Posted inଖେଳ

ଶେଷରେ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ସତ ହୋଇଥିଲା

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଶକୁ ଅନେକ ସଫଳ କ୍ରିକେଟର ଦେଇଛନ୍ତି। ଏହି କ୍ରିକେଟରମାନେ ଗାଙ୍ଗୁଲିଙ୍କ ଅଧିନାୟତ୍ୱ ସୁଯୋଗ ପାଇ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ସର୍ବାଗ୍ରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ। ଗାଙ୍ଗୁଲି ହିଁ ପ୍ରଥମ ବ୍ୟକ୍ତି ଯିଏ କି ଧୋନୀଙ୍କ ପ୍ରତିଭାକୁ ଚିହ୍ନି ତାଙ୍କ ଦଳରେ ସୁଯୋଗ ଦେଇଥିଲେ। କୋଲକାତା ନାଇଟ ରାଇଡର୍ସ ଦଳର ପୂର୍ବତନ ନିର୍ଦ୍ଦେଶକ ଆନନ୍ଦ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମୋର ମନେ ଅଛି ଯେ ମୁଁ ୨୦୦୪ରେ ବାଂଲାଦେଶ ଅଭିମୁଖେ ଯାତ୍ରା କରୁଥିଲି ଏବଂ ଗାଙ୍ଗୁଲି ମୋତେ କହୁଥିଲେ ଯେ ଆମକୁ ଏକ ନୂଆ ଧୂଆଁଧାର ବ୍ୟାଟ୍ସମ୍ୟାନ ମିଳିଛି। ତାଙ୍କୁ ଦଳରେ ସୁଯୋଗ ଦେବା ଉଚିତ୍‌। ଦେଖିବେ ସିଏ ଦିନେ ଭାରତୀୟ କ୍ରିକେଟ ଦଳର ବଡ ଷ୍ଟାର୍‌ ହେବେ।
୨୦୦୪ ବାଂଲାଦେଶ ଯାତ୍ରା ଭାରତୀୟ ଦଳ ସହିତ ଧୋନୀଙ୍କ ପ୍ରଥମ ଯାତ୍ରା ଥିଲା। ତେବେ ସେ ଏହି ଗସ୍ତରେ ପ୍ରଭାବିତ କରିପାରି ନ ଥିଲେ ଏବଂ ପ୍ରଥମ ମ୍ୟାଚରେ ଶୂନରେ ରନଆଉଟ ହୋଇଥିଲେ। ଏହା ପରେ ସେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ସିରିଜ ପାଇଁ ଦଳରେ ପୁଣି ମନୋନୀତ ହୋଇଥିଲେ। ଏହି ସିରିଜରେ ଗାଙ୍ଗୁଲି ଧୋନୀଙ୍କୁ ତାଙ୍କ ସ୍ଥାନରେ ନମ୍ବର -୩ ରେ ପଠାଇଥିଲେ। ଧୋନୀ ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୨୩ବଲରୁ ୧୪୮ ର ଇନିଂସ ଖେଳି ସମସ୍ତଙଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭଟ୍ଟାଚାର୍ଯ୍ୟ କହିଛନ୍ତି, ସେଦିନ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଆଜି ସତ ହୋଇଛି। ଧୋନୀ ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri