ଆଗେଇ ପାରୁନି ଚାଷ କାମ: ଶ୍ରାବଣରେ ଜମି ପଡ଼ିଛି ଶୁଖିଲା

ବାରିପଦା ଅଫିସ,୨୩ା୭- ଶ୍ରାବଣ ମାସ ସରିବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ। ପ୍ରତିଦିନ ବର୍ଷା ଉଠାଇଛି ହେଲେ ବର୍ଷୁ ନାହିଁ। ସ୍ବଳ୍ପ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲାର ଅଧିକାଂଶ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରୁନି। ବାରିପଦା ବ୍ଲକ ବୁଢିଖମାରୀ ଗ୍ରାମର ଅଧିକାଂଶ ଜମି ବର୍ଷା ଅଭାବରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି।
ଜିଲାରେ ଜୁଲାଇ ମାସର ବର୍ତ୍ତମାନ ସୁଦ୍ଧା ୨୬ଟି ବ୍ଲକରେ ୩୭୪୮.୨ ମି.ମି. ବର୍ଷା ହୋଇଛି। ଶ୍ୟାମାଖୁଣ୍ଟାରେ ୧୩୫ ମି.ମି., ବଡ଼ସାହି ୧୭୪ ମି.ମି., ବେତନଟୀ୧୯୭ ମି.ମି., ମୋରଡ଼ା୧୯୧ ମି.ମି., ରାସଗୋବିନ୍ଦପୁର ୧୪୭.୨୦ ମି.ମି., କୁଳିଅଣା ୨୦୨.୨୦ ମି.ମି., ସାରସକଣା ୨୪୩.୪୦ ମି.ମି., ଶୁଳିଆପଦା ୧୫୦.୯୦ ମି.ମି., ବାଙ୍ଗିରିପୋଷି ୧୧୬.୨୦ ମି.ମି., ବାରିପଦାରେ ୧୫୮ ମି.ମି.,ଖୁଣ୍ଟା ୧୪୦.୭୦ ମି.ମି., ଗୋପବନ୍ଧୁନଗର ୧୪୦.୭୦ ମି.ମି., ଉଦଳା ୮୦.୮୦ ମି.ମି., କପ୍ତିପଦା ୧୫୬ ମି.ମି., ବିଶୋଇ ୨୦୨ ମି.ମି., ବିଜତଳା ୧୪୦ ମି.ମି., ରାଇରଙ୍ଗପୁର ୨୧୮ ମି.ମି., କୁସୁମି ୩୬ ମି.ମି., ଜାମଦା ୧୪୨ ମି.ମି., ବହଳଦା ୨୧୨ ମି.ମି., ତିରିଂ ୯୯.୬୦ ମି.ମି., ଯଶିପୁର ୧୪୦ ମି.ମି., କରଞ୍ଜିଆ ୬୦ ମି.ମି., ଠାକୁରମୁଣ୍ଡା ୧୩୬.୫୦ ମି.ମି., ଶୁକୃଳି ୬୪ ମି.ମି. ଓ ରରୁଁଆ ବ୍ଲକରେ ୬୫ ମି.ମି.ବର୍ଷା ହୋଇଛି। ପ୍ରତି ବ୍ଲକରେ ହାରାହାରି ୧୪୪.୧୬ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଜୁଲାଇ ମାସରେ ଜିଲାରେ ୫୬୫୨.୩୪ ମି.ମି. ବର୍ଷା ହୋଇଥିଲା। ଯାହାକି ହାରାହାରି ୨୧୭.୪୦ ମି.ମି. ଥିଲା। ବୁଢିଖମାରୀ ଗ୍ରାମର ଚାଷୀ ରବୀନ୍ଦ୍ର ମହାନ୍ତ କୁହନ୍ତି ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି। କିଛିଦିନ ଭିତରେ ବର୍ଷା ନ ହେଲେ ତଳି ଶୁଖି ମରିଯିବ।
ଚଳିତ ଖରିଫ ଋତୁରେ ଜିଲାରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୩ ହେକ୍ଟର ଉଚ୍ଚ ଜମି, ୧ ଲକ୍ଷ ୨୪ ହଜାର ୫୫୩ ହେକ୍ଟର ମଧ୍ୟମ ଏବଂ ୧ ଲକ୍ଷ ୨୬ ହଜାର ୩୮୪ ହେକ୍ଟର ଖାଲୁଆ ଜମି ରହିଛି। ଏହି ସବୁ ଜମିରେ ୧୨୮୦୦ କୁଇଣ୍ଟାଲ ବିହନ ବୁଣାଯାଇ ଚାଷ କାର୍ଯ୍ୟ କରାଯାଇଛି। ରାସାୟନିକ ସାର ୪୪୫୦୦ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି। ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆଗେଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀଙ୍କୁ ପଚାରିବାରୁ ପାଣିପାଗ ଠିକ୍‌ ନ ହେଲେ ବିଭାଗ କ’ଣ କରିପାରିବ ବୋଲି କହିଛନ୍ତି। କାଳିଆ ଯୋଜନାରେ ମିଳିଥିବା ଟଙ୍କାରେ ଚାଷୀ ପମ୍ପସେଟ୍‌ କିଣି ନିକଟସ୍ଥ ନାଳରୁ ଜମିରେ ପାଣି ମଡ଼ାଇବା ପାଇଁ ସେ କହିଛନ୍ତି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପମ୍ପସେଟ୍‌ କିଣାରେ ୫୦ ପ୍ରତିଶତ ରିହାତି ମିଳୁଥିବାରୁ ଚାଷୀମାନେ ଏହାର ଫାଇଦା ନେଇ ଚାଷ କାର୍ଯ୍ୟ କରିବା ପାଇଁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri