୍ପ ବା ଧାନ କ୍ରୟ କେନ୍ଦ୍ରରେ ବିକଥିଲେ। ଧାନ କିଣା ବାବଦକୁ ସେମାନଙ୍କୁ ରଶିଦ ମଧ୍ୟ ମିଳିଛି। କିନ୍ତୁ ବ୍ୟାଙ୍କ ଖାତାରେ ଧାନର ମୂଲ୍ୟ ବାବଦକୁ ଅର୍ଥ ଜମା ନ ହେବାରୁ ଚିନ୍ତା ବଢିଥିବା ସ୍ଥାନୀୟ ଲୋକ କହିଛନ୍ତି। ଏପରିକି କେତେକ ସ୍ଥାନୀୟ କ୍ଷମତାଶାଳୀ ନେତା, ଲୋକ ପ୍ରତିନିଧିଙ୍କ ନାମରେ ଟୋକନ ଇସ୍ୟୁ କରାଯାଇ ବହୁ ପରିମାଣରେ କାଗଜପତ୍ରରେ ଧାନ କିଣାବିକା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମିଲରମାନେ ସେମାନଙ୍କ ଟୋକନରେ କମ ଦାମରେ ଚାଷୀଙ୍କଠାରୁ କିଣିଥିବା ଧାନକୁ ବିକି ମାଲାମାଲ ହୋଇଥିବା ବେଳେ କଠିନ ପରିଶ୍ରମ କରି ଧାନଚାଷ କରିଥିବା ଚାଷୀ ଧାନ ବିକି ସେବାବଦକୁ ମୂଲ୍ୟ ନ ପାଇବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବହୁ ଚାଷୀ କହିଛନ୍ତି। ଏଣୁ ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ସେମାନେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରତାପ ଚନ୍ଦ୍ର ମହାନ୍ତ, ଧନେଶ୍ୱର ମହାନ୍ତ, ଚିନ୍ତାମଣୀ ମହାନ୍ତ, ଦିବାକର ମହାନ୍ତ ପ୍ରମୁଖ କହିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ କହିଛନ୍ତି ଯେ, ଲକ୍‌ଡାଉନ୍‌ ପାଇଁ ଧାନ କିଣା ହଠାତ ବନ୍ଦ ହୋଇଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ସରକାରୀଧ୍‌ସ୍ତରରେ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ। ଧାନ କିଣାରେ କୌଣସି ଅନିୟମିତତା ହୋଇନାହିଁ। ତେବେ ଲକ୍‌ଡାଉନ ପରେ ଧାନ କିଣା ହୋଇନାହିଁ କିମ୍ବା ପଇସା ପଇଠ ମଧ୍ୟ ହୋଇନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri